ମହିଳାଙ୍କୁ ଆକ୍ରମଣ-ଅସଦାଚରଣ ଅଭିଯୋଗ , ଥାନାରେ ପହଁଚିଲା ମାମଲା

blank

ପଟ୍ଟାମୁଣ୍ଡାଇ ୧୬/୮ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅଧିନ ଚଉଦକୁଲାଟ ଫାଣ୍ଡି ଅଂଚଳରେ ଜଣେ ମହିଳାଙ୍କୁ ଅସଡାଚଣ ସହ ଆକ୍ରମଣ ହୋଇଛି। ଏନେଇ ମହିଳା ଜଣଙ୍କ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପୋଲିସ ଉଭୟ ପକ୍ଷଙ୍କୁ ଡାକି ଅଭିଯୋଗର ଛାନବିନ ଜାରି ରଖିଛି ।
ମିଳିଥିବା ସୂଚନା ମୁତାବକ ରବିବାରେ ମହିଳା ଜଣକ କୌଣସି କାମରେ ଚଉଦକୁଲାଟରୁ ଘରକୁ ତାଙ୍କ ପୁଅ ଗାଡିରେ ଫେରୁଥିଲେ । ବାଟରେ ଏକ ସ୍ଥାନରେ ପୁଅ ଗାଡିରୁ ଓହ୍ଲାଇ କିଛି ଦୂର ପରିଶ୍ରା ଯାଇଥିଲେ। ମା ପରିଶ୍ରା ଯିବାରୁ ପୁଅ ସେଠାରୁ କିଛିଦୂର ଗାଡିନେଇ ଛିଡା ହୋଇଥିଲେ । ମହିଳା ଜଣଙ୍କ ଏକ ପଂଚାୟତ ଅଫିସ ପାର୍ଶ୍ୱକୁ ପରିଶ୍ରା ଯାଇଥିବା ବେଳେ ଗ୍ରାମର ୨ ଜଣ ବ୍ୟକ୍ତି ପହଁଚି ତାଙ୍କୁ ଅସଡାଚରଣ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ବ୍ୟକ୍ତି ଦ୍ୱୟ ତାଙ୍କ ମୋବାଇଲ ଛଡାଇ ଭାଙ୍ଗି ଦେଇଥିଲେ। ପରେ ଜବରଦସ୍ତ ତାଙ୍କ ବ୍ଲାଉଜକୁ ଚିରିଦେଇଥିଲେ । ମହିଳା ଜଣଙ୍କ ଚିତ୍କାର କରିବାରୁ ଉଭୟ ବ୍ୟକ୍ତି ଦ୍ୱୟ ସେଠାରୁ ଚମ୍ପଟ ମାରିଥିଲେ ବୋଲି ମହିଳା ଜଣଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ।

Next Post

ଚାରି ପିଲାର ଜନକଙ୍କ ଦ୍ୱିତୀୟ ବିବାହ, ପ୍ରଥମ ସ୍ତ୍ରୀ କଲେ ଥାନାରେ ଅଭିଯୋଗ

Tue Aug 19 , 2025
ପଟ୍ଟାମୁଣ୍ଡାଇ ୧୯/୮-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ମଙ୍ଗଳବାର ଏକ କୌତୁହଳପ୍ରଦ ଘଟଣା ଦେଖିବାକୁ ମିଳିଛି । ପ୍ରଥମ ପତ୍ନୀ ୪ଟି ପିଲା ଥାଇ ମଧ୍ୟ ଜଣେ ବ୍ୟକ୍ତି ଲୁଚିଛପି ଦ୍ୱିତୀୟ ବିବାହ କରୁଥିଲା । ଏହା ଜାଣି ପ୍ରଥମ ପତ୍ନୀ ସେଠାରେ ପହଁଚି ଉକ୍ତ ବିବାହ ବିରୋଧ କରିବା ସହ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଥାନା ପୋଲିସ ଘଟଣା ସ୍ଥଳରେ ପଂହଁଚି ସ୍ୱାମୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading