ଶ୍ରୀବଳଦେବଜୀଉଙ୍କ କନ୍ଦରାସୁର ବଦ୍ଧ ବେଶ

 

blank

କେନ୍ଦ୍ରାପଡ଼ା,୧ା୨:କନ୍ଦରାସୁର ବଧ ବେଶରେ ଦର୍ଶନ ଦେଲେ ତୁଳସୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀବଳଦେବଜୀଉ। ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ଆରାଧ୍ୟ ଦେବତା କନ୍ଦରାସୁର ବଧ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉଙ୍କୁ ମାଠ ଏବଂ ମଉଳି ପିନ୍ଧା ଯାଇ ସୋଲ ମଣ୍ଡଳ ଦିଆଯାଇ ହସ୍ତ, ଶ୍ରୀପୟର ଏବଂ ହସ୍ତରେ ହଳ ମୁଷଳ ଦ୍ୱାରା ଦାନବ ସୁର କନ୍ଦରାସୁର ନିଧନ ବେଶ ଭକ୍ତକୁ ଆକର୍ଷିତ କରିଥିଲା। ଏହି ବେଶ ଦେଖିବା ଲାଗି ରାତି ତମାମ ଭିଡ଼ ଲାଗି ରହିଥିଲା। ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇ ଅନ୍ୟ ନୀତି କାନ୍ତି କରାଯାଇଥିଲା। ପୌରାଣିକ ତଥ୍ୟ ଅନୁଯାୟୀ ଦାନବ ସୁର କନ୍ଦରାସୁର ଲଳିତ ଗିରିରେ ବାସ କରୁଥିଲା। ପ୍ରବଳ ପ୍ରତାପୀ ଥିଲା। ଧର୍ମ କାର୍ଯ୍ୟରେ ବାଧା ଦେଉଥିଲା। ପ୍ରଭୁ ବଳରାମ ତିର୍ଥ ସମ୍ପନ୍ନ ସାରି ସେହି ଅଞ୍ଚଳରେ ପହଞ୍ଚିଥିଲେ। ଋଷି ମୁନିଙ୍କ ଠାରୁ ସବୁ ଜାଣିବାକୁ ପାଇଥିଲେ। ଏହାପରେ ପ୍ରଭୁ ବଳରାମ ଅସୁରକୁ ଯୁଦ୍ଧ ଆହ୍ୱାନ ଦେଇଥିଲେ। ପ୍ରଭୁଙ୍କ ହସ୍ତରେ ଅସୁର କନ୍ଦରାସୁର ନିଧନ ହୋଇଥିଲା। ଅସୁର କନ୍ୟା ତୁଳସୀ ପ୍ରଭୁ ବଳରାମଙ୍କ ନିକଟରେ ଗୁହାରି କରିଥିଲା ପତ୍ନୀ ଭାବରେ ତାଙ୍କୁ ଗ୍ରହଣ କରିବାକୁ। ପ୍ରଭୁ ତୁଳସୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ। କନ୍ଦରାସୁରରୁ କେନ୍ଦ୍ରାପଡ଼ା ଦେବୀ ତୁଳସୀ ନାମରେ ତୁଳସୀ କ୍ଷେତ୍ର ଭାବେ ପରିଚିତ ହେଲା।

Next Post

ମୂଲ୍ୟବାନ ସରକାରୀ ଜାଗା ଏବେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଲିକାନାରେ

Sun Feb 1 , 2026
ବଡ଼ବଡ଼ିଆଙ୍କ କୋଠାରେ ବୁଲଡୋଜର ବୁଲିବା ସ୍ୱପ୍ନ ସରକାରୀ ଜାଗା ଉତ୍ସେଦ ନିର୍ଦ୍ଧେଶକୁ ମାନୁନାହାଁନ୍ତି ଅଧିକାରୀ ଗରିବଙ୍କ ଝୁମ୍ପୁଡି ଘର ଓ ପେଟପାଟଣାରେ ହେଉଛି ନାତ ପଟ୍ଟାମୁଣ୍ଡାଇ ୩୦/୧ -ସରକାରୀ ଜମି ହଡ଼ପ କରିଥିଲେ ହୋଇଯାଆନ୍ତୁ ସାବଧାନ ଚାଲିବ ବୁଲଡୋଜର । ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ଓଡିଶାରେ ଭାଜପା ସରକାର ଗଠନ ପରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading