ବଡ଼ବଡ଼ିଆଙ୍କ କୋଠାରେ ବୁଲଡୋଜର ବୁଲିବା ସ୍ୱପ୍ନ
ସରକାରୀ ଜାଗା ଉତ୍ସେଦ ନିର୍ଦ୍ଧେଶକୁ ମାନୁନାହାଁନ୍ତି ଅଧିକାରୀ
ଗରିବଙ୍କ ଝୁମ୍ପୁଡି ଘର ଓ ପେଟପାଟଣାରେ ହେଉଛି ନାତ

ପଟ୍ଟାମୁଣ୍ଡାଇ ୩୦/୧ -ସରକାରୀ ଜମି ହଡ଼ପ କରିଥିଲେ ହୋଇଯାଆନ୍ତୁ ସାବଧାନ ଚାଲିବ ବୁଲଡୋଜର । ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ଓଡିଶାରେ ଭାଜପା ସରକାର ଗଠନ ପରେ ଏଭଳି ପ୍ରତିକ୍ରିୟା ଦେବା ସହିତ ଜବରଦଖଲ ଉତ୍ସେଦ ପାଇଁ ସମସ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କେନ୍ଦ୍ରାପଡା ଜିଲା ପ୍ରଶାସନର ଅପାରଗତାରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଜବରଦଖଲ ହଟିବା ପରିବର୍ତେ ବଢିଚାଲିଛି । ବଡ଼ବଡ଼ିଆଙ୍କ କୋଠାରେ ବୁଲଡୋଜର ବୁଲିବା ନୀୟମ ସ୍ୱପ୍ନ ହୋଇଯାଇଛି । ଖାଲି ଗରିବଙ୍କ ଝୁମ୍ପୁଡି ଘର ଓ ଉଠାଦୋକାନ ଭଙ୍ଗା ହେଉଛି । ସହରର ମୂଲ୍ୟବାନ ସରକାରୀ ଜାଗା ପ୍ରଭାବଶାଳୀ ବ୍ୟକ୍ତି ଅକ୍ତିିଆର କରି ନେଇ ମାଲିକାନ ଶତ୍ୱ ହାସଲ କରିସାରିଲେଣି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ଏପରିକି ସରକାର ମଧ୍ୟ ବହୁ ବ୍ୟକ୍ତିଗତ ଜାଗାରେ କାର୍ଯ୍ୟାଳୟ କରିଛନ୍ତି । ଯାହା କିଛିମାସ ତଳେ ଆଇନ ଆନୁଯାଇ ବିଭାଗୀୟ କାର୍ଯ୍ୟାଳୟ ଭାଙ୍ଗା ହୋଇ ସେଠାରେ ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ ହେଲାଣି । ସେହିପରି ମୂଖ୍ୟ ରାସ୍ତା ମଧ୍ୟ ବ୍ୟକ୍ତିଗତ ମାଲିକାନାରେ ଥିବା ସୂଚନା ମିଳିଛି । ଯାହା ପଟ୍ଟାମୁଣ୍ଡାଇ ବାସୀଙ୍କୁ ବ୍ୟାଥିତ କରିଛି ।
ଶିକ୍ଷାବିତ ପ୍ରେମାନନ୍ଦ ପଣ୍ଡା କୁହନ୍ତି ସହରରେ କେତେକ ପ୍ରବାଶାଳୀ ବ୍ୟକ୍ତି ବହୁ ସରକାରୀ ଜାଗା ମାଡି ବସିଛନ୍ତି । ଏପରିକି ଗୋବରୀ ନଦୀ ସହିତ ପୂର୍ତ ବିଭାଗ, ବିଦ୍ୟୁତ ବିଭାଗ, ଶିକ୍ଷାବିଭାଗ ଓ ରାଜସ୍ୱ ବିଭାଗ ଜମି ସହିତ ପତିତ, ଗୋଚର ଜମିକୁ ମଧ୍ୟ ଛାଡିନାହାଁନ୍ତି। ପରେ ସରକାରୀ ଜାଗାକୁ ନିଜନାମରେ କରାଇନେବାକୁ ସକ୍ଷମ ହୋଇ ମାଲିକାନା ହସ୍ତଗତ କରିନେଇଛନ୍ତି । ବର୍ତମାନ ବିଭାଗୀୟ କାର୍ଯ୍ୟାଳୟକୁ ଭାଙ୍ଗି ଘରଦ୍ୱାର କରିନେଲେଣି । ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହେଲେ ପଟ୍ଟାମୁଣ୍ଡାଇ ସହରରେ ଭଙ୍ଗାଯିବା ପରିବର୍ତେ ସେମାନଙ୍କୁ ଓଲଟା ଦଖଲରେ ଦେବାକୁ ଶଡଯନ୍ତ୍ର ଅଧିକାରି କରୁଛନ୍ତି ।
ସାମଜିକକର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ସହରର ମୂଲ୍ୟବାନ ସରକାରୀ ସମ୍ପତି ବହୁ ନାମିଦାମୀ କୋଟିପତି ଲୋକ ଦଖଲକୁ ନେଇଛନ୍ତି । ବିଭାଗୀୟ ଅଧିକାରୀ ମାନେ ଟଙ୍କା ଲୋଭରେ ଚଂଚକତାକରି ତାଙ୍କ ନାମରେ କରିଦେଇଛନ୍ତି । ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇପଡିଛି । ଏନେଇ ଅତିତରେ ଜିଲାପାଳ କେନ୍ଦ୍ରୀୟ ରାଜସ୍ୱ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା । କଟକ ଜୋବ୍ରା ୟାଡାସ କର୍ଯ୍ୟାଳୟରୁ ଅତିତର ନକସା ବାହରିଥିଲା । ମାତ୍ର କିଛିଦିନ ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଠପ ହୋଇଗଲା ।
ମହିଳାସଂଗଠକ ସ୍ମିତାରେଖା ନାୟକ କୁହନ୍ତି ପ୍ରାପ୍ତ ଖବର ଅନୁଯାୟୀ ୧୯୮୨ ମସିହାରେ ପଟ୍ଟାମୁଣ୍ଡାଇ ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ସରକାରୀ ଖାତାରେ ୬୦ ଏକରରୁ ଉର୍ଦ୍ଧ ସରକାରୀ ଜମି ଥିଲା । ଏହାର କିଷମ ଅନବାଦି, ଆବାଦୀ ଯୋଗ୍ୟ ଅନାବାଦୀ, ରକ୍ଷିତ, ଜଳାଶୟ, ନଦୀ ଏବଂ ଜଙ୍ଗଲ କିଷମ ବୋଲି ସରକାରୀ ତଥ୍ୟରୁ ଜଣାପଡିଛି । ମାତ୍ର ଏବେ ସେଠାରେ ଗଢିଉଠିଛିି ବଡବଡ ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀ କୋଠା ଘର । ମାତ୍ର ସ୍ଥାନୀୟ ଗରୀବ ଅଧିବାସୀଙ୍କୁ ସରକାରୀ ଯୋଜନାରେ ଘର ଯୋଗାଇଦେବାକୁ ଯୋଜନା ଥିଲେ ବି ସେତକ ପୂରଣ ହେଉନି କି ମୁଣ୍ଡ ଗୁଞ୍ଜିବାକୁ ଚେନାଏ ଜାଗା ପାଉନାହାଁନ୍ତି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଘୋର ଅସନ୍ତୋଷ ।
ଆଇନଜୀବୀ ଶତୃଜୀତ ନାୟକ କୁହନ୍ତି ବିଭାଗୀୟ ଅଧିକାରୀ କାର୍ଯ୍ୟରେ ଅବହେଳା ସହ ସଚ୍ଚୋଟତାର ଅଭାବ ଥିଲେ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ସରକାରଙ୍କ ସର୍କୁଲାରରେ ଦର୍ଶାଯାଇଥିବା ନୀୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁ ନଥିବା ନଜରକୁ ଆସିଛି । ବହୁ ସରକାରୀ ଅଧିକାରୀ ଚାକିରିରେ ରହିଛନ୍ତି । ହେଲେ ତାଙ୍କ ଅଧିନରେ ଥିବା ସରକାରୀ ଜାଗା ବ୍ୟକ୍ତିଗତ ମାଲିକାନାରେ ଦଖଲକୁ ଯାଉଥିଲେ ବି ସେମାନେ ପ୍ରତିହତ କରୁନାହାଁନ୍ତି । ବରଂ ସେମାନଙ୍କୁ ସହେଯାଗ କରୁଛନ୍ତି । ଫଳରେ ବହୁ ବିଭାଗୀୟ ଜାଗା ହରିଲୁଟ ହୋଇଚାଲିଛି । ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁ ନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି । ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଓ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ତୁରନ୍ତ ହଟାଇବାକୁ ସାଧାରଣରେ ଦାବୀ କରିଛନ୍ତି ।
