
ପଟ୍ଟାମୁଣ୍ଡାଇ ତା ୧୧/୪-ଓଡିଶାରେ ଆଜି ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଶୁଭାରମ୍ବ ହୋଇଥିବା ବେଳେ ତଦନୁଯାୟୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର କଟକ ଠାରେ ଆୟୋଜିତ ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ଉତ୍ସବର ସିଧା ପ୍ରସାରଣ ସହିତ ପୌରାଞ୍ଚଳର ହିତାଧିକାରୀମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରାଯାଇଥିଲା ।
ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସଵରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ସବଡିଭିଜନ ମେଡିକାଲ ଅଫିସର ଡା ନିରାକାର ପରିଡା, ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ, ସାଂସଦ ପ୍ରତିନିଧି ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା, ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଅଧିକାରୀ ଆରତୀ ନାୟକ,କାଉନ ସିଲର ମୃତ୍ୟୁଞ୍ଜୟ ପାଢ଼ୀ ବିଦ୍ୟାଧର ସେଠୀ, ପ୍ରଶାନ୍ତ ବାରିକ,ଲାସ୍ୟ ମୟୀ ସାହୁ,ସୁବାଷ ମଲିକ,ପ୍ରିୟଙ୍କା ସେଠୀ, ମଧୁସ୍ମିତା ମଲିକ, ଝରଣା ବେହେରା, ସୁଧାମୟ ମଲିକ, ପୌର ପରିଷଦ ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁର, କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରା ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଲୋକପ୍ରତିନିଧି ଯୋଗ ଦେଇ ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ବିଜେପି ନେତା ଭାରତ ଭୂଷଣ ଦାସ, ନଗର ମହିଳା ବିଜେପି ସଭାନେତ୍ରୀ ରଶ୍ମିତା ସାହୁ,ସୁଶୀଲ ପରିଡା,ସୁଧାଂଶୁ ଜେନା, ରବୀନ୍ଦ୍ର ବିଶ୍ୱାଳ, ପାରେଶ୍ୱର ପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଭାବଗ୍ରାହୀ କଳାନିକେତନ କଳାକାରମାନେ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମନୋରଞ୍ଜନ ଦାସ, ସରୋଜ ପଣ୍ଡା, ପ୍ରଫୁଲ୍ଲ ଦାଶ, ତପସ୍ୱିନୀ ଦାଶ ପରିଚାଳନା କରିଥିଲେ ।
