ଉଚ୍ଚ ଶଦ୍ଦ ସମ୍ପନ୍ନ ଡିଜେ ବାଦ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି

blank

ଡେରାବିଶ:- ୩-୨ – ଉଚ୍ଚ ଶଦ୍ଦ ସମ୍ପନ୍ନ ଡିଜେ ବାଦ୍ୟକୁ ପ୍ରଶାସନିକ ସ୍ତରରେ ସମ୍ପୂର୍ଣ ନିଷେଧ କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲାର ଏକାଧିକ ଥାନା ଅଞ୍ଚଳରେ ହେଉଥିବା ପର୍ବ ପର୍ବାଣୀ କିମ୍ବା ବିବାହ ଶୋଭାଯାତ୍ରାରେ ଏହି ନିୟମକୁ ଉଲ୍ଲଂଘନ କରାଯାଇ ଗ୍ରାମ ଠାରୁ ସହର ସବୁଠି ବିକଟାଳ ଶବ୍ଦରେ ଡିଜେ ଗର୍ଜୁଛି । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜେ ବାଜିବା ବନ୍ଦ ହେବାର ନାଆଁ ଧରୁନି । ଡିଜେ କଟକଣା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’କରି ବିକଟାଳ ଅତି ଉତ୍କଟ ଶବ୍ଦ କରି ପ୍ରତିଯୋଗିତା କରାଯାଉଛି । ଡିଜେ ବଜାର ଶବ୍ଦ ପ୍ରଦୂଷଣରେ ଉଚ୍ଚ ରକ୍ତଚାପ, ହାର୍ଟ ରୋଗୀ, ବୃଦ୍ଧାବୃଦ୍ଧ ରୋଗୀ, ଛାତ୍ରୀଛାତ୍ର ମାନେ ଏହାରକୁ ପ୍ରଭାବରେ ପ୍ରଭାବିତ ହୋଇ ଆସୁଛନ୍ତି । ସରକାର ବିଭିନ୍ନ କଟକଣା ଜାରି କରିଥିବା ସତ୍ୱେ ପୋଲିସ ପ୍ରଶାସନ ଏଥି ପ୍ରତି ଆଖିବୁଜି ନୀରବ ଦ୍ରଷ୍ଟା ସାଜିି ଏହି ମୁଷ୍ଟିମେୟ ବିଶୃଙ୍ଖଳିତ ବ୍ୟକ୍ତି ମାନଙ୍କୁ ସୁଯୋଗ ଦେଉଛନ୍ତି । ଯାହାକି ଶାନ୍ତି ପ୍ରିୟ ନିରୀହ ଜନସାଧାରଣଙ୍କୁ ଚିନ୍ତାରେ ପକାଇବା ସହ ଦୁରାରୋଗ୍ୟ ବ୍ୟାଧି ରୋଗୀ, ବୁଦ୍ଧାବୃଦ୍ଧ ଓ ଛାତ୍ରୀଛାତ୍ର ଜୀବନ ସହ ଖେଳ ଖେଳା ଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ଗାଡିର ମୂଳ ଢାଂଚାରେ ପରିବର୍ତନ କଲେ ହେବ କାର୍ଯ୍ୟାନୁଷ୍ଠାନ

blank

ଡିଜେ ଗାଡି ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)ର କଟକଣା ଜାରି କରିଥିବା ବେଳେ ଗାଡିର ମୂଳଢାଚାକୁ ବେଆଇନ ପରିବର୍ତନ ବିରୋଧରେ ସର୍କୁଲାର ଜାରି କରିଛନ୍ତି । ଡିଜେ ଗାଡି ଲାଗି ଗାଡିର ମୂଳ ଢାଂଚାରେ ପରିବର୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଓ ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ଉପରେ କଟକଣା ଲାଗାଇଥିଲେ । ହେଲେ ଏହାକୁ ଅବମାନନା କରି ବିଦ୍ୟାଦାତ୍ରୀ ସରସ୍ୱତୀ ପୁଜା ୧୧ ଦିନ ବିତି ଯାଇଥିଲେ ବି ଗାଁ ରାସ୍ତାରେ ବିଭିନ୍ନ ଆଲୋକ ମାଲାରେ ଗାଡି ପରିବର୍ତନ କରାଯାଇ ଡିଜେ ବାଜାର ଛାତିଥରା ବିକଟାଳ ଶଦ୍ଦ ଜନସାଧାରଣଙ୍କୁ ଅତିଷ୍ଠ କରୁଛି । ଗ୍ରାମରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସହ ସାଧାରଣ ଜନ ଜୀବନ ନିରାପଦ ମଣୁ ନାହାନ୍ତି। ଆଇନଜୀବୀ ବିଦୁଭୂଷଣ ମହାପାତ୍ର

ବରିଷ୍ଠ ନାଗରିକ,ଛୋଟ ପିଲା ଏବଂ ପଶୁ ଓ ପକ୍ଷୀ ମଧ୍ୟ ଡିଜେ ସାଉଣ୍ଡରୁ ବର୍ତ୍ତୁ  ନାହାଁନ୍ତି

blank

ପ୍ରତ୍ୟେକ ଗାଁ ଠାରୁ ସହରର ଗଳି କନ୍ଦିରେ ବର୍ତମାନ ହୃଦ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛି ବ୍ୟକ୍ତି ପୀଡ଼ିତ ହୋଇ ରହିଛନ୍ତି। ଛାତ୍ରୀଛାତ୍ର ମାନେ ନିଜ ଘରେ ରହି ପାଠ ପଢ଼ିବା ସମ୍ଭବ ହୋଇ ପାରୁନି । ସରକାରଙ୍କ ସମ୍ପୂର୍ଣ୍ଣ କଟକଣା ଥାଇ ବି ଏମାନେ ଏତେ ଜୋର୍‌ରେ ଡିଜେ ବଜାଇବାକୁ ଅନୁମତି କିପରି ମିଳୁଛି ମନଇଛା ସାଉଣ୍ଡରେ ଡିଜେ ବଜାଉଛନ୍ତି। ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ଡିଜେ ବାଜୁଛି। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଡିଜେ ସାଉଣ୍ଡ ହୃଦରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଅଧିକ କ୍ଷତିକାରଣ। ଏଥିସହ ବରିଷ୍ଠ ନାଗରିକ,ଛୋଟ ପିଲା ଏବଂ ପଶୁ ଓ ପକ୍ଷୀ ମଧ୍ୟ ଡିଜେ ସାଉଣ୍ଡକୁ ସହ୍ୟ କରିପାରିବେନି। ଏବେ ଏହି ଡିଜେ ବାଜାର ଶବ୍ଦ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଉଚିତ୍ । ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ

ଡି ଜେ ପରିବର୍ତେ ପାରମ୍ପରିକ ବାଦ୍ୟ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନୀଆଯାଉ

blank

ଫେବୃୟାରୀ ଶେଷ ସପ୍ତାହରେ କେନ୍ଦ୍ରାପଡ଼ା ଜିଲା ସମେତ ସାରା ରାଜ୍ୟରେ ଫଗୁ ଦୋଳଯାତ୍ରା ଆରମ୍ଭ ହେବ। ଏହି ଦୋଳ ଯାତ୍ରା ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ଯାଏଁ ଚାଲିବ। ଦୋଳ ସମୟରେ କେନ୍ଦ୍ରାପଡ଼ା ଜିଲାର ବହୁ ସ୍ଥାନରେ ମେଲଣମାନ ଅନୁଷ୍ଠିତ ହେବ। ମେଳଣକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବିମାନ ଶୋଭାଯାତ୍ରା ସମ୍ମୁଖରେ ବାଜୁଥିବା ଡି ଜେ ବାଜା ଶବ୍ଦରେ ଅତିଷ୍ଠ ହୋଇ ଥାଆନ୍ତି। ଦୋଳ ମେଲଣ ହେଉ କିମ୍ବା ବିବାହ ଶୋଭାଯାତ୍ରା ହେଉ ଡି ଜେ ପରିବର୍ତେ ପାରମ୍ପରିକ ବାଦ୍ୟ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ  କେନ୍ଦ୍ରାପଡା ଜିଲାପାଳଙ୍କ ନିକଟରେ ନିବେଦନ କରିଛୁ ।  ଅଧ୍ୟାପକ ପ୍ରଭାକର ସାମଲ

ଭକ୍ତି ପରାକାଷ୍ଠାର ପ୍ରତୀକ ଶୋଭାଯାତ୍ରାରେ ଡି ଜେ ବାଦ୍ୟରେ ତାଟି କବାଟ ପଡ଼ିଛି

blank

ବିଭିନ୍ନ ପୁଜା ପାର୍ବଣ ହେଉ କିମ୍ବା ଦୋଳ ମେଲଣ ହେଉ ଭକ୍ତି ପରାକାଷ୍ଠାର ପ୍ରତୀକ ମାତ୍ର ଆଧ୍ୟାତ୍ମିକ ଭାବନାରୁ ଦୂରେଇ ଏହି ଶୋଭାଯାତ୍ରାରେ ଛାତି ଥରା ଡି ଜେ ବାଦ୍ୟ ପାଇଁ ଗାଁ ଗୁଡିକରେ ତାଟି କବାଟ ପଡ଼ି ଯାଉଛି। ଏହି ବାଦ୍ୟ ଫଳରେ କେତେ ବେଳେ କାହାର ମୃତ୍ୟୁ ହେବ କେହି କହି ପାରିବେ ନାହିଁ । ଜିଲ୍ଲାପାଳ ମହୋଦୟ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଏହି ଡି ଜେ ବାଦ୍ୟ କୁ ସମ୍ପୂର୍ଣ ନିଷେଧ ପାଇଁ  ଅନୁରୋଧ କରାଯାଇଛି ।

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଶାନ୍ତ କୁମାର ପାତ୍ର

ପ୍ରଶାସନ ଯଥା ଶିଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ

blank

ଭାରତର ବିଭିନ୍ନ ରାଜ୍ୟରେ ଉଚ୍ଚ ନ୍ୟାୟାଳୟ ଏବଂ ପ୍ରଶାସନ ଉଚ୍ଚ ଶବ୍ଦରେ ଡିଜେ ସଙ୍ଗୀତ ଏବଂ ଅନ୍ୟାନ୍ୟ ଶବ୍ଦ ପ୍ରଣାଳୀ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରିଛନ୍ତି, ବିଶେଷକରି ସାର୍ବଜନୀନ ଶୋଭାଯାତ୍ରା ସମୟରେ ଏବଂ ରାତିରେ (ରାତି ୧୦ ଟାରୁ ସକାଳ ୬ ଟା ମଧ୍ୟରେ)।ଯଦି ପ୍ରଶାସନ ଯଥା ଶିଘ୍ର ପଦକ୍ଷେପ ଗ୍ରହଣ ନକରନ୍ତି ଲୋକେ ନିଜ ତରଫରୁ ବିରୋଧ କରିବା ସହିତ ଆନ୍ଦୋଳନ କରିବେ ଓ ଆବଶ୍ୟକ ପଡ଼ିଲେ ଆଇନକୁ ହାତକୁ ବି ନେଇ ପାରନ୍ତି ।

ବିବାହ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବାଜୁଥିବା ଲାଉଡସ୍ପିକରଗୁଡ଼ିକ ଏକ ସାଧାରଣ ଉପଦ୍ରବ। ଏହା ବ୍ୟତୀତ, ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ୱାର ସମେତ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକରେ ବାଜୁଥିବା ଲାଉଡସ୍ପିକରଗୁଡ଼ିକୁ ମଧ୍ୟ ସାର୍ବଜନୀନ ଉପଦ୍ରବ ଭାବରେ ବିବେଚନା କରାଯାଏ। ଯଦି ଜନସାଧାରଣ ଏହି ଲାଉଡସ୍ପିକରଗୁଡ଼ିକ ଦ୍ୱାରା ହଇରାଣ ହୁଅନ୍ତି, ତେବେ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିପାରିବେ। ଏଥିପାଇଁ, ଭାରତୀୟ ଦଣ୍ଡ ସଂହିତାର ଧାରା ୨୯୦ ଏବଂ ୨୯୧ ଅନୁଯାୟୀ ଜେଲଦଣ୍ଡ ଏବଂ ଜରିମାନାର ବ୍ୟବସ୍ଥା ଅଛି।ସମାଜିକକର୍ମୀ ଗୟାଧର ଧଳ

ଏ ସଂକ୍ରାନ୍ତରେ ଥିବା ସରକାରଙ୍କ ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଏ ବିଷୟରେ ତାଙ୍କ ପାଖକୁ ଲିଖିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ସୁପାରିଶ କରିବେ ବୋଲି ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି।

Next Post

ଚଳିତମାସ ୨୫ରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା

Wed Feb 4 , 2026
କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆସନ୍ତା ୨୫ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ପରିପରିପ୍ରକ୍ଷୀରେ ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ଇନ୍ଦିରା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading