ନାରୀ ନିର୍ଯାତନା କେବେ ବନ୍ଦ ହେବ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ

blank
କେନ୍ଦ୍ରାପଡ଼ା,୧୦ା୩: କେନ୍ଦ୍ରାପଡା ଜିଲ୍ଲାର ସ୍କୁଲ ଛାତ୍ରୀ ଓ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଛି ଜିଲ୍ଲା କଂଗ୍ରେସ । ସମଗ୍ର ଓଡିଶାରେ ମହିଳା ହିଂସା ସୀମା ଟପିଛି । ମହିଳାମାନଙ୍କ ସୁରକ୍ଷା ବିପଦଜନକ ସ୍ଥିତିରେ ରହିଛି । ସ୍ୱଚ୍ଛ ଓ ସୁଶାସନର ନାରା ଦେଇ ଡବଲ ଇଞ୍ଜିନ ଲୋଭ ଦେଖାଇ ବିଜେପି ଶାସନ କ୍ଷମତାକୁ ଆସିଥିଲା । ୩ ଶହଦିନ ନ ପୁରୁଣୁ ଓଡିଶାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଛି । ଏହିପରି ନାରା ଦେଇ ଭାରତୀୟ ଜାତୀୟ କଂଗ୍ରେସ ଦଳର ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ହଜାର ହଜାର କଂଗ୍ରେସ କର୍ମୀ, ମହିଳା, ଛାତ୍ର ଓ ଯୁବ ନେତୃତ୍ୱମାନେ କଜଳାସ୍ଥିତ କଂଗ୍ରେସ ଭବନରୁ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଧୁଧୁୁ ଖରାରେ ସୋମବାର ପୂର୍ବାହ୍ନ୧୧ଟାରେ କଜଳାରୁ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ôଚ କାର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ । ବେଟି ପଢାଓ, ବେଟି ବଚାଓ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାର ଆଠମାସ ଭିତରେ ସର୍ବାଧିକ ୧୪ଟି ଗଣବଳାତ୍କାର ଘଟଣା ପଞ୍ଜିକୃତ ହୋଇଥିଲା ବେଳେ ପଞ୍ଜିକୃତ ନ ହୋଇଥିବା ମାମଲା ଶହେ ଟପିଯିବା ସମ୍ଭାବନା ରହିଛି । ଗଣବଳାତ୍କାରର ଶିକାର ହୋଇଥିବା ପରିବାର ଏବେ ତଦନ୍ତକାରୀ ଅଧିକାରୀଙ୍କୁ ବୟାନ ଦେଉନାହାଁନ୍ତି ଓ ତଦନ୍ତକୁ ଯାଉଥିବା ସାମାଜିକ ସଂଗଠକଙ୍କୁ ମୁହଁ ଦେଖାଉ ନାହାଁନ୍ତି । ଏହା ଆଇନ ଶୃଙ୍ଖଳାର ଅନ୍ୟ ଏକ ନମୁନା ବୋଲି କଂଗ୍ରେସ ନେତୃତ୍ୱମାନେ ବିଷଦଗାର କରିଛନ୍ତି । ଏହି ସରକାର ସମୟରେ ସ୍କୁଲର ନାବାଳିକା ଗର୍ଭବତୀ ହେବା, ସନ୍ତାନ ପ୍ରସବ କରିବା, ତିନିମୁହାଣୀରେ ରାସ୍ତା ଉପରେ ମହିଳାଙ୍କ ମୁଣ୍ଡ ଉପରେ ହାଇୱା ଚଢିଯିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ଏକ ଲକ୍ଷଣ ବୋଲି ନେତୃତ୍ୱମାନେ ଉଦ୍‌ବୋଧନ ଦେଇଥିଲେ । ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁôଥିବା ଏପରି ଘଟଣା ପାଇଁ ଗୃହ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଧିକାଂଶ ନେତା ମତ ରଖିଥିଲେ । ଦୀର୍ଘ ୨୪ବର୍ଷର କୁଶାସନ ଯାଇଥିବା ବେଳେ ଏବେ ଦୁଃଶାସନ ଶାସନ କରୁଛି ବୋଲି ମଧ୍ୟ ନେତାମାନେ ମତ ଦେଇଥିଲେ । କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଆଳି ନିର୍ବାଚନ ମଣ୍ଡଳୀର ଡ. ଦେବସ୍ମିତା ଶର୍ମା ଅଭିଭାଷଣ ଦେଇଥିବା ବେଳେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଅସୁସ୍ଥ ଓ ଶଯ୍ୟାଶାୟୀ ଥିଲାବେଳେ ନିଜ କାର୍‌ରେ ବସି ହଜାର ହଜାର କଂଗ୍ରେସ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ,ଏ.ଆଇ.ସି.ସି. ସଭ୍ୟ ହଳଧର ସେଠୀ, ଅଶୋକ କୁମାର ପଢିହାରୀ, ମହମ୍ମଦ ଆକବର ଅଲ୍ଲୀ, ପ୍ରଦୀପ କୁମାର ମହାନ୍ତି, ଭାଗିରଥୀ ଜେନା, ବିଧୁଭୂଷଣ ମହାପାତ୍ର, ଫକୀର ଚରଣ ଖଟୁଆ, ସୟଦ ଅବଦୁଲ୍ ସତ୍ତାର, ସଞ୍ଜୟ ରାଉତ, ରତିକାନ୍ତ କାନୁନଗୋ, ପୂର୍ବତନ ମହିଳା ସଭାପତି ସଶ୍ମିତା ପଣ୍ଡା, ରଶ୍ମିରଞ୍ଜନ ଚୌଧୁରୀ, ବିଶ୍ୱଭୂଷଣ ମହାପାତ୍ର, ସତ୍ୟ ନାରାୟଣ ସାମଲ, ବିଭୂ ପ୍ରସାଦ ଜେନା, ସମ୍ରାଟ କୁମାର ଜେନା, ରଶ୍ମିରଞ୍ଜନ ପଣ୍ଡା, ଉମେଶ ପାଢୀ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଆସିଥିବା କଂଗ୍ରେସ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

Next Post

 ଆକ୍ସନ ମୋଡରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ , ବାଲି ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ : ବିରତ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

Mon Mar 10 , 2025
କେନ୍ଦ୍ରାପଡ଼ା, ୧୦ା୩: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଘୁ ଖଣିଜ ପଦାର୍ଥ ଓ ବାଲିର ଅବୈଧ ଉଠାଣ ଓ ଚୋରା ଚାଲାଣ ଏବଂ ଅବୈଧ ଇଟା ଭାଟିର ନିର୍ମାଣକୁ ରୋକିବା ପାଇଁ ଉପ ଜିଲ୍ଲାପାଳ, ତହସିଲଦାର ଏବଂ ଆଇଆଇସିଙ୍କୁ ନେଇ ସାତ ଗୋଟି ଏନଫୋର୍ସମେନ୍ଟ ଟିମ ଗଠନ କରାଯାଇଥିଲା। କେନ୍ଦ୍ରାପଡ଼ାରେ ଅବସ୍ଥାପିତ ଖଣି ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଭିନ୍ନ ନଦୀରୁ ଅବୈଧ ବାଲି ଉଠାଣ ଓ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading