ପ୍ରଫେସର ଅନିରୁଦ୍ଧ ରାଉଳ ଙ୍କ ୮୫ତମ ଜନ୍ମ ଜୟନ୍ତୀ

blank
ପଟ୍ଟାମୁଣ୍ଡାଇ ୧୧/୬ -ପଟ୍ଟାମୁଣ୍ଡାଇ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ତଥା ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ  ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁଚରଣ ସ୍ବାଇଁ ମୁଖ୍ୟଅତିଥି  ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ରାଉଳ ଅନେକ ସଫଳ ଉତ୍ତମ ଛାତ୍ର ସୃଷ୍ଟି କରିବା ପରିବେଶ ସୁରକ୍ଷା, ପଟ୍ଟାମୁଣ୍ଡାଇ ବିକାଶ ଓ ବରିଷ୍ଠ ନାଗରିକ ଓ ଅବସର କର୍ମଚାରୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଥିବାରୁ ବୟସ ତାଙ୍କ ପାଖରେ ହାର ମାନିଛି ବୋଲି ପ୍ରକାଶ କରି ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।ୱସଭା ଆରମ୍ଭରେ  ପୂର୍ବତନ ପ୍ରଧାନଶିକ୍ଷକ ଶଚିନନ୍ଦନ ଦାସ ଓ  ବିଜୟ କୁମାର ସାହୁଙ୍କର ସ୍ବାସ୍ଥ୍ଯବସ୍ଥାର ଆଶୁ ଆରୋଗ୍ୟ କାମନା କରାଯାଇ ଜଗତରନାଥ ଜଗନ୍ନାଥଙ୍କୁ ଧୂପ ଦୀପ  ପ୍ରଦାନ କରାଯାଇଥିଲା । ଏହି ସଭାରେ ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର ,ପ୍ରଫେସର ପରୀକ୍ଷିତ ପାତ୍ର, ପ୍ରଫେସର ରବିନ୍ଦ୍ର କୁମାର ବରାଳ, ନାଟ୍ୟକାର ପ୍ରଫେସର ଗୋଲକ ଚନ୍ଦ୍ର ମହାରଣା, ପ୍ରଫେସର ନରହରି ଲେଙ୍କା, ଇ° ତ୍ରିଲୋଚନ ସୁତାର, ଇ° ତପନ କୁମାର ପାତ୍ର , ଇ° ଗୁଣଧର ସାମଲ, ପ୍ରାକ୍ତନ ବି ଇ ଓ ବିଜୟ କୁମାର ରାଉତ,ପାବନୀ କୁମାର ରାଉତ, ପ୍ରଦୀପ୍ତ କୁମାର ରଥ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରମୋଦ କୁମାର ନାୟକ, ପ୍ରଫୁଲ୍ଲ କୁମାର ପ୍ରଧାନ, ବ°ଶିଧର ନାୟକ,  ସମାଜସେବୀ ବ୍ରଜବନ୍ଧୁ ଦାଶ, ରାଜେନ୍ଦ୍ର ପ୍ରସାଦ ସି°, ସନାତନ ତରାଇ, ଅଭିମନ୍ୟୁ ସାହୁ, ଗୋପାଳକୃଷ୍ଣ ଖଣ୍ଡାଇ, ଖଗେଶ୍ୱର ଖଣ୍ଡାଇ , ସଞ୍ଜୟ କୁମାର ବର୍ମା, ଜଗନ୍ନାଥ ନାୟକ ଓ ରାଜକିଶୋର ଦାସ  ପ୍ରମୁଖ ଭାଷଣ ଦେଇ ତାଙ୍କର ବିଭିନ୍ନ କୃତି ସମ୍ପର୍କରେ ଆଲୋକପାତ କରିବା ସହିତ ଦୀର୍ଘ ଜୀବନ କାମନା କରିଥିଲେ ।ଏଇ ଅବସରରେ ପ୍ରଫେସର ରାଉଳଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ଜନ୍ମଦିନର ଅଭିନନ୍ଦନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଶେଷରେ  ପ୍ରମୋଦ କୁମାର ସାହୁ ଧନ୍ୟବାଦ  ଦେଇଥିଲେ।

Next Post

ଧୋୟାଞ୍ଚଳ ବିକାଶରେ ଶିବ ବିଶ୍ୱାଳଙ୍କ ଅବଦାନ ଅବିସ୍ମରଣୀୟ

Thu Jun 11 , 2026
ପଟ୍ଟାମୁଣ୍ଡାଇ  ୧୧/୬  – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବିକାଶରେ ଦିବଂଗତ ସମାଜସେବୀ ଶିବ ଚରଣ ବିଶ୍ୱାଳଙ୍କ ଅବଦାନ ଚୀରକାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ବିଶିଷ୍ଟ ସାମାଜିକକର୍ଯ ଶିବ ଚରଣ ବିଶ୍ୱାଳଙ୍କ  ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଇଂ ସରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading