ଧୋୟାଞ୍ଚଳ ବିକାଶରେ ଶିବ ବିଶ୍ୱାଳଙ୍କ ଅବଦାନ ଅବିସ୍ମରଣୀୟ

blank

ପଟ୍ଟାମୁଣ୍ଡାଇ  ୧୧/୬  – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ବିକାଶରେ ଦିବଂଗତ ସମାଜସେବୀ ଶିବ ଚରଣ ବିଶ୍ୱାଳଙ୍କ ଅବଦାନ ଚୀରକାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ବିଶିଷ୍ଟ ସାମାଜିକକର୍ଯ ଶିବ ଚରଣ ବିଶ୍ୱାଳଙ୍କ  ଏକାଦଶାହ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଇଂ ସରୋଜ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଜିଲ ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ,ପ୍ରାଧ୍ୟାପକ ରବି ରଞ୍ଜନ ଶର୍ମା  ଯୁବ ନେତା ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଦିବଂଗତ  ଶିବ ବିଶ୍ୱାଳଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂଗୀତ ଅନୁଷ୍ଠାନ ପକ୍ଷରୁ ପ୍ରେମାନନ୍ଦ ବିଶ୍ୱାଳ ଓ କୂଳମଣି ମଲିକଙ୍କ ସଂଯୋଜନାରେ ସମର୍ପଣ ଭଜନ ମଞ୍ଚ କଳାକାରମାନେ ଭକ୍ତି ରସାତ୍ମକ ଭଜନ ପରିବେଷଣ କରିଥିଲେ ।ଶେଷରେ ମନୋରଞ୍ଜନ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

Next Post

ସମସ୍ୟା ଜଣାଇବାକୁ ଆସିଥିଲେ ସରପଞ୍ଚ , ଚାମେଲୀ ଗିରଫ

Thu Jun 11 , 2026
କେନ୍ଦ୍ରାପଡା ୧୧/୬ – ମହାକାଳପଡ଼ା ବ୍ଲକ୍‌ର ବହୁଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ନେଇ ମହାକାଳପଡ଼ା ସରଗରମ ହୋଇଛି । ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ପ୍ରକୋଷ୍ଟକୁ ପଶି ଚାମେଲୀ ଓଝା ଓ ତାଙ୍କ ଭାଇ ଶ୍ରୀ ଆଚାର୍ଯ୍ୟଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଦୁହିଁଙ୍କୁ ଗିରଫ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ସ୍ଥାନୀୟ ବିଧାୟକଙ୍କ ଇଙ୍ଗିତରେ ତାଙ୍କୁ ବିନା କାରଣରେ ଥାନାକୁ ଆଣି ମାଡ଼ ମାରିଥିବା ନେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading