ଦୁଇ କାର ମୁହାଁମୁହିଁ, ଜଣେ ମୃତ ଓ ଦୁଇ ଆହତ

blank
କେନ୍ଦ୍ରାପଡ଼ା,୨୬ା୪ : ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତବ୍ୟକ୍ତି ଜଣଙ୍କ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଶାରଦା ପ୍ରସନ୍ନ ରାଉତ(୬୦)। ଶାରଦା ଏବେ ପାରାଦୀପ ଟ୍ରକ ମାଲିକ ସଙ୍ଘର ସଦସ୍ୟ ଅଛନ୍ତି। ସେହିପରି ଗୁରୁତର ଦ୍ୱୟ ହେଲେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପୁର ଗ୍ରାମର ସରସ୍ୱତୀ ସେଠୀ(୭୦) ଓ ତାଙ୍କ ପୁଅ ଶ୍ରୀକାନ୍ତ ସେଠୀ(୫୧)। ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ ଏକ କାର ଯୋଗେ ଶାରଦା କଟକ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଅନ୍ୟ ଏକ କାରରେ ସରସ୍ୱତୀ ସେଠୀ ଓ ତାଙ୍କ ପୁଅ ଶ୍ରୀକାନ୍ତ କେନ୍ଦ୍ରାପଡାକୁ ଆସୁଥିଲେ। ସାଲେପୁର ନିକଟସ୍ଥ ନାଳିଆମୁହଁ ନିକଟରେ ଉଭୟ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଗାଡିରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶାରଦାଙ୍କୁ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Next Post

ଜବରଦଖଲ ଯୋଗୁଁ ପୋତି ହୋଇଗଲାଣି ବ୍ରୀଟିସ ଅମଳର ସାଇଫନ ଜଳ ନିଷ୍କାସନରେ ବାଧା, ଫସଲହାନି

Sat Apr 26 , 2025
pattamundai ୨୨/୪–କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ଶହଶହ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡିବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡିରହୁଛି । ଅଳଭା ଘେରିରୁ ଜଳନିସ୍କାଷନ ପାଇଁ ବ୍ରୀଟିସ ଅମଳରୁ ହୋଇଥିବା ସାଇଫନ ଜୋର ଜବରଦଖଲ ହୋଇଯାଇଛି । ଅଳଭାଠାରେ ଥିବା ଜଳବିଶୋଧନ କାରାଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି । ଫଳରେ ଅଳଭା ଗ୍ରାମରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading