
କେନ୍ଦ୍ରାପଡା ୧୧/୬- କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଦୁଇ ଅବକାରୀ ଅଧିକାରୀ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ପଟ୍ଟାମୁଣ୍ଡାଇ ଅବକାରୀ ଏସଆଇ ଛାୟାକାନ୍ତ ନାୟକ ଓ ଏଏସଆଇ ପ୍ରଦୀପ ମଲ୍ଲିକ । ପୂର୍ବରୁ ଦୁଇଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । ସହକାରୀ କମିଶନର ଓ ଅବକାରୀ ବିଭାଗର ଅଧିକ୍ଷକଙ୍କ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଅଧରକାରୀଙ୍କୁ ଅବକାରୀ କମିଶନର ନିଲମ୍ବିତ କରିଥିବା ନେଇ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ ସୂଚନା ଦେଇଛନ୍ତି ।
ସୂଚନାଅନୁଯାଇ ରାଜନଗର ବାରଦିଆ ଗାଁର ବିନୋଦ ଦାସଙ୍କୁ ଗାଁରୁ ଉଠାଇ ନେଇ ଗାଡି ଭିତରେ ମାଡ଼ ମାରିଥିବା ନେଇ ରାଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କେନ୍ଦ୍ରାପଡା ଅଧିକ୍ଷକ ଦୁଇ ଅଧିକାରୀଙ୍କୁ କଟକ ଅବକାରୀ ଗୁଇନ୍ଦା କାର୍ଯ୍ୟାଳୟକୁ ବଦଳି କରାଇଥିଲୋ । ହେଲେ ବିନୋଦଙ୍କୁ ରାଜନଗର ଥାନାରୁ ନ୍ୟାୟ ନମିଳିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ । ଘଟଣାଙ୍କୁ ନେଇ ଅବକାରୀ କମିଶନର କେନ୍ଦ୍ରାପଡା ଅବକାରୀ ବିଭାଗର ଅଧିକ୍ଷକଙ୍କୁ ତଦନ୍ତ ଦାଇତ୍ୱ ଦେଇ ଥିଲେ । ତଦନ୍ତରେ ଅବକାରୀ ଚଢାଉବେଳେ ବିନୋଦ ଉପସ୍ଥିତ ରହିଥିଲା । ତାଙ୍କୁ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ହେଲେ ଅବକାରୀ ଗାଡିରେ ତାଙ୍କୁ ଥାନାକୁ ନେଇଥିବା ଘଟଣା ଉପରେ ଉଭୟଙ୍କୁ ନିଲମ୍ବିତ କାରାଯାଇଛି ବୋଲି ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳ ସୂଚନା ଦେଇଛନ୍ତି।
ସୂଚନା ଥାଉକି, ରାଜନଗର ବାରଦିଆରେ ମେ’ ୨୮ରେ ବିନୋଦ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଚୋରାମଦ ବିକ୍ରି ହେଉଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ଚଢ଼ାଉବେଳେ ବିନୋଦ ଉପସ୍ଥିତ ରହି ଫଟୋ ଉଠାଇବାରୁ ତାଙ୍କୁ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
