ଅଗ୍ନିକାଣ୍ଡ ଜାଲିଗଲା ୪ ବଖରା ଆସବାବପତ୍ର

blank
ପଟ୍ଟାମୁଣ୍ଡାଇ୧୫ା୫ : କେନ୍ଦ୍ରାପଡ଼ା ଜିଲା  ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ପଞ୍ଚାୟତର ସୋବଳା ଗାଁରେ ଅଗ୍ନିକାଣ୍ଡ ଘଟି ଦୈତାରୀ ଭୋଇଙ୍କ ୪ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ଘରେ ଧାନ ଚାଉଳ ଆସବାବପତ୍ର ଯାହା ଥିଲା ସବୁ ନିଆଁରେ ପୋଡ଼ିଯାଇଛି। ନିଆଁର ଭୟାବହତା ଏତେ ପ୍ରଖର ଥିଲା ଯେ ନିଆଁ ଦାଉରୁ କିଛି ଜିନିଷପତ୍ର ଉଦ୍ଧାର କରାଯାଇପାରି ନଥିଲା। ଅପରାହ୍ନ ୧୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଦୈତାରୀଙ୍କ ପତ୍ନୀ ପ୍ରମିଳା ପାଟି କରି ଡାକପକାଇବାରୁ ପାଖ ପଡୋଶୀ ମାନେ ଦୌଡି ଆସିଥିଲେ। ହେଲେ ନିଆଁର ଭୟାବହକୁ ଦେଖି କେହିବି ନିଆଁ ପାଖକୁ ଯାଇନଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଗାଡି ପହଞ୍ଚିବା ବେଳକୁ ଚାରି ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦୁଇଟି ଅଗ୍ନିଶମ ଗାଡିକୁ ନିଆଁ ଲିଭାଇବା ପାଇଁ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିଲା। ନିଆଁ ସିନା ଆୟତ୍ତ ହୋଇଥିଲା ହେଲେ ସେତେବେଳକୁ ଘର ଭିତର ବାକ୍ସରେ ଥିବା ଟଙ୍କା ୧୦ ହଜାର ଟଙ୍କା, ବାସନ, ଡାଲିଚାଉଳ, ପନିପରିବା, ଲୁଗାପଟା ସହିତ ସୁନା ଇତ୍ୟାଦି ସମସ୍ତ ଆସବାବପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖ ପଡୋଶୀ ପ୍ରହଲ୍ଲାଦ ରାଉତ ରଖିଥିବା ତିନି ଏକର ଜମିର ପାଳଗଦା ମଧ୍ୟ ସମ୍ପୂର୍ଣ୍ଣ ପୋଡିଯାଇଛି। ଖବରପାଇ ବିଧାୟକ ଗଣେଶ୍ୱର ବେହେରା ଓ ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର ପହଞ୍ଚି ପାଲ ଓ ସୁଖିଲା ଖାଦ୍ୟ ଦେଇଛନ୍ତି। ଦୈତାରୀଙ୍କ ପରିବାର ଏବେ ବେସାହାରା ହୋଇପଡିଛନ୍ତି। ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ଦୈତାରୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Next Post

ଖଣ୍ଡାୟତ ମହାସଂଘ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

Thu May 15 , 2025
କେନ୍ଦ୍ରାପଡ଼ା,୧୫ା୫:ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ୨୦୨୫ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ଟପ୍ପରମାନଙ୍କୁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀ ନିବାସରେ ସମ୍ବର୍ନ୍ଧିତ କରାଯାଇଛି। ସଂଘ ସଭାପତି ଶରତ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ପହଲଗ୍ରାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ବ୍ୟକ୍ତିବିଶେଷ ଓ ଅପରେସନ ସିନ୍ଦୁରର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏ-ୱାନ୍ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ୪୨ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading