ସମସ୍ୟା ଜଣାଇବାକୁ ଆସିଥିଲେ ସରପଞ୍ଚ , ଚାମେଲୀ ଗିରଫ

blank
କେନ୍ଦ୍ରାପଡା ୧୧/୬ – ମହାକାଳପଡ଼ା ବ୍ଲକ୍‌ର ବହୁଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ନେଇ ମହାକାଳପଡ଼ା ସରଗରମ ହୋଇଛି । ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ପ୍ରକୋଷ୍ଟକୁ ପଶି ଚାମେଲୀ ଓଝା ଓ ତାଙ୍କ ଭାଇ ଶ୍ରୀ ଆଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଦୁହିଁଙ୍କୁ ଗିରଫ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ତାଙ୍କୁ ବିନା କାରଣରେ ଥାନାକୁ ଆଣି ମାଡ଼ ମାରିଥିବା ନେଇ ଚାମେଲୀ ଓଝା ଅଭିଯୋଗ କରିଛନ୍ତି । ପୋଲିସ ଦ୍ୱାରା ନିର୍ଯାତିତ ହୋଇ ସେ ଗୁରୁତର ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଚିକିସ୍‌ôିତ ହେଉଥିବା ସେ କହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଚାମେଲୀ ଓଝା କହିଛନ୍ତି ବିଡ଼ିଓଙ୍କ ସହିତ ତାଙ୍କ ପଂଚାୟତର ଲୋକଙ୍କ ସମସ୍ୟା ଏବଂ ବିଭିନ୍ନ ପ୍ରକଳ୍ପର ବିଲ୍ ପୈଠ ହେଉନଥିବା ନେଇ ଆଲୋଚନା କରିବାକୁ ଯାଇଥିଲେ । ବିଧାୟକଙ୍କର କିଛି ଗୁଣ୍ଡା ବିଡ଼ିଓଙ୍କ ଅଫିସ୍‌ରେ ପଶି ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଗଣ ଦୁଷ୍କର୍ମ କରିବାକୁ ଧମକ ଦେଇଥିଳେ । ମହାକାଳପଡ଼ା ଥାନା ପୋଲିସ ପହଂଚି ସେମାନଙ୍କ ପକ୍ଷ ନେବା ସହିତ ବଳ ପୂର୍ବକ ତାଙ୍କୁ ଥାନାକୁ ଆଣି ନିର୍ଯାତନା ଦେବା ଫଳରେ ତାଙ୍କ ଛାତିରେ ଗୁରତର ଯନ୍ତ୍ରଣା ହେଉଛି । ପଂଚାୟତରେ ଏକ ଆକ୍ରୋଶ ମୂଳକ ଜବରଦଖଲ ଉଚ୍ଛେଦକୁ ବିରୋଧ କରିବା କାରଣରୁ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ମହିଳା ଜନ ପ୍ରତିନିଧି ହୋଇ ଲୋକଙ୍କ ସମସ୍ୟା ନେଇ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କଲେ ତାଙ୍କୁ ମୁହଁ ବନ୍ଦ କରିବାକୁ ବିଧାୟକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ କହିଛନ୍ତି । ତେବେ ବିଧାୟକଙ୍କର ଏଥିନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଘଟଣାକୁ ନେଇ ବିରୋଧି ଦଳ ଓ ବିଧାୟକଙ୍କ ବିରୋଧି ବିଜେପି ନେତାମାନେ ବିଷୋଦ୍‌ଗାର କରିବା ସହିତ ଚାମେଲୀ ଓଝାଙ୍କୁ ହସ୍ପିଟାଲରେ ଭେଟି ସମବେଦନା ଜଣାଇଛନ୍ତି।

ତେବେ ଘଟଣା ସଂପର୍କରେ ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି ଯେ,
ତିଖିରୀ ସରପଂଚ ଚାମେଲୀ ଓଝା କିଛି କାରଣ ନଥାଇ ଭାଇରାଲ ହେବା ସହ ଲୋକଙ୍କ ବାହାବା ସାଉଁଟିବା ଲକ୍ଷ୍ୟରେ ଆଜି ମହାକାଳପଡ଼ା ବିଡ଼ିଓଙ୍କ ପ୍ରକୋଷ୍ଠକୁ ଯାଇ ବିଡ଼ିଓଙ୍କୁ ଅଫିସ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଡ଼ିଓଙ୍କ ପଚାରିବା ସହିତ ଯୁକ୍ତି ତର୍କ କରିଥିଲେ । ଏହା ଭିତରେ ସେ ଉତ୍ତେଜିତ ହୋଇ ବିଡ଼ିଓଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଅଫିସ୍ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରିଥିଲେ । ଏହାକୁ ମୋବାଇଲରେ ଭିଡ଼ିଓ ବନେଇଥିଲେ । ସେ ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ବିଡ଼ିଓ ବାଧ୍ୟ ହୋଇ ମହାକାଳପଡ଼ା ଥାନା ଆଇଆଇସିଙ୍କୁ ଫୋନ୍ କରି ଅଫିସ୍ ଭିତରେ ସରପଂଚଙ୍କ ପାଟିତୁଣ୍ଡ ଓ ହାଙ୍ଗାମା ସଂପର୍କରେ ଅବଗତ କରାଇଥିଲେ । ଫଳରେ ଆଇଆଇସି ମାନସ କୁମାର ମଲ୍ଲିକ, ଏସଆଇ ତପସ୍ୱନୀ ବିଶ୍ୱାଳ ଓ ଅନ୍ୟ ମହିଳା ପୋଲିସ କର୍ମଚାରୀ ଯାଇ ବ୍ଲକ୍ ଅଫିସ୍‌ରେ ପହଂଚିବା ସହିତ ଚାମେଲୀ ଓଝା ଓ ତାଙ୍କ ଭାଇଙ୍କୁ ଥାନାକୁ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ଚାମେଲୀ ଓଝା ଏସଆଇ ତପସ୍ୱନୀ ବିଶ୍ୱାଳଙ୍କ ଆଙ୍ଗୁଠି କାମୁଡ଼ି ଦେଇଥିବାବେଳେ ମହିଳା ହୋମଗାର୍ଡ଼ ସୁମିତ୍ରା ନାୟକଙ୍କ ତଚାମେଲୀ ଓଝା ଏସଆଇ ତପସ୍ୱନୀ ବିଶ୍ୱାଳଙ୍କ ଆଙ୍ଗୁଠି କାମୁଡ଼ି ଦେଇଥିବାବେଳେ ମହିଳା ହୋମଗାର୍ଡ଼ ସୁମିତ୍ରା ନାୟକଙ୍କ ତଂଟି ଚିପି ଦେଇଥିଲେ । ସେହିପରି ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା କନେଷ୍ଟବଳ ଜି.କେ. ପ୍ରଧାନଙ୍କୁ ଆକ୍ରମଣ କରିଥିଲେ । ଏଥିସହିତ ଥାନାକୁ ଜାଳି ଦେବାକୁ ମଧ୍ୟ ଧମକ ଦେଇଥିଲେ । ମହାକାଳପଡ଼ା ଥାନା ପୋଲିସ ବିଡ଼ିଓଙ୍କ ଅଭିଯୋଗ କ୍ରମେ ବିଏନଏସ ଦଫା ୧୨୬(୨),୧୨୧(୧), ୧୩୧, ୧୩୨, ୧୩୩, ୨୨୪, ୨୨୧, ୩୨୯(୨), ୩୫୧(୩), ୩(୫)ରେ ଏକ ମାମଲା (ନଂ-୧୭୦/୨୦୨୬) ରୁଜୁ କରିଥିବା ବେଳେ ଏସ ଆଇ ତପସ୍ୱନୀ ବିଶ୍ୱାଳଙ୍କ ଅଭିଯୋଗ କ୍ରମେ ବିଏନଏସ ଦଫା ୧୭୧, ୧୨୬(୨), ୧୨୧(୧), ୧୦୯(୧), ୧୩୧, ୧୩୨, ୧୩୩, ୨୨୪୨୨୧, ୨୯୬, ୩୫୧(୩), ୩(୫)ରେ ଅନ୍ୟ ଏକ ମାମଲା (ନଂ୧୭୧/୨୦୨୬) ରୁଜ୍ଜୁ କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି । ସରପଂଚ ଚାମେଲୀ ଓଝା ପୋଲିସ ଅଧିକାରୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ସେ ନିଜେ ଯାଇ ସମସ୍ତ ସିସିଟିଭିକୁ ଯାଂଚ କରିବା ସହିତ ସବୁର ଫୁଟେଜ ସିଜ୍ କରିଛନ୍ତି ବୋଲି ଏସପି ଶ୍ରୀ କଟାରିଆ କହିଛନ୍ତି ।

 

Next Post

ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ : ଏଣିକି ହିତାଧିକାରୀ ପାଇବେ ୧୦ କିଲୋଗ୍ରାମ ଚାଉଳ

Fri Jun 12 , 2026
  ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ାରେ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ ସହ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ କେନ୍ଦ୍ରାପଡ଼ା, ୧୨/୬ : ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନହିତକର ପଦକ୍ଷେପ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ି ହୋଇଥିଲା। ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀମାନେ ୫ କିଲୋଗ୍ରାମ ଚାଉଳ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading