ପଟ୍ଟାମୁଣ୍ଡାଇ୧୮/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବ୍ରହ୍ମ ଏକାକ୍ଷର ମେଳା ଅନୁଷ୍ଠିତ ହୋଇ ଯାଇଛି । ପିଠାଧୀଶ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ସେବକ ରତିକାନ୍ତ ଧଳ, ଗଗନ ମହାଳିକଙ୍କ ତତ୍ୱାବଧାନରେ ଆୟୋଜିତ ମେଳା ରେ ମଧୁସୂଦନ ସାହୁ, କବିତା ସାହୁ କର୍ତ୍ତା ଭାବେ ସମସ୍ତ ପୂଜାଵିଧି ସମ୍ପନ୍ନ କରିଥିଲେ I ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମେଳାରେ ସ୍ଥାନୀୟ ଅଞ୍ଚଳର […]
ପଟ୍ଟାମୁଣ୍ଡାଇ ୧୮/୧୦- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରୀ ହୋଇଛି । ଚୋରମାନେ ନଗଦ ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ । ଏ ସମ୍ପର୍କରେ ଗୃହକର୍ତ୍ତା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ କିଛି […]
କେନ୍ଦ୍ରାପଡ଼ା,୧୮ା୧୦: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଶନିବାର କେନ୍ଦ୍ରାପଡ଼ା ପୌରପାଳିକା ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ଡା. ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ କେନ୍ଦ୍ରାପଡ଼ା ହେଉଛି ୧୫୬ ବର୍ଷର ପୁରୁଣା ପୌରପାଳିକା। ଏହି ସହରକୁ ସ୍ୱଚ୍ଛ ସହର ଭାବେ ଆମକୁ ମିଳିମିଶି ଗଢି ତୋଳିବାକୁ ହେବ। […]
ପଟ୍ଟାମୁଣ୍ଡାଇ ୧୬/୧୦ -ପଟ୍ଟାମୁଣ୍ଡାଇ ବେଲତଳ ହରିହରା ନନ୍ଦ ଧ୍ୟାନମନ୍ଦିର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗୀତାଜ୍ଞାନ ଯଜ୍ଞ ଅନୁଷ୍ଠିତ ହେବ । ଏଥିନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ଥ ସ୍ୱାମୀ ସୁଗିଦାନନ୍ଦ ଗିରି ସଭାପତିତ୍ୱ କରି ମାନବ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରଜ୍ଞାନ ମିଶନ ସାରା ପୃଥିବୀରେ କାର୍ଯ୍ୟରତ […]
କେନ୍ଦ୍ରାପଡ଼ା,୧୬ା୧୦:ପଟ୍ଟାମୁଣ୍ଡାଇ ମହିଳା କଲେଜରେ ବେଆଇନ ନିଯୁକ୍ତି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷରକୁ ଜାଲିଆତି କରାଯାଇଥିବା ମାମଲାରେ ଓଡିଶା ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଏସପିଙ୍କୁ ଏକମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଗତ ୨୦୧୨ ରୁ ୨୦୧୬ ମଧ୍ୟରେ ୬୦ରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଅଣଶିକ୍ଷକ କର୍ମଚାରୀଙ୍କୁ ବେଆଇନ ଭାବେ ନିଯୁକ୍ତି କରାଯାଇଛି । ଏସମ୍ପର୍କରେ […]
କେନ୍ଦ୍ରାପଡ଼ା,୧୬ା୧୦:ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କଳାଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ,ସହମଣ୍ଡଳ ଶିକ୍ଷାଧିକାରୀ ତଥା ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା, ବୁଢୀ ବିଳାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଓ ମା’ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର […]
କେନ୍ଦ୍ରାପଡ଼ା,୧୬ା୧୦:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ପରିଚୟ ଓ ସ୍ୱାଗତ ନିମନ୍ତେ ଏକ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସର ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକ ସଂଯୋଜନା କରିଥିଲେ। ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଜାତୀୟ ଯୁବପ୍ରକଳ୍ପର ରାଜ୍ୟ ସଂଯୋଜକ ସତ୍ୟଶ୍ରୀ ସୈାମ୍ୟକାନ୍ତ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। […]
केंन्द्रापड़ा, 16/10: सफेद और हरे बाल। शरीर पर तरह-तरह के पेड़-पौधे, जानवर और रेंगने वाले जानवर लिपटे हुए हैं और हाथ में राष्ट्रीय झंडा है। वे पर्यावरण बचाने और धरती को बचाने का संदेश लेकर ओड़ीशा राजय की अंनुगुल से निकलती हुई ट्री मैन के नाम से मशहूर किन्नर चिन्मयी […]
କେନ୍ଦ୍ରାପଡ଼ା,୧୬ା୧୦:ମୁଁହରେ ଧଳା ଓ ସବୁଜ ରଙ୍ଗ। ଶରୀରରେ ବିଭିନ୍ନ ଗଛଲତା ଓ ଜୀବଜନ୍ତୁ ତଥା ସରୀସୃପ ଘେରା ଓ ହାତରେ ଜାତୀୟ ପତାକା। ପରିବେଶ ବଞ୍ଚିଲେ ପୃଥିବୀ ବଞ୍ଚିବାର ବାର୍ତ୍ତା ନେଇ ସୁଦୂର ଅନୁଗୁଳରୁ ବାହାରି ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପରିବେଶ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ସେ। ସ୍ଥାନୀୟ ଅଞ୍ଚଳର ପରିବେଶ ସମ୍ପର୍କିତ ସମସ୍ୟାର ସମାଧାନ ନିମନ୍ତେ ସଦା ଚେଷ୍ଟିତ ଗଛ ମଣିଷ ଭାବେ ପରିଚିତ କିନ୍ନର ଚିନ୍ମୟୀ […]
ପଟ୍ଟାମୁଣ୍ଡାଇ ୧୫/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ନୋଡାଲ ହାଇସ୍କୁଲର ପରିସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସଂସଦ ପକ୍ଷରୁ ନାରାୟଣ ବେହେରାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ହୀରକ ଜୟନ୍ତୀ ସମାରୋହକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ। ଚଳିତ […]

