ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

blank
କେନ୍ଦ୍ରାପଡ଼ା,୪ା୯:ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ ଏକ ମଣ୍ଡଳ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ମଦ୍ରାସାର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ପାଇଁ ‘ସିଦ୍ଧି ଓ ଲକ୍ଷ୍ୟ’ ନାମକ ଏକ ବ୍ଲୁପ୍ରିଣ୍ଟର ଉନ୍ମୋଚନ କରାଯାଇଥିଲା। କେନ୍ଦ୍ରାପଡ଼ା ସହ ମଣ୍ଡଳ ଅଧିକାରୀ ବଳଦେବ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ମଣ୍ଡଳ ଅଧିକାରୀ ରଞ୍ଜନ କିଶୋର ରାଉତରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଏମ ଆଇ ଏସ, ସମସ୍ତ ସିଆର୍‌ସିସିମାନେ ଯୋଗ ଦେଇଥିଲେ। ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନ କରାଯାଇଥିଲା ଏବଂ ମଣ୍ଡଳ ଶିକ୍ଷା ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ କି କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ପାଠ ପଢା ଛାଡ଼ି ମଣ୍ଡଳଶିକ୍ଷା କାର୍ଯ୍ୟାଳୟକୁ ଆସିବା ଦରକାର ନାହିଁ। ଯାହାର ଯାହା ସମସ୍ୟା ଅଛି ସିଆରସିସି ମାନଙ୍କ ଜରିଆରେ ଜଣାନ୍ତୁ। ତୁରନ୍ତ ସମାଧାନ କରାଯିବ। ଶ୍ରୀ ମନ୍ତ୍ରୀ କେନ୍ଦ୍ରାପଡ଼ା ବ୍ଲକକୁ ଶିକ୍ଷା କ୍ଷେତ୍ରରେ ଆଗେଇନବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମ ଯଥା ‘ଏକ ପେଡ୍ ମା କେ ନାମ’ , ‘ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ’ କାର୍ଯ୍ୟକ୍ରମ ତଥା ‘ଅନଲାଇନ’ କାର୍ଯ୍ୟକ୍ରମରେ କିପରି କେନ୍ଦ୍ରାପଡା ବ୍ଲକ ଅନ୍ୟ ସମସ୍ତ ବ୍ଲକ୍ ତୁଳନାରେ ଆଗରେ ରହିବ। ଏଥିରେ ସମସ୍ତଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମନ୍ତ୍ରୀ କହିଥିଲେ। ସବୁ ସିଆରସିସିମାନେ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବା ଓ ଉଚିତ୍ ସମ୍ମାନ ପ୍ରଦର୍ଶନ କରିବା ପାଇଁ ମଧ୍ୟ ଶ୍ରୀ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶେଷରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଶୈଖିକ ପ୍ରଗତିକୁ ଆକଳନ କରି ତାହାର ଉଚିତ୍ ସମାଧାନ କରିବା ପାଇଁ ଶ୍ରୀ ମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ‘ସିଦ୍ଧି ଏବଂ ଲକ୍ଷ୍ୟ’ କାର୍ଯ୍ୟକ୍ରମର ଉନ୍ମୋଚନ କରାଯାଇଥିଲା। ଏହି ନୂତନ ଶୈଖିକ କାର୍ଯ୍ୟକ୍ରମରେ କିଛି ଶିକ୍ଷା ଓ ସହ ଶିକ୍ଷା କ୍ଷେତ୍ରର ମାନକ ପ୍ରସ୍ତୁତ କରାଯାଇଛି। ଯଦ୍ୱାରା ଏହାକୁ ଅନୁସରଣ କରି ସମସ୍ତ ପର୍ଯ୍ୟବେକ୍ଷକ ତଥା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି, ସହ ମଣ୍ଡଳ ଶିକ୍ଷା ଅଧିକାରୀ ଏବଂ ମଣ୍ଡଳ ଶିକ୍ଷା ଅଧିକାରୀ ବିଦ୍ୟାଳୟରେ ପିଲାମାନଙ୍କ କ୍ଷେତ୍ରରେ ଏହାକୁ ଯଥା ସମ୍ଭବ ପ୍ରୟୋଗ କରିବେ ଓ ଦୁଇ ମାସରେ ଥରେ ଏହାର ପୁନରାଲୋଚନ କରାଯିବ। ଏହିପରି ଭାବରେ ସମସ୍ତ ଶିକ୍ଷକ ସମାଜକୁ ନିଜ ନିଜ ବିଦ୍ୟାଳୟର ଶୈଖିକ ବାତାବରଣ ସହିତ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ହେଇପାରିବ ବୋଲି ଶ୍ରୀ ମନ୍ତ୍ରୀ ଆଶା ପ୍ରକଟ କରିଥିଲେ।

Next Post

ପଟ୍ଟାମୁଣ୍ଡାଇରେ ଜିଲା କଂଗ୍ରେସର ସଂଗଠନ ସୃଜନ କାର୍ଯ୍ୟକ୍ରମ

Thu Sep 4 , 2025
ପଟ୍ଟାମୁଣ୍ଡାଇ ୪/୯ -କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ କାର୍ଯ୍ୟକ୍ରମ ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ, କେନ୍ଦ୍ରାପଡ଼ା ଜିଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୋପୀନାଥ ପଲାନିଆନ୍ନନ ଯୋଗଦେଇ କଂଗ୍ରେସ ଦଳର ସଂଗଠନ ଅଭିବୃଦ୍ଧି ପାଇଁ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ । ଜିଲା ସଭାପତି ଚୟନ ପାଇଁ ମତାମତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading