ଏମଏସଏମଇ ଯୁବପିଢ଼ିଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗରେ ପରିଣତ କରିବ,ମଏସଏମଇ ଯୋଜନା ଏକ ପ୍ରହଶନ -ବିରୋଧି

blank
ପଟ୍ଟାମୁଣ୍ଡାଇ ୨୩/୬- -ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତି ଉପଲକ୍ଷେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୩ଦିନଧରି ପାଳନ ହେଉଥିବା ବିକାଶ ଧାରା ଓଡ଼ିଶା ସାରା ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମରେ ମଙ୍ଗଳବାର ବିକଶିତ ଓଡିଶା ପାଇଁ ସଶକ୍ତ ଏମଏସଏମଇ ଯୋଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବକ୍ତାମାନେ ଯୋଗ ଦେଇ ଏମଏସଏମଇ ଜରିଆରେ ଓଡ଼ିଶାର ଯୁବଶକ୍ତି ଆଗାମୀ ଦଶନ୍ଧିକୁ ଏକ ସୁବର୍ଣ୍ଣ ଯୁଗରେ ପରିଣତ କରିବେ । ବ୍ୟାପକ ଶିଳ୍ପାୟନ ମାଧ୍ୟମରେ ନୂତନ ରୋଜଗାର ସୃଷ୍ଟି କରି ଏକ ଆତ୍ମନିର୍ଭର ଶୀଳ ହୋଇ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ କହିଥିଲେ । ମାତ୍ର ଏହାକୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଏମଏସଏମଇକୁ ନେଇ ଆଡମ୍ବରପୂର୍ଣ୍ଣ ବୋଲି କହି ତିବ୍ର ନିନ୍ଦା କରିଥିଲେ ।

blank

ଆଜିର କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଶୀତଲ ଅଗ୍ରୱାଲ, ଅତିରିକ୍ତ ବିଡ଼ିଓ ନନ୍ଦିନୀ ଶତପଥୀ, ସହକାରୀ ଶିଲ୍ପ ଅଧିକାରୀ କୁଳମଣୀ ବେହେରା, ତ୍ରୀଲୋଚନ ବେହେରା, ଦକ୍ଷତା ବିକାଶ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ବିକଶିତ ଓଡ଼ିଶା ଗଠନରେ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଭିନ୍ନ ଜିଲା ଓ ବ୍ଲକରେ ବିକାଶମୂଳକ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଯୋଜନା, ସହଜ ଋଣ ସୁବିଧା, କୌଶଳ ବିକାଶ ପ୍ରଶିକ୍ଷଣ ଓ ବଜାର ସଂଯୋଗ ବ୍ୟବସ୍ଥା ମାଧ୍ୟମରେ ଯୁବ ଉଦ୍ୟୋଗୀମାନେ ନୂତନ ବ୍ୟବସାୟ ସ୍ଥାପନ ପାଇଁ ଉତ୍ସାହିତ କରୁଛନ୍ତି। ବିଶେଷକରି ମହିଳା ଉଦ୍ୟୋଗୀ, ଗ୍ରାମାଂଚଳର ଉତ୍ପାଦକ ଗୋଷ୍ଠୀ ଓ ଷ୍ଟାର୍ଟଅପ୍ ଉଦ୍ୟମକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ବିଭିନ୍ନ ଜିଲା ଓ ବ୍ଲକ ସ୍ତରରେ ଆୟୋଜିତ କର୍ମଶାଳା ଓ ଉଦ୍ୟୋଗୀ ସମ୍ମିଳନୀରେ ଶିଳ୍ପ କ୍ଷେତ୍ରର ସମ୍ଭାବନା, ସରକାରୀ ସହାୟତା ଓ ନୂତନ ବ୍ୟବସାୟ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ରାଜ୍ୟ ସରକାରଙ୍କ ମତାନୁସାରେ, ଏମଏସଏମଇ କ୍ଷେତ୍ରର ସୁଦୃଢ଼ ବିକାଶ ମାଧ୍ୟମରେ ଓଡ଼ିଶାର ଶିଳ୍ପ ଓ ଆର୍ôଥକ ପ୍ରଗତିକୁ ନୂତନ ଦିଗ ମିଳିବ । ରାଜ୍ୟରେ ଅଧିକ ରୋଜଗାର ସୃଷ୍ଟି ସହ ଆତ୍ମନିର୍ଭର ଓ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସସଂସଦଙ୍କ ପ୍ରତିତ୍ନଧି ସର୍ବେଶ୍ୱର ପ୍ରଧାନ, ଜିଲା ଯୁୁବମୋର୍ଚ୍ଚା ଯୋଗ ଦେଇ କେନ୍ଦ୍ରସରକାରଙ୍କ ୧୨ ବର୍ଷ ପୂର୍ତି ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତି ରେ ବିକାଶ ମୂଳକ ଯୋଜନା ସଂପର୍କରେ ସୂଚନା ରଖିଥିଲେ । ଏହି ଉତ୍ସବରେ ଅଂଚଳର ବହୁ ଯୁବ ଉଦ୍ୟେଗୀ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ ।

ମାତ୍ର ଏହାକୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ପଟ୍ଟାମୁଣ୍ଡାଇ ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ଆଡମ୍ବରପୂର୍ଣ୍ଣ ବୋଲି କହି ତିବ୍ର ନିନ୍ଦା କରିଥିଲେ । ଜିଲା କଂଗ୍ରେସ ସଂଗଠକ ଉପସଭାପତି ସତ୍ୟ ପ୍ରୀୟ ସାମଲ କହିଥିଲେ ସରକାର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏମଏସଏମଇ କ୍ଷେତ୍ରକୁ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରଚାର କରୁଛନ୍ତି। ନୂତନ ଉଦ୍ୟୋଗ ସ୍ଥାପନ, ଋଣ ସହାୟତା, ତାଲିମ ଏବଂ ବଜାର ସଂଯୋଗ ଭଳି ବିଭିନ୍ନ ଯୋଜନା ଘୋଷଣା କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ଅନେକ ଯୁବ ଉଦ୍ୟୋଗୀ ଡିଆଇସିରୁ ଅନୁମୋଦନ ନେଇ ବ୍ୟାଙ୍କ ଋଣ ପାଇବାରେ ହଇରାଣ ହେଉଛନ୍ତି । , ସରକାରୀ ସହାୟତା ଓ ସବସିଡି ପାଇବାରେ ଜଟିଳ ପ୍ରକ୍ରିୟା ସେମାନଙ୍କ ଆଗ୍ରହକୁ କମାଇ ଦେଉଛି। ଅନେକ କ୍ଷେତ୍ରରେ ଅର୍ଥ ସହାୟତା କେବଳ କାଗଜପତ୍ରରେ ସୀମିତ ରହୁଥିବା ଅଭିଯୋଗ ମଧ୍ୟ ରହିଛି।

ଉଦାହରଣ ଭାବେ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଲୁଥିବା କେୟାର କେମିକାଲସ କୁ ନେଇ ପାରିବା । ଗତ ବିମୁଦ୍ରୀକରଣ ଓ କରୋନା ମାଡରେ ଉକ୍ତ ୟୁନିଟ ଏକ ପ୍ରକାର ଅଚଳ ହୋଇପଡିଲା । ପରବର୍ତ ସମୟରେ ଉକ୍ତ କାରାଖାନାକୁ ସରକାରୀ ସହାୟତା ମିଳିଲା ନାହିଁ । ତେଣୁ ତାହା ବନ୍ଦ ହୋଇଯୀବାରୁ ସେଥିରେ କାର୍ଯ୍ୟକରୁଥିବା ୮ରୁ ୧୦ ଜଣ ଯୁବକ ଅନ୍ୟରାଜ୍ୟରେ ଦାଦନ ଖଟୁଛନ୍ତି ।ଏହିପରି ଭାବେ ଅନେକ ଅଣୁ ଉଦ୍ୟେଗ ବନ୍ଦ ପଡିଥିବା  ଜଣାପଡିଛି ।

 

ବିଜେଡି ନଗର ସଭାପତି ଖଗେଶ୍ୱର ଲେଙ୍କା କୁହନ୍ତି ବେକାର ଯୁବକମାନଙ୍କ ପାଇଁ ଏମଏସଏମଇ ଏକ ଆଶାର କିରଣ ଭଳି । କିନ୍ତୁ ଯଦି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ନାହିଁ, ତେବେ ଏହା ସୁବର୍ଣ୍ଣ ସୁଯୋଗ ପରିବର୍ତ୍ତେ ଏକ ପ୍ରହସନରେ ପରିଣତ ହେବ। ତେଣୁ ସରକାରଙ୍କ ଉଚିତ ହେଉଛି ପ୍ରକ୍ରିୟାକୁ ସରଳ କରିବା ସହିତ ଯୁବ ଉଦ୍ୟୋଗୀଙ୍କୁ ବାସ୍ତବ ସହାୟତା ଯୋଗାଇବା, ଯାହାଦ୍ୱାରା ଏମଏସଏମଇ କ୍ଷେତ୍ର ରୋଜଗାର ସୃଷ୍ଟିର ଏକ ପ୍ରକୃତ ମାଧ୍ୟମ ହୋଇପାରିବ ବୋଲି କହେିଥିଲେ ।

Next Post

ଜଳସେଚନ ବିଭାଗର ରାସ୍ତା କାର୍ଯ୍ୟରେ ଅନିୟମିତତା ଦ୍ୱିତୀୟ ଦିନରେ ଆମରଣ ଅନଶନ

Tue Jun 23 , 2026
ପଟ୍ଟାମୁଣ୍ଡାଇ ୨୩/୬ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ବିଭାଗ ପକ୍ଷରୁ ଚାଲିଥିବା ୧୬ନଂ କେନାଲ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ବିଲ ପ୍ରଦାନରେ ଦୁର୍ନୀତି ଅଭିଯୋଗ କରି ଶାସନ ପଂଚାୟତର କେତେଜଣ ଅଧିବାସୀ ସୋମବାରରୁ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଅନଶନ ଦ୍ୱିତୀୟ ଦିନରେ ପହଁଚିଥିବା ବେଳେ ଆନ୍ଦୋଳନକାରୀମାନେ ନିଜ ଦାବିରେ ଅଟଳ ରହିଛନ୍ତିା ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading