ଚଳିତମାସ ୨୫ରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା

blank
କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆସନ୍ତା ୨୫ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ପରିପରିପ୍ରକ୍ଷୀରେ ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ଇନ୍ଦିରା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ କଲେଜ, ଆଇ.ଟି.ଆଇ ଓ ଡିପ୍ଲୋମା କଲେଜ କର୍ତ୍ତୃପକ୍ଷ ପ୍ରମୁଖ ଯୋଗଦେଇଥିଲେ। ନିଯୁକ୍ତି ମେଳାକୁ ଶୃଙ୍ଖଳିତ ଏବଂ ସଠିକଭାବେ ଆୟୋଜନ ନେଇ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ କେନ୍ଦ୍ରାପଡ଼ାଙ୍କ ଦ୍ୱାରା ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆସନ୍ତା ଫେବୃଆରୀମାସ ୨୫ତାରିଖ ପୂର୍ବାହ୍ନ ୧୦ ଘଟିକାରୁ ୩ ଘଟିକା ମଧ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ କେତେକ ନିଯୁକ୍ତିଦାତା ସଂସ୍ଥା ଯୋଗଦାନ କରିବା ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି। ନିଯୁକ୍ତି ସଂସ୍ଥା ମାନଙ୍କ ଦ୍ୱାରା କିଛି ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଓ ଆଉ କିଛି ଜଣଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପରେ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା ରହିଛି। ଏହି ନିଯୁକ୍ତି ମେଳାରେ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ପଞ୍ଚମ ଶ୍ରେଣୀରୁ +୩, ଏଏନଏମ, ଜିଏନଏମ , ଆଇ. ଟି. ଆଇ ଓ ଡିପ୍ଲୋମା ପାସ୍ କରିଥିବା ୧୮ ବର୍ଷରୁ ୩୫ବର୍ଷ ମଧ୍ୟରେ ସମସ୍ତେ ଯୋଗଦେଇ ପାରିବେ ।

Next Post

ଜୈବ ସମ୍ବଳ ଗୁଡ଼ିକ ଜୀବନ ବିଜ୍ଞାନ ଏବଂ ଜୈବ ଶିଳ୍ପର ବିକାଶକୁ ସମର୍ଥନ କରେ

Wed Feb 4 , 2026
ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ୪/୨ – ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଜୈବ ଅନୁସନ୍ଧାନ ଏବଂ ଜୈବସମ୍ବଳ ପରିଚାଳନା ରଣନୀତି ସମ୍ପର୍କିତ ଆଲୋଚନାଚକ୍ର ଆଳି କଲେଜ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଉଦ୍ଭିଦ ବିଜ୍ଞାନ ଏଚଓଡି ଡ ଅଞ୍ଜଲି କୁମାରୀ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading