ଜୈବ ସମ୍ବଳ ଗୁଡ଼ିକ ଜୀବନ ବିଜ୍ଞାନ ଏବଂ ଜୈବ ଶିଳ୍ପର ବିକାଶକୁ ସମର୍ଥନ କରେ

ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନାଚକ୍ର

blank

ପଟ୍ଟାମୁଣ୍ଡାଇ ୪/୨ – ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଜୈବ ଅନୁସନ୍ଧାନ ଏବଂ ଜୈବସମ୍ବଳ ପରିଚାଳନା ରଣନୀତି ସମ୍ପର୍କିତ ଆଲୋଚନାଚକ୍ର ଆଳି କଲେଜ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଉଦ୍ଭିଦ ବିଜ୍ଞାନ ଏଚଓଡି ଡ ଅଞ୍ଜଲି କୁମାରୀ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ମୁଖ୍ୟ ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ପରିଦର୍ଶକ ପ୍ରଫେସର ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ମାର୍ଗଦର୍ଶକ ଭାବେ ଯୋଗ ଦେଇ ପୃଥିବୀରେ ଜୀବନର ଉତ୍ପତି ଏବଂ ଅଭ୍ୟୁଦୟ ଯେତିକି ଆଶ୍ଚର୍ଯ୍ୟଜନକ ବୋଧହୁଏ, ବହୁବିଧ ବୈଶିଷ୍ଟ୍ୟ ବହନକାରୀ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ ଜାତିଙ୍କର ବିଭିନ୍ନ ପରିସଂସ୍ଥାରେ ପରିସ୍ଫୁଟନ ଓ ଜୀବନଯାପନ ସେତିକି ବିସ୍ମୟକର ଅନୁଭୂତ ହୁଏ । ମାନବ ସମେତ ପୃଥିବୀରେ ଆବିର୍ଭୂତ ଜୀବନର ସମସ୍ତ ପ୍ରକାର ରୂପକୁ ଅନ୍ତର୍ଭୁକ୍ତ କରୁଛି । ଜୈବବିବିଧତା, ସମୃଦ୍ଧତା ବ୍ୟତିରେକ ଆମ ଗ୍ରହରେ ଏକ ପ୍ରାଚୁର୍ଯ୍ୟ ପରିପୂର୍ଣ୍ଣ, ସୁସ୍ଥ ଜୀବଜଗତର ଗଠନ ସମ୍ଭବପର ନୁହେଁ। ପୃଥିବୀରେ ପରିଦୃଷ୍ଟ ସମସ୍ତ ଜୀବନ ପ୍ରଣାଳୀକୁ ସମର୍ଥନକରେ ଓ ମାନବ କଲ୍ୟାଣ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗ୍ରହର ସୁସ୍ଥତା ନିମନ୍ତେ ଏହା ହେଉଛି ଏକ ମୌଳିକ ଆବଶ୍ୟକତା । ଗତ କିଛି ଦଶନ୍ଧିରେ ବିଶ୍ୱସ୍ତରରେ ଜଳବାୟୁ ଦ୍ୱାରା ସୃଷ୍ଟି ହେଉଥିବା ବିପର୍ଯ୍ୟୟ ମାନବ ଜୀବନ ଓ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ତନ୍ମଧ୍ୟରୁ ଜଳବାୟୁ ପରିବର୍ତନ ଓ ପରିବେଶ ପ୍ରଦୂଷଣ ସଙ୍କଟ ଏକ ଗମ୍ଭୀର ସମସ୍ୟା ରୂପେ ଉଭା ହୋଇଛି । ଏହାର ପ୍ରଭାବରେ ତାପାୟନ ବୃଦ୍ଧି ଓ ଅଚାନକ ବନ୍ୟା, ମରୁଡି, ସାମୁଦ୍ରିକ ଜୁଆର, ବାତ୍ୟା ଭଳି ସଙ୍କଟ ଭଳି ଅନେକ ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ସେହିପରି କୃଷିକ୍ଷେତ୍ର ପ୍ରଭାବିତ ହୋଇ ଖାଦ୍ୟ ଉତ୍ପାଦନ ଉପରେ ପ୍ରଭାବ ମଧ୍ୟ ପକାଇବ । ବିଶ୍ୱର ଥଣ୍ଡା ଜୋନରେ ଥିବା ଦେଶଗୁଡିକ ଗରମ ଜୋନ୍କୁ ଆସିବା ସହିତ ଗରମ ଜୋନ ଥିବା ଅଂଚଳଗୁଡିକରେ ଅଧିକ ଗରମ ହେବା ଆଶଙ୍କା କରାଯାଉଛି ।ଏଥି ପାଇଁ ସତର୍କତା ଅବଲମ୍ବନ ଜରୁରୀ ହୋଇପଡିଛି ବୋଲି ସେ ଛାତ୍ରୀଛାତ୍ରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ କହିଥିଲେ । ସେହିପରି ଭୁବନେଶ୍ୱର ରମା ଦେବୀ ବିଶ୍ୱବିଦ୍ୟାଳୟର ଜୀବ ବିଜ୍ଞାନ ପ୍ରଫେସର ଚଣ୍ଡୀ ଚରଣ ରଥ ଏହି ସେମିନାରରେ ଯୋଗଦେଇ ଜୈବସମ୍ବଳ” ହେଉଛି ପ୍ରାଣୀ, ଉଦ୍ଭିଦ, କୋଷ, ଜିନ୍ ଏବଂ ଅଣୁଜୀବ ଯାହା ଗବେଷଣା ପାଇଁ ବ୍ୟବହୃତ ହୁଏ। ବୈଦିକ କାଳରୁ ଭାରତ ଓ ଜୈବ ବିବିଧତା ପରସ୍ପର ସହ ଜଡ଼ିତ। ପ୍ରାଚୀନ କାଳରେ ଆମେ ଆମର ଜୈବ ବିବିଧତା ବ୍ୟବସ୍ଥାକୁ ଅତି ଶୃଙ୍ଖଳିତ ଭାବେ ସଂରକ୍ଷଣ କରୁଥିଲୁ। ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ହେବାରେ ଲାଗିଛି । ଇକୋସିଷ୍ଟମ ପ୍ରତି ଆମର ଧାରଣା ଚମତ୍କାର ଥିଲା । ମାତ୍ର ଏବଏ ଦୂରେଇ ଯାଉଛୁ ।, ଏବେ ଆମ ପରମ୍ପରାକୁ ପୁନରୁଦ୍ଧାର କରିବାର ସମୟ ଆସିଛି । ଆମକୁ ଇକୋସିଷ୍ଟମ ଏବଂ ଜୈବ ବିବିଧତା ସଂରକ୍ଷଣର ପାରମ୍ପରିକ ଢାଂଚାକୁ ପୁନରୁଦ୍ଧାର କରିବାକୁ ହେବ ଏବଂ ‘ନିଜେ ବଂଚିବା ଏବଂ ଅନ୍ୟକୁ ବଞ୍ଚିବାକୁ ଦେବା’ ପ୍ରାଚୀନ ଆଦର୍ଶକୁ ଅନୁସରଣ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ । ଭୁବନେଶ୍ୱର ଆଇଏମଏମଟି ମୁଖ୍ୟ ପରିବେଶ ଏବଂ ସ୍ଥାୟୀତ୍ୱ ବିଭାଗ ବୈଜ୍ଞାନିକ ଡକ୍ଟର ନବୀନ କୁମାର ଧଳ ଯୋଗଦେଇ “ଜୈବସମ୍ବଳ” ହେଉଛି ଗବେଷଣାଗାର ପ୍ରାଣୀ, ଉଦ୍ଭିଦ, କୋଷ, ଜିନ୍ ଏବଂ ଅଣୁଜୀବ ଯାହା ଗବେଷଣା ପାଇଁ ବ୍ୟବହୃତ ହୁଏ। ଜୀବନର ମୌଳିକ ଯନ୍ତ୍ରପାତି ଅନେକ ଜୀବଙ୍କ ପାଇଁ ସାଧାରଣ। ଆମେ ପରୀକ୍ଷାମୂଳକ ପ୍ରାଣୀମାନଙ୍କୁ ବ୍ୟବହାର କରି ରୋଗର କାରଣ ଏବଂ ଚିକିତ୍ସା ଉପରେ ଗବେଷଣା କରୁଛୁ। ଜୈବ ସମ୍ବଳ ଗୁଡ଼ିକ ଜୀବନ ବିଜ୍ଞାନ ଏବଂ ଜୈବ ଶିଳ୍ପର ବିକାଶକୁ ସମର୍ଥନ କରନ୍ତି। ମୌଳିକ ଗବେଷଣା ଠାରୁ ଆରମ୍ଭ କରି ନୂତନ ଔଷଧ ବିକାଶ ପର୍ଯ୍ୟନ୍ତ ଜୈବ ସମ୍ବଳ ବ୍ୟବହାର କରି ଅନେକ ଅଧ୍ୟୟନର ଫଳାଫଳ ଆମ ଜୀବନକୁ ସାହାଯ୍ୟ କରିଛି। ଯେପରି ରୋଗକୁ ବୁଝିବା / ଔଷଧ ତିଆରି କରିବା, ନୂତନ ଚିକିତ୍ସାର ଆବିଷ୍କାର, ସୁସ୍ଥ ଜୀବନ ପାଇଁ ଖାଦ୍ୟ ସମସ୍ୟାର ସମାଧାନ, ପରିବେଶଗତ ସମସ୍ୟା ସମାଧାନ କରିବ, ଜୀବନର ରହସ୍ୟ ଗୁଡ଼ିକୁ ସମାଧାନ କରିବା ଖାଦ୍ୟ ଏବଂ ପରିବେଶଗତ ସମସ୍ୟାର ସମାଧାନ ହୁଏ ବୋଲି ସେ କହିଥିଲେ । ଆଳି କଲେଜ ଉଦ୍ଭିଦ ବିଜ୍ଞାନ ଏଚଓଡି ବାସୁଦେବ ସ୍ୱାଇଁ ଜୈବ ଅନୁସନ୍ଧାନ ଏବଂ ଜୈବସମ୍ବଳ ପରିଚାଳନା ରଣନୀତି ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ, ପ୍ରାଣୀ ବିଜ୍ଞାନ ଏଚଓଡି ସରୋଜିନୀ ମିଶ୍ର ପ୍ରମୁଖ ଜୈବ ଅନୁସନ୍ଧାନ ଏବଂ ଜୈବ ସମ୍ବଳ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରି କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହେଯାଗ କରିଥିଲେ । ଉଦ୍ଭିଦ ବିଜ୍ଞାନ ଏଚଓଡି ଡ ଅଞ୍ଜଳିି କୁମାରୀ ଦାଶ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଳି କଲେଜ ଅଧ୍ୟାପକ ବାସୁଦେବ ସ୍ୱାଇଁ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରମେଶ ସାହୁ, ରସାୟନ ବିଜ୍ଞାନ ଅଧ୍ୟାପକ ସୁନୀଲ ପ୍ରଧାନ, ସୁଭାଷୀ ମିଶ୍ର, ସର୍ବଶ୍ୱର ସାହୁ,କ୍ୟାପଟେନ ମନୋଜ ପରିଡା, ପ୍ରମୋଦ କୁମାର ସ୍ୱଇଁ, ଭରତ ଭୂସାନ ସାହୁ, , ସୁଚିସିମିତା ବିଶ୍ୱାଳ, ବଇକୁଣ୍ଠ ଚରଣ ରାଉଲ, ଶ୍ରୀମନ୍ତ କୁମାର ଜେନା, ରଂଜନ ଗହାନ, ଜିତେନ୍ଦ୍ର ମଲିକ୍‌, ରଂଜନ କୁମାର ବେହୁରା ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ସୁଭାଷୀ ମିଶ୍ର, ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା/ ଅଧ୍ୟାପକ ମାନେ ପରିଚାଳନା କରିଥବା ବେଳେ ବହୁ ଛାତ୍ରୀଛାତ୍ରମାନେ ଯୋଗ ଦେଇଥିଲେ ।

Next Post

କେନ୍ଦ୍ରାପଡାରୁ କଟକ-ଭୁବନେଶ୍ୱର ରେଳ ଚଳାଚଳ ଦାବି

Wed Feb 4 , 2026
କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡ଼ା ଷ୍ଟେଶନରୁ କଟକ ଓ ଭୁବନେଶ୍ୱରକୁ କୈାଣସି ରେଳସେବା ନାହିଁ। କେବଳ ସକାଳ ୬ଟାରେ ପାରାଦୀପରୁ ଆସି କେନ୍ଦ୍ରାପଡ଼ା ଦେଇ କେନ୍ଦୁଝରକୁ ଯାଉଥିବା ଏକମାତ୍ର ରେଳ ଗଡୁଛି। ବାକି ସମୟରେ କୌଣସି ଯାତ୍ରୀବାହୀ ରେଳ ସେବା ନାହିଁ। ତେଣୁ ଷ୍ଟେଶନରେ କୁକୁର ଶୋଉଛନ୍ତି। କେନ୍ଦ୍ରାପଡ଼ା ଦେଇ ଦୈନିକ ୫୦ରୁ ଅଧିକ ମାଲବାହୀ ଟ୍ରେନ୍ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଗଡୁନାହିଁ। କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ପ୍ରତିଦିନ ଯିବା ଆସିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading