
ପଟ୍ଟାମୁଣ୍ଡାଇ ୨/୨- ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ସିଦ୍ଧପାଟଣା ସିଦ୍ଧ ବଳଦେବଜୀଉ ମଠର ପୂଜକ ସୋମବାର ସକଳେ ଠାକୁର ପୂଜା ପାଣି ଆଣିବାକୁ ଯାଇ କୂଅରେ ପଡି ମୃତ୍ୟୁବରଣ କରିଛନ୍ତି । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ତାଙ୍କୁ କୂଅରୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡକ୍ତରଖାନା ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପଟ୍ଟାମୁଣ୍ଡାଇ ନୂଆଗାଁ ଗ୍ରାମର ପ୍ରମୋଦ ଦାଶ (୪୬) ସିଦ୍ଧପାଟଣା ସିଦ୍ଧ ବଳଦେବଜୀଉ ମଠର ପୂଜକ ଭାବେ କର୍ଯ୍ୟକରି ଆସୁଥିଲେ । ସବୁଦିନ ପରି ଆଜି ମଧ୍ୟ ସେ ସକାଳେ ଠାକୁର ପୂଜା କରିବା ପାଇଁ ପାଣି ଆଣିବାକୁ ନିକଟରେ ଥିବା କୂଅକୁ ଯାଇଥିଲେ । ମାତ୍ର ଅସାବଧାନତାବଶତଃ ସେ କୂଅ ମଧ୍ୟରେ ପଡି ଯାଇଥିଲେ । ତେବେ ମଠ ଅନ୍ତେବାସୀ ଓ ସ୍ଥାନୀୟ ଲୋକମାନେ ପ୍ରମୋଦଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କୂଅ ମଧ୍ୟରେ ପଡି ଥିବା ଦେଖିବାକୁ ପାଇଥିଲେ । ଏହା ପରେ ଦମକଳ ବିଭାଗକୁ ଖବର ଦିଆଯିବା ପରେ ଦମକଳ ବାହିନୀ କୂଅ ମଧ୍ୟରୁ ପ୍ରମୋଦକୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲ ଆଣି ଭର୍ତି କରିଥିଲେ । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ କାଉନସିଲର ମଳୟ ଓଝା ଦାବୀ କରିଛନ୍ତି ।
