ପ୍ରାକୃତିର ସୁରକ୍ଷା ଓ ବୃକ୍ଷ ରୋପଣ ଜୀବଜଗତର ରକ୍ଷା କବଚ

ଇସ୍କଫ୍ ପକ୍ଷରୁ ଆଲୋଚନା ଚକ୍ର ଓ ବୃକ୍ଷରୋପଣ

blank
କେନ୍ଦ୍ରାପଡ଼ା, ୭ା୬: ସମଗ୍ର ବିଶ୍ୱର ବିଭିନ୍ନ ଦେଶର ସରକାର ଆପଣାଇ ଥିବା ଆର୍ଥିକ ନୀତି ଏବେ ବିଶ୍ୱକୁ ଦ୍ରୁତ ଗତିରେ ବିନାଶ ଦିଗରେ ଟାଣି ନେଉଛି। ଏକ ପକ୍ଷରେ ହଜାର ହଜାର ବର୍ଷର ଜଙ୍ଗଲ ସଫା କରି ପ୍ରାକୃତିକ ସମ୍ପଦ ଲୁଟ୍ ହେଉଥିବା ବେଳେ ଅନ୍ୟ ପକ୍ଷରେ ଆର୍ଥିକ ଓ ରାଜନୈତିକ ସଂକଟରୁ ଉଦ୍ଧାର ପାଇବା ପାଇଁ ରାଷ୍ଟ୍ର ମୁଖ୍ୟମାନଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନାବଶ୍ୟକ ଯୁଦ୍ଧ ସଂଗଠିତ ହେଉଛି। ଏହା ପ୍ରକୃତିର ଭାରସାମ୍ୟକୁ ଭୀଷଣ ଭାବରେ ବ୍ୟାହତ କରୁଛି। ଚଳିତବର୍ଷ ଆମ ଦେଶ ସମ୍ମୁଖୀନ ହେବାକୁ ଯାଉଥିବା ଏଲନିନୋ ଜନିତ ଜଳବାୟୁର ଅନିୟମିତତା ଉପସାଗରୀୟ ଯୁଦ୍ଧର ସିଧାସଳକ ପ୍ରଭାବ। ଏଣୁ ସକଳ ପ୍ରକାରର ଯୁଦ୍ଧ ବିରୋଧରେ ଜନଚେତନା ସହ ଜଙ୍ଗଲ ସମ୍ପଦର ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ ହିଁ ଜୀବଜଗତକୁ ଧ୍ୱଂସ ମୁଖରୁ ବଞ୍ଚାଇ ପାରିବ ବୋଲି ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ (ଇସ୍କଫ୍‌) ପକ୍ଷରୁ ଆୟୋଜିତ “ପରିବେଶ ସୁରକ୍ଷା” ଆଜିର ଆହ୍ୱାନ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି। ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ପରିଚାଳନାରେ ଗୁପ୍ତକ୍ଷେତ୍ର ସଖୀବଟ ପରିସରରେ ଆୟୋଜିତ ଏହି ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଧ୍ୟାପକ ଅଜୟ ସାମଲ ମୁଖ୍ୟ ଅତିଥି, ସମାଜସେବୀ ରଣଧୀର ଜେନା ମୁଖ୍ୟବକ୍ତା ଏବଂ ପ୍ରକୃତିମିତ୍ର ରବୀନ୍ଦ୍ର ପ୍ରସାଦ ଜେନା ଓ ରମଣୀ ରଞ୍ଜନ ରାଉତରାୟ ଆଲୋଚକ ରୂପେ ଯୋଗଦେଇ ଏପରି ମତବ୍ୟକ୍ତ କରିଛନ୍ତି। ଅବଧୂତ ରାଉତ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ କବି ନିରୁପମା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଚଳିତ ସିବିଏସ୍‌ଇ ମାଟ୍ରିକ୍ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ୟୁନିଭର୍ସାଲ୍ ସ୍କୁଲ୍‌ର ଛାତ୍ରୀ ରିତିକା ଲେଙ୍କାଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସଖୀବଟ ପରିସରରେ ବିଭିନ୍ନ େଓ÷୍ୟଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ଉପସଭାପତି ଅବନ୍ତୀ ବେହେରା, ଶୈଳବାଳା ସାମଲ, ମୁକ୍ତାର ଖାଁ, ଅଭିମନ୍ୟୁ ରାଉତ, କେଦାରନାଥ ସାମନ୍ତରାୟ, ସିଦ୍ଧାର୍ଥ ଶଙ୍କର ରାୟ, ସୀତାକାନ୍ତ ନାୟକ, ବିଷ୍ଣୁପ୍ରିୟା ସାମଲ, ଉତ୍କଳ ମହାପାତ୍ର, ତପନ ଦାଶ, ଅଶୋକ ସାହୁ, ଅମରେନ୍ଦ୍ର ଦାସ, ରାଜେନ୍ଦ୍ର ମହାପାତ୍ର, ସରୋଜକାନ୍ତ ନାୟକ, ବିକ୍ରମ ସାମଲ, ମନୋଜ ଓଝା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Next Post

ଗୌରାଙ୍ଗ ସେଠୀ ହତ୍ୟା ଘଟଣାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

Mon Jun 8 , 2026
ଆଳିରେ ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣା କାରକାଚ ଭାଙ୍ଗିବାରୁ ମାରିଦେଲେ- ଏସପି କେନ୍ଦ୍ରାପଡ଼ା, ୮ା୬:କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ମହାଦେଇ ପାଟଣା ଗ୍ରାମର ଯୁବକ ଗୌରାଙ୍ଗ ସେଠୀ ହତ୍ୟା ଘଟଣାରେ ୮ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏ ନେଇ ସୋମବାର ସନ୍ଧ୍ୟାରେ ଏସପି ସିଦ୍ଧାର୍ଥ କଟ୍ଟାରିଆ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପ୍ରତାପ ମହାକୁଡ଼, ମନୋଜ ସାହୁ, ନଳିନୀକାନ୍ତ ସାହୁ, ସଞ୍ଜୟ କବି, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading