ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ଦିବସ

blank
ପଟ୍ଟାମୁଣ୍ଡାଇ ୨୬/୧୧– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ବୁଧବାର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଆମ୍ବେଡକର ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ ପାଳନ ଅବସରରେ ସଂସଦର ଅନେକ ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ଓ ବହୁ ଜନସାଧାରଣ ସମିଲ ହୋଇ ବଜାର ପରିକ୍ରମା କରିଥିଲେ । ଏହି କାଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁ ସମିଲ ହୋଇ ପଟ୍ଟାମୁଣ୍ଡାଇ ବାଇପାସ ସ୍ଥିତ ଥିବା ଭିମ ରାଉ ଆମ୍ବେଡକରଙ୍କ ମୃର୍ତିରେ ମଲ୍ୟାପ୍ରଣ କରାଯିବା ସହିତ ପତାକା ଉତୋଳନ କରାଯାଇଥିଲା । ସଂସଦ ସଭାପତି ଦଳିତ ନେତା ବାରେଣୀ ସେଠୀଙ୍କ ପୌରହିତ୍ୟରେ ସମ୍ପାଦକ ଗୋପୀବଲ୍ଲଭ ନାୟକ, ଗୋପିନାଥ ତ୍ରୀପାଠୀ, ଆଇନଜୀବୀ ପ୍ରମୋଦ ସାହୁ, କଳ୍ପତରୁ ମଲିକ, ଶବେଶ୍ୱର ସେଠୀ ସମେତ ବହୁ ସଦସ୍ୟ ଯୋଗ ଦେଇ ଆମ ସମ୍ବିଧାନ ଆମ ସ୍ୱାଭିମାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆମ ଦେଶ ହେଉଛି ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର। ଆମ ଦେଶର ସମ୍ବିଧାନ ମଧ୍ୟ ବିଶ୍ୱର ସବୁଠୁ ଶ୍ରେଷ୍ଠ ସମ୍ବିଧାନ। ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ସଭାରେ ଉପସ୍ଥିତ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଏହିଭଲି ଭାବେ ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।

Next Post

ବଡ଼ମୂଳବସନ୍ତରେ କୁରାଳ ପଂଚମୀ ଉତ୍ସବ

Thu Nov 27 , 2025
ପଟ୍ଟାମୁଣ୍ଡାଇ ୨୬/୧୧– ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୂଳବସନ୍ତ ପଂଚାୟତର ସୁଜାବାଜ ଗ୍ରାମରେ କୁରାଳ ପଂଚମୀ ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ୫ଦିନ ଧରି ପାଳିତ ହୋଇଯାଇଛି। ସୁଜବାଜ ଯୁବକ ସଂଘ ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କୁରାଳ ପଂଚମୀ ଯୋଗୁଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇପଡିଥିଲା । ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି କରାଯାଇଥିଲା ।ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉକ୍ତ ଉତ୍ସବରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading