
ପଟ୍ଟାମୁଣ୍ଡାଇ : ୦୮/୦୬’ ସାହିତ୍ୟ ସର୍ଜନା ଉପର ଋତୁ ମାନଙ୍କର ପ୍ରଭାବ ରହିଛି । ସ୍ରଷ୍ଟାର ମନୋସ୍ଥିତି ଉପରେ ଭିନ୍ନଭିନ୍ନ ଋତୁର ଅଲଗା ଅଲଗା ପ୍ରଭା୍ୱ ପ୍ରକାଶ ପାଏ । ସେଥିରୁ ନିଦାଘ’ବା ଗ୍ରୀଷ୍ମ ଋତୁର ଅନୁଭୂତି ଅତ୍ୟନ୍ତ ନିଆରା ଏବଂ ଚିତ୍ତାକର୍ଷକ। ପ୍ରଚଣ୍ଡ ଖରା, ପ୍ରାକୃତିକ ପରିବେଶ ଏବଂ ମାନବିକ ଅନୁଭବକୁ ନେଇ ଏହାର ଏକ ସ୍ୱତନ୍ତ୍ର ରୂପ ରହିଛି। ପ୍ରଚଣ୍ଡ ତାତି ଓ ପ୍ରାକୃତିକ ପରିବେଶ ଦିନବେଳା ସୂର୍ଯ୍ୟଙ୍କ ପ୍ରଖର କିରଣ ଏବଂ ଉତ୍ତପ୍ତ ପବନ।ମଧ୍ୟାହ୍ନରେ ରାସ୍ତାଘାଟ ଶୂନ୍ଶାନ ହୋଇଯିବା ଏବଂ ଗଛର ଛାଇ ଖୋଜିବା ପାଇଁ ବାଧ୍ୟ ହେବା।ପ୍ରକୃତିର ଶୁଷ୍କତା ଭିତରେ କାଳବୈଶାଖୀର ଆଗମନ ଏବଂ ତା’ର ଥଣ୍ଡା ପବନ ଓ ବର୍ଷା ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥାଏ। ପାଚିଲା ଆମ୍ଭ, ପଣସ, ତରଭୁଜ, ସ୍ୱାଦିଷ୍ଟ ଫଳ ମଜା ଗ୍ରୀଷ୍ମ ଋତୁର ମୁଖ୍ୟ ଆକର୍ଷଣ ହେଉଥାଏ । ଏହି ସମୟରେ ଥଣ୍ଡା ପାନୀୟ , ବେଲ ପଣା ଏବଂ ଲସି ଜଳୀୟ ପିଇବାର ଅନୁଭୂତି ଅତ୍ୟନ୍ତ ତୃପ୍ତିଦାୟକ ହୋଇଥାଏ ବୋଲି ସୋମବାର ପଟ୍ଟାମୁଣ୍ଡାଇର ବେଲେଶ୍ୱର ସାହିତ୍ୟ ସଂସଦ ନିଦାଘ ସାହିତ୍ୟ ଆସରରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ସଂସଦର ସଭାପତି କବି ବ୍ରଜବନ୍ଧୁ ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଟାଉନ୍ କ୍ଲବ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଦେଇଥିଲେ ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା କହିଥିଲେ ଅତିତରେ ଗ୍ରାମୀଣ “ନିଦାଘ ସମୟରେ କିଛି ନିଆରା ଅନୁଭୂତି ଦେଇଥାଏ । ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା, ପବନର ଉଷ୍ମତା ଏବଂ ଏହା ସହିତ ଲଢ଼ି ପ୍ରକୃତିର ପୁନର୍ଜନ୍ମକୁ ଏହି ଶବ୍ଦରେ ବର୍ଣ୍ଣନା କରାଯାଇଥାଏ। ଜୀବନଶୈଳୀ ଓ ସାନ୍ଧ୍ୟ ଅନୁଭୂତି ଦିନର କାନ୍ତ କ୍ଳାନ୍ତ ପରେ ସନ୍ଧ୍ୟାର ଥଣ୍ଡା ପବନ ଏବଂ ନିଦ୍ରାଦେବୀଳୁ ଆହ୍ୱାନ କରିଥାଏ ପରିବେଶ। ଖୋଲା ଆକାଶ ତଳେ କିମ୍ବା ଘର ବାହାରେ ବସି ଗପସପ କରିବା ଏବଂ ତାଳପତା ପଙ୍ଖାର ବ୍ୟବହାର। ରାତିରେ କୋକିଶିଆଳିଙ୍କ ଡାକ ଏବଂ ଝିଙ୍କାରୀଙ୍କ ଶବ୍ଦ ଗ୍ରାମୀଣ ରାତିର ନିସ୍ତବ୍ଧତାକୁ ବର୍ଣ୍ଣନା କରେ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ କଥାକାର ପ୍ର. କୈଳାସ ଚନ୍ଦ୍ର ପାତ୍ର ଓଡ଼ିଆ ସାହିତ୍ୟରେ ନିଦାଘକୁ ନେଇ ଅନେକ କବିତା ଓ ଗଳ୍ପ ରଚିତ ହୋଇଛି, ଯେଉଁଥିରେ ଗ୍ରୀଷ୍ମର ପ୍ରକୃତି ଏବଂ ଏହାର କଠୋରତାକୁ ବର୍ଣ୍ଣନା କରାଯାଇଛି। କବି ମହନ୍ତ କୁମାର ମଲିକ ବୈଶାଖ ଓ ଜ୍ୟେଷ୍ଠ ମାସର ନିଦାଘ ଖରା ପ୍ରକୃତିକୁ ଶୁଷ୍କ କରିଦିଏ। ଏହା ଜୀବଜନ୍ତୁଙ୍କ ପାଇଁ ଏକ କଠିନ ପରୀକ୍ଷା ସଦୃଶ ହୋଇଥାଏ। ତତଲା ଖରା ପରେ ବର୍ଷାର ଆଗମନ ଓ କୋଇଲିର କୁହୁକ ସ୍ୱର ଏହି ନିଦାଘ ଅନୁଭୂତିକୁ ଏକ ନୂଆ ରୂପ ଦିଏ ବୋଲି ସେ ମତ ପ୍ରକାସ କରିଥିଲେ। ନିଦାଘ ସମୟର ଅନୁଭୂତିକୁ ନେଇ ଏକ ମନୋଜ୍ଞ କବିତା ପାଠ କାର୍ଯ୍୍ୟକ୍ରମରେ କବି ପ୍ରସନ୍ନ ବେହୁରା, ବ୍ୟଙ୍ଗ କବି ଦେବାଶିଷ ପ୍ରଧାନ, ସୁଚିତ୍ରା ଗୁପ୍ତା , ବୈଷ୍ଣବ ମଳିକ, ସୁଶାନ୍ତ କୁମାର ଦାଶ, ଇ. ତପନ କୁମାର ପାତ୍ର ପ୍ରମୁଖ କବି ସ୍ୱରଚିତ କବିତା ଆବୃତ୍ତି କରି ଶ୍ରୋତାମାନଙ୍କୁ ଆମୋଦିତ କରିଥଲେ । ଏହି ଅବସରର କବି ସୁଚିତ୍ରା ଗୁପ୍ତା ଏବଂ ବୈଷ୍ଣବ ମଳିକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ନିଦାଘ୍ କବିତା ଆସରର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥଲେ ବରିଷ୍ଠ କଥାକାର ପ୍ରଦୀପ ନାୟକ ।କାର୍ଯ୍୍ୟକ୍ରମରେ ଯୋଗ ଦେଇଥିଲେ ପ୍ର. ଭରତ ଚନ୍ଦ୍ର ପାତ୍ର, ଡ. କେଳୁଚରଣ ସ୍ୱାଇଁ, ପ୍ର. ପରୀକ୍ଷିତ ପାତ୍ର, ଶିକ୍ଷାବିତ୍,କଣ୍ଡୁରି ଚରଣ ସ୍ୱାଇଁ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ନାଟ୍ୟକାର ଗୋଲକ ମହାରଣା , ଟାଉନ୍ କ୍ଲବର ସଭପତି କେତନ ଦାସ, ସମ୍ପାଦକ ରମେଶ ଦେଙ୍କ ସମେତ ବହୁ ସାହିତ୍ୟ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଶେଷରେ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟ୍ୱାଦ ଅର୍ପଣ କରିଥିଲେ ।
