
ପଟ୍ଟାମୁଣ୍ଡାଇ ତା ୨/୨-ପଟ୍ଟାମୁଣ୍ଡାଇ ବଣିକ ସଂଘ ଆନୁକୂଲ୍ୟରେ ଦୀର୍ଘ ୭୭ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ଗତ ଜାନୁଆରୀ ୨୪ତାରିଖ ଠାରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ଆୟୋଜିତ ହୋଇ ୧ ତାରିଖ ଅଗ୍ନି ପୂର୍ଣ୍ଣିମା ଅବସରରେ ପୂର୍ଣ୍ଣାହୂତି ଦିଆଯାଇ ଉଦଯାପନ କରାଯାଇଛି । ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ପଣ୍ଡିତ ଭ୍ରମରବର ତ୍ରିପାଠୀ ଙ୍କ ସମେତ ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞର ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଛି । ଏହି ମହାଯଜ୍ଞର ବିଭିନ୍ନ ଦିବସରେ ରାଜନଗର ବିଧାୟକ ଧ୍ରୁବ ସାହୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ବିଜେପି ନେତା ମିଟୁ ମନୋଜ ନାୟକ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଓ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବଣିକ ସଂଘ ସଭାପତି ଗୋପୀନାଥ କର ଉପସଭାପତି ମୋହନ ଦାସ (ନମି ), ମୁଖ୍ୟଉପଦେଷ୍ଟା କିରଣ କୁମାର ଭୂୟାଁ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, କିଶୋର ଜେନା ( ବାଇନ) ସୁଦର୍ଶନ ଦାସ,ରବୀନ୍ଦ୍ର ସାହୁ ଅଚ୍ୟୁତ ଜେନା, ହରିହର ସାହୁ,କବି ବ୍ରଜ ସୁନ୍ଦର ସାହୁ, ବସନ୍ତ ପ୍ରଧାନ, ବ୍ରଜ କିଶୋର ତ୍ରିପାଠୀ,ଚିତ୍ତରଞ୍ଜନ ମହାରଣା (ହରି), ସମ୍ବିତ ଦାସ,ପ୍ରତାପ ସାହୁ ( ବାବୁଲି ) ସଞ୍ଜୟ ବର୍ମା ସଂଗ୍ରାମ ଦାସ ଅଜୟ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇ ଯଜ୍ଞ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ପୂର୍ଣ୍ଣପ୍ରାଣରେ ସହଯୋଗ କରିଥିଲେ । ବିଶ୍ୱଶାନ୍ତି ମହାଯଜ୍ଞକୁ ସରସ ସୁନ୍ଦର କରିବା ପାଇଁ ମିନା ବଜାର, ରାମ ଦୋଳି, ଚିଡ଼ିଆ ଖାନା ଆଦି ବିଭିନ୍ନ ମନୋରଞ୍ଜନକାରୀ ସଂସ୍ଥା ଯୋଗ ଦେଇଥିଲେ ।ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ,ଏସ ଡି ପି ଓ ସୁକାନ୍ତ ପାତ୍ର ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଓ ଏସ ଆଇ ମାମୁନି ରାୟ ପ୍ରମୁଖ ପୋଲିସ ଫଉଜ ସହ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
