କେନ୍ଦ୍ରାପଡାରେ ୫ଶହ ଟଙ୍କିଆ ଜାଲ ନୋଟ

blank
କେନ୍ଦ୍ରାପଡ଼ା,୧୧ା୬:କେନ୍ଦ୍ରାପଡା ବଜାରରେ କାରବାର ହେଉଛି ୫ଶହ ଟଙ୍କିଆ ଜାଲ ନୋଟ। କାରଣ ସମାନ ନମ୍ବର ଥିବା ଦୁଇଟି ୫ଶହ ଟଙ୍କିଆ ନୋଟ ଜଣେ ବ୍ୟବସାୟୀଙ୍କ ପାଖକୁ ଆସିଛି। ବ୍ୟବସାୟୀ ଜଣଙ୍କ ବ୍ୟାଙ୍କକୁ ଟଙ୍କା ପଇଠ କରିବାକୁ ଯିବାବେଳେ ବ୍ୟାଙ୍କରେ ଏହା ଧରାପଡିଛି। ବ୍ୟାଙ୍କ କର୍ମଚାରୀ ମେସିନ ଦ୍ୱାରା ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଗୋଟିଏ ୫ଶହ ଟଙ୍କିଆ ନୋଟ ଜାଲ ବୋଲି। ବ୍ୟାଙ୍କ କର୍ମଚାରୀ ବ୍ୟବସାୟୀଙ୍କୁ ନୋଟଟି ଫେରାଇ ଦେଇଛନ୍ତି। ବ୍ୟବସାୟୀ ଜଣଙ୍କ ମଧ୍ୟ ଏନେଇ ଦ୍ୱନ୍ଦରେ ପଡିଛନ୍ତି। ଏହି ନୋଟଟିର ନମ୍ବର -୩୩୯୩୦୬ ରହିଥିବା ବେଳେ ସମାନ ନମ୍ବର ଥିବା ଏକ ବୈଧ ନୋଟ ମଧ୍ୟ ରହିଛି। ତେଣୁ କେନ୍ଦ୍ରାପଡାରେ ଜାଲ ନୋଟ କାରବାର ର‌୍ୟାକେଟ ସକ୍ରୀୟ ଥିବା ବ୍ୟବସାୟୀ ଜଣଙ୍କ କହିଛନ୍ତି। ବ୍ୟବସାୟୀ ଜଣଙ୍କ କହିଛନ୍ତି ଲୋକମାନେ ଟଙ୍କା କାରବାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ ଠକଙ୍କ ହାବୁଡରେ ପଡି କ୍ଷତିଗ୍ରସ୍ତ ହେବେ।

Next Post

ପ୍ରଫେସର ଅନିରୁଦ୍ଧ ରାଉଳ ଙ୍କ ୮୫ତମ ଜନ୍ମ ଜୟନ୍ତୀ

Thu Jun 11 , 2026
ପଟ୍ଟାମୁଣ୍ଡାଇ ୧୧/୬ -ପଟ୍ଟାମୁଣ୍ଡାଇ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ତଥା ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ବାଇଁଙ୍କ ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ  ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କେଳୁଚରଣ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading