ତୁଳସୀକ୍ଷେତ୍ରରେ ଶାରଦୀୟ ଦୂର୍ଗାପୂଜା ଆରମ୍ଭ

blank
କେନ୍ଦ୍ରାପଡ଼ା,୨୮ା୯:ତୁଳସୀ କ୍ଷେତ୍ରରେ ତ୍ରିଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ଆରମ୍ଭ। କ୍ଷେତ୍ରର ପୀଠଦେବୀ ମା’ କନକ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଆଜି ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ବିରାଜମାନ ଥିବା ପୀଠ ଦେବୀ ମା’ କନକଦୁର୍ଗାଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ପ୍ରଥମେ ମା’ଙ୍କୁ ମହାସ୍ନାନ କରାଯାଇ ବେଶ ସୁବର୍ଣ୍ଣ ଅଳଙ୍କାରରେ ପରିଧାନ ପୂର୍ବକ ନ୍ୟାସ ଭୋଗ ଲାଗି କରାଯାଇଥିଲା। ପରମ୍ପରା ଅନୁଯାୟୀ ଆଜି କ୍ଷେତ୍ରରେ ମହାସପ୍ତମୀ ଅବସରରେ ଶସ୍ତ୍ର ପୂଜା ଭଣ୍ଡାର ଗୃହରେ କରାଯାଇଥିଲା। ଆସନ୍ତା ଗୁରୁବାର ଦଶହରା ପର୍ଯ୍ୟନ୍ତ ଏହି ପୂଜା ଚାଲିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Next Post

ବୃଦ୍ଧାଙ୍କ ବେକରୁ ସୁନାଚେନ ଲୁଟି ନେଲେ ଦୁବୃର୍ତ, ଥାନାରେ ଏତଲା

Sun Sep 28 , 2025
ପଟ୍ଟାମୁଣ୍ଡାଇ ୨୮/୯ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଦକ୍ଷିଣଦିଆ ଗ୍ରାମରେ ଏକ ସୁନା ଚେନ ଲୁଟ ଘଟଣା ଘଟିଛି । ୨ଜଣ ଦୁବୃର୍ତ ଜନୈକା ବୃଦ୍ଧାଙ୍କ ବେକରୁ ସୁନା ଚେନ ଲୁଟି ନେଇ ଫେରାର ହୋଇଯାଇଛନ୍ତି ।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଦକ୍ଷିଣଦିଆ ଗ୍ରାମରେ ବିଜୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading