ଜୀବିକା ହରାଇ ଦଳିତ ମହିଳା ବସିଲେ ଆମରଣ ଅନଶନରେ

blank
କେନ୍ଦ୍ରାପଡ଼ା,୧୮ା୯:ନ୍ୟାୟ ନପାଇ ଜୀବିକା ହରାଇଥିବା ଦୁଇ ଦଳିତ ମହିଳା ଓ ସମାଜସେବୀ ସନ୍ଧ୍ୟାରାଣୀ ପଲାଇଙ୍କ ସମେତ ଶତାଧିକ ମହିଳା ଗୁରୁବାର ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।ପ୍ରଥମେ ଥାନା ପରେ ଏସପି ଓ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରି ସେଠାରୁ ନିରାଶ ହୋଇ ନିଜର ଜୀବିକା ହରାଇବା ପରେ ଶେଷରେ ଦୁଇ ଦଳିତ ମହିଳା ବାଧ୍ୟ ହୋଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସି ରହିଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇ ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ମହିଳା ଅନଶନସ୍ଥଳରେ ବସିରହିଛନ୍ତି। ଘଟଣା ଅନୁଯାୟୀ ଜଣେ ଦଳିତ ମହିଳା ଏକ କେବିନ ଭଡାଦେଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ଅନ୍ୟଜଣେ ଦଳିତ ମହିଳା ସେହି କେବିନରେ ଏକ ପାନ ଦୋକାନ କରି ଜୀବିକା ନିର୍ବାହ କରୁଥିଲେ। ଫଳରେ ଗୋଟିଏ କେବିନ ଦୁଇଟି ପରିବାରକୁ ପ୍ରତିପୋଷଣ କରିବାରେ ସହାୟକ ହୋଇଥିଲା। ହେଲେ ଗତ ଜୁଲାଇମାସ ୨୫ତାରିଖରେ ସେହି ଗ୍ରାମର ସୁମନ୍ତ ମଲିକ ଓ ତାଙ୍କ ବାପା ନିରଞ୍ଜନ ମଲିକ ଝରଣା ମଲିକଙ୍କ ଦୋକାନରୁ ସମସ୍ତ ଜିନିଷପତ୍ର ଚୋରିକରି ନେଇଥିଲେ। ଏସମ୍ପର୍କରେ ଖବର ପାଇ ଝରଣା ଚୋରି ହେଉଥିବା ଦେଖି ମଲ୍ଲି ମଲିକଙ୍କ ସହ ରାଜକନିକା ଥାନାକୁ ଯାଇ ଅଭିଯୋଗ କରିଥିଲେ। ହେଲେ ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ଘଟଣାକୁ ହାଲୁକା ଭାବେ ଗ୍ରହଣ କରି ଓଲଟା ମଲ୍ଲି ମଲିକ ଓ ଝରଣା ମଲିକଙ୍କୁ ଗାଳିଗୁଲଜ କରିଥିଲେ। ସେଠାରୁ ଦଳିତ ମହିଳା ଦୁଇଜଣ ନିରାଶ ହୋଇ ଫେରିବା ପରେ ଦେଖିଲେ ଦୋକାନରୁ ଚୋରି କରିନେଇଥିବା ବାପା ଓ ପୁଅ ଦୁଇଜଣ ସେହି ଦୋକାନ ଚାରିପଟେ କଣ୍ଟାବାଡ ବୁଲାଇ ଦୋକାନ ଭିତରକୁ ଯିବା ବାଟକୁ ବନ୍ଦ କରି ଦେଇଛନ୍ତି। ଜିଲ୍ଲାରେ ପୋଲିସ ଅଭିଯୋକାରୀଙ୍କୁ ନ୍ୟାୟ ନଦେଇ ଅଭିଯୁକ୍ତଙ୍କୁ ଅଧିକ ଅପରାଧ କରିବା ପାଇଁ ସାହାସ ଦେଉଛନ୍ତି। ଏହାଦ୍ୱାରା ଅଭିଯୁକ୍ତମାନେ ସାହାସ ପାଇ ଅଭିଯୋଗକାରୀଙ୍କ ଉପରେ ଦାଉ ସାଧୁଛନ୍ତି। ରାଜକନିକା ଥାନା ଅଧିନ ପେଗରପଡା ଗ୍ରାମର ଦଳିତ ମହିଳା ମଲ୍ଲୀ ମଲିକ ଓ ଝରଣା ମଲିକ ଏହି ଅବିଚାରର ଶିକାର ହୋଇଛନ୍ତି। ଏନେଇ ଉଭୟ ଜିଲ୍ଲା ପ୍ରଶାସନ ଓ ଏସପିଙ୍କୁ ଭେଟି ଗୁହାରି କରିଥିଲେ। ହେଲେ ସେଠାରୁ ନ୍ୟାୟ ପାଇନଥିଲେ। ଅପରପକ୍ଷରେ ଅଭିଯୁକ୍ତମାନେ ଅଭିଯୋଗ ପ୍ରତ୍ୟାହାର କରିବା ପାଇଁ ସେମାନଙ୍କୁ ଧମକ ଦେଇଥିଲେ। ଏହାସହ ଝରଣାଙ୍କ ଦୋକାନ ଚାରିକଡେ କଣ୍ଟାବାଡ ବୁଲାଇ ଦୋକନ ଭିତରକୁ ଯିବାକୁ ବାଟ ବନ୍ଦ କରିଦେଇଥିଲେ। ଫଳରେ ଝରଣା ମଲିକ ଓ ମଲ୍ଲୀ ମଲିକ ଜୀବିକା ହରାଇଲେ। ଏସମ୍ପର୍କରେ ଦୁଇ ଦଳିତ ମହିଳା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ବାରମ୍ବାର ଭେଟି ଅଭିଯୋଗ କରିବା ପରେ ସେଠାରୁ ମଧ୍ୟ ନ୍ୟାୟ ନପାଇ ନିରାଶ ହେବା ପରେ ଆଜି ବାଧ୍ୟ ହୋଇ କେନ୍ଦ୍ରାପଡା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ମହିଳା ଦୁହେଁ ଦାବି କରିିଛନ୍ତି ଯେ ଅଭିଯୁକ୍ତ ସୁମନ୍ତ ମଲିକ ଓ ତାଙ୍କ ବାପା ନିରଞ୍ଜନ ମଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଦୋକାନର କ୍ଷତିପୁରଣ, ସେମାନଙ୍କ ବିରୋଧରେ ହୋଇଥିବା ମିଥ୍ୟା ମକ୍କଦ୍ଦମାକୁ ପ୍ରତ୍ୟାହାର କରାଯିବା ସହ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହିତ ଚୋରାମଦ ବେପାରୀ, ବାଲି ମାଫିଆ, ଏବଂ କନିକା ଥାନା ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଗୁଣ୍ଡା ବଦମାସଙ୍କ ପୃଷ୍ଟପୋଷକ ସାଜିଥିବା କନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକଙ୍କୁ ଚାକିରୀରୁ ତୁରନ୍ତ ବହିଷ୍କାର କରାଯାଉ ଓ ଗରିବ ଅନୁସୂଚିତ ଜାତିର ଦୁଇ ମହିଳାଙ୍କୁ ସାହାଯ୍ୟ କରୁଥିବା ନାରୀନେତ୍ରୀ ସନ୍ଧ୍ୟାରାଣୀ ପଲାଇଙ୍କୁ ଥାନାଧିକାରୀ ଶ୍ରୀ ମଲ୍ଲିକ ଥାନା ଭିତରେ ଆଶାଳୀନ ଭାଷା ପ୍ରୟୋଗ କରି ଗାଳିଗୁଲଜ କରୁଥିବା ସିସିଟିଭିର ଫୁଟେଜରୁ ସତ୍ୟାସତ୍ୟ ଯାଞ୍ଚ କରାଯିବାକୁ ସେମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ରାଜ୍ୟ ସରକାର ନାରୀ ନିର୍ଯ୍ୟାତନା ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିର୍ଯ୍ୟାତନା ବିରୋଧରେ ଶୂନ୍ୟ ସହନଶୀଳତା ଆପଣେଇ ଥିବାରୁ ତୁରନ୍ତ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରାଯାଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପିଡିତା ଦଳିତ ମହିଳା ମଲ୍ଲି ମଲିକ ଓ ଝରଣା ମଲିକ ଦାବି କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମହିଳାମାନେ ଅନଶନରେ ବସି ରହିଛନ୍ତି। କୈାଣସି ସରକାରୀ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି।

Next Post

ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ, ମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ବିଧାୟକ

Thu Sep 18 , 2025
ପଟ୍ଟାମୁଣ୍ଡାଇ ତା ୧୮/୯–ପଟ୍ଟାମୁଣ୍ଡାଇଳୁ ରାଜସ୍ୱ ସବଡିଭିଜନ ମାନ୍ୟତା ପ୍ରଦାନ ପ୍ରସଙ୍ଗକୁ ନେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଗୁରୁବାର ବିଧାନସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟରେ ସବ-ଡିଭିଜନ ପୁନଗଠନ ପ୍ରକ୍ରିୟା ଅଦ୍ୟାବଧି କରାଯାଇନାହିଁ, ଓଡ଼ିଶା ରାଜସ୍ୱ ପ୍ରଶାସନ (ୟୁନିଟ୍‌) ଆଇନ, ୧୯୬୩, ବର୍ତମାନ ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା ୭(୩) ଆଇନ ଅନୁଯାୟୀ ସରକାର ପଦକ୍ଷେପ ନେବେ ବୋଲି ରାଜସ୍ୱ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading