କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ଦକ୍ଷତା ବିକାଶ କର୍ମଶାଳା

blank
କେନ୍ଦ୍ରାପଡ଼ା,୧୪ା୯:ଓଡିଶା ରାଜ୍ୟ ସମବାୟ ୟୁନିଅନ ଆନୁକୁଲ୍ୟରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ ଏକ ଦକ୍ଷତା ବିକାଶ କର୍ମଶାଳା ବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ସମବାୟର ଆଦ୍ୟ ପ୍ରବର୍ତ୍ତକ ଉତ୍କଳ ଗୈାରବ ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ଭାଗବତ ପ୍ରସାଦ ମହାନ୍ତିଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାର ଉଦ୍‌ଘାଟନ କରିଥିଲେ। ଏହି କର୍ମଶାଳାରେ ସମବାୟ ୟୁନିଅନ ପକ୍ଷରୁ ନାବାର୍ଡର ସାଧାରଣ ପ୍ରବନ୍ଧକ ଭୁବନ ମୋହନ ପଟ୍ଟନାୟକ, ଅବସରପ୍ରାପ୍ତ ଗ୍ରାମ୍ୟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ସୂର୍ଯ୍ୟ ପ୍ରସାଦ ରଥ, ଭୁବନେଶ୍ୱର ଓଡିଶା କୋପରେଟିଭ ୟୁନିଅନ ଟ୍ରେନିଂ ଅଫିସର ବିପିନ ଚନ୍ଦ୍ର ଦାସ, ଓଡିଶା ରାଜ୍ୟ କୋପରେଟିଭ ୟୁନିଅନର ଓଏସଡି ଚିନ୍ମୟୀ ଚାରୁଦର୍ଶନୀ ପ୍ରମୁଖ ଯୋଗଦେଇ ଦକ୍ଷତା ବିକାଶ ଓ ସାମ୍ପ୍ରତ୍ତିକ ପ୍ରତିଯୋଗୀତାରେ କର୍ମଚାରୀମାନେ କିଭଳି ଭାବରେ ଗ୍ରାହକମାନଙ୍କୁ ସେବା ଯୋଗାଇ ଦେଇପାରିବେ ସେ ସମ୍ପର୍କରେ ବିଷଦ ଭାବରେ ଅବତାରଣା କରିଥିଲେ । ଡିଜିଟାଲ ବ୍ୟାଙ୍କିଂ ଓ ମୋବାଇଲ ବ୍ୟାଙ୍କ ସେବାର ବିସ୍ତୃୃତ ବ୍ୟବହାର ପାଇଁ ମଧ୍ୟ ଦିଗ ଦର୍ଶନ ପ୍ରଦାନ କରିଥିଲେ । ପରିଶେଷରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ବାନ ବ୍ୟାଙ୍କର ସାଧାରଣ ପରିଚାଳକ ରାଜୀବ ଲୋଚନ ପଣ୍ଡା, ଜିଏମ ସୁରେଶ ଚନ୍ଦ୍ର ପରିଡା, ରିକଭରି ମ୍ୟାନେଜର ହିମାଂଶୁ ଲେଙ୍କା, ସହକାରୀ ପରିଚାଳକ ଭଞ୍ଜ କିଶୋର ଜେନା, ସିଷ୍ଟମ ମ୍ୟାନେଜର ଆଦିତ୍ୟ ଶତପଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Next Post

ରାଷ୍ଟ୍ର୍ରକୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବାର ମୂଳ ସୁତ୍ରଧର ହେଉଛି ହିନ୍ଦୀ

Sun Sep 14 , 2025
କେନ୍ଦ୍ରାପଡ଼ା,୧୪ା୯:ବିନା ରାଷ୍ଟ୍ରଭାଷାରେ ରାଷ୍ଟ୍ର ମୂକ ଅଟେ। ରାଷ୍ଟ୍ରର ସ୍ପନ୍ଦନ, ରାଷ୍ଟ୍ରର ଆତ୍ମାର ଅଭିବ୍ୟକ୍ତି ତା’ର ରାଷ୍ଟ୍ରଭାଷାରେ ନିହିତ ଥାଏ। ୧୯୪୯ମସିହାରୁ ସାମ୍ବିଧାନିକ ମର୍ଯ୍ୟାଦା ପାଇ ସାରିଥିଲେ ମଧ୍ୟ ଦେଶର ସବୁଠାରୁ ଅଧିକ ସଂଖ୍ୟକ ଜନସାଧାରଣ ହିନ୍ଦୀ ବୁଝିବା, କହିବା ଓ ଲେଖିବା ସତ୍ତ୍ୱେ ଆଜି ମଧ୍ୟ ରାଷ୍ଟ୍ରଭାଷାକୁ ଅନ୍ୟଭାଷା ସହ ସଙ୍ଘର୍ଷ କରିବାକୁ ପଡୁଛି। ହିନ୍ଦୀର ପ୍ରଚାରକ ଓ ପ୍ରସାରକ ଭାବରେ ଶ୍ରେଣୀଗୃହରେ ନିଜର ଅଧ୍ୟାପନା ଜାରି ରଖିଥିବା ଶିକ୍ଷକ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading