ପଟ୍ଟାମୁଣ୍ଡାଇରେ ଦ୍ୱିତୀୟ ବନ୍ୟା ବିଭୀଷିକା, ବନ୍ୟା ୮ ଦିନ ପରେ ବି ହ୍ରାସ ପାଉନି ଦୁର୍ଦଶା

  • ଅଳଭାରେ ବିପଦ ସଂକେତ ଉପରେ ଜଳସ୍ତର
  • ନେତାଙ୍କ “ଫୋଟୋସେସନ୍‌’କୁ ନେଇ କ୍ଷୋଭ

blank
ପଟ୍ଟାମୁଣ୍ଡାଇ୨୧/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ୧୪ଟି ପଂଚାୟତ ଓ ପୌରାଂଚଳର ୧୧ ୱାର୍ଡରେ ଦ୍ୱିତୀୟ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍କଟଜନକ ରୂପ ଧାରଣ କରିଛି। ଦୀର୍ଘ ୮ ଦିନ ବିତିଯାଇଥିଲେ ମଧ୍ୟ ବନ୍ୟା ବିପନ୍ନଙ୍କ ଦୁର୍ଦଶା କମିବାର ନାଁ ନେଉନାହିଁ। ଯଦିଓ ଜଳସ୍ତରରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ତଥାବି ଅଳଭାଠାରେ ବିପଦ ସଂକେତ ୧୯ ଫୂଟ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସମଗ୍ର ଅଂଚଳ ଜଳବନ୍ଦୀ ହୋଇରହି଼ିଛି। ଏହାଦ୍ୱାରା ଲୋକଙ୍କ ନାହିଁ ନଥିବା ଦୁର୍ଦଶା ଜାରି ରହିଛି। ମାତ୍ର ଏଭଳି ସଙ୍କଟଜନକ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରତିନିଧିମାନେ ବନ୍ୟାଂଚଳରେ କେବଳ ଲୋକଦେଖାଣିଆ ମେଳି ଫୋଟୋସେସନ୍‌କୁ ନେଇ ସାଧାରାଣରେ କ୍ଷୋଭ ପ୍ରକାଶ ପାଇଛି ।

blank
ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗାଁ ପଂଚାୟତ ସମେତ ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ବାଲିପାଟଣା, ବଛାରା ପ୍ରମୁଖ ପଂଚାୟତ ବହ୍ୟଜଗତରୁ ବିଛିନ୍ନ ହୋଇରହିଛି । ସେହିପରି ଅଳପୁଆ, ତରଡିପାଳ, ପେଣ୍ଠପାଳ, ଅମ୍ବୃତମଣୋହି, ବଲୁରିଆ, ଅଣ୍ଢରା ପଂଚାୟତ ସମେତ ନିଳକଣ୍ଠପୁର ଓ ଶାଶନ ପଂଚାୟତର ଆଂଶିକ ଅଂଚଳରେ ବନ୍ୟାଜଳ ପଶିରହିଛି। ଏହି ସାମସ୍ତ ପଂଚାୟତର ୭୫ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଥିବା ନେଇ ବିଡ଼ିଓ ଶୀତଲ ଅଗ୍ରୱାଲ ସୁଚନା ଦେଇଛନ୍ତି । ଏହି ସବୁ ଅଂଚଳରେ ଦୀର୍ଘଦିନ ଧରି ପାଣି ଜମି ରହିବା ଫଳରେ ଅନେକ ମାଟିଘର ଧସିଯାଇ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଶହ ଶହ ଏକର ଚାଷଜମି ବନ୍ୟାଜଳରେ ବୁଡ଼ି ରହିବା ଯୋଗୁଁ ଧାନ ଓ ପନିପରିବା ଚାଷ ପଚିନଷ୍ଟ ହୋଇଯାଇଛି । ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଅଧିକାଂଶ ଗ୍ରାମରେ ନଳକୂପ ବୁଡ଼ି ରହିଥିବାରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ବିଶୁଦ୍ଧ ଜଳ ଟୋପାଏ ପାଇଁ ଲୋକେ ଆସୁରକ୍ଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଅନେକ ଗ୍ରାମରେ ବିଦ୍ୟୁତ୍ ସରବରାହ କାଟିଦିଆଯାଇଥିବାରୁ ଅନ୍ଧାରରେ ବୁଡ଼ି ରହିଛି। ନଦୀବନ୍ଧଗୁଡ଼ିକ ଦୁର୍ବଳ ହୋଇ ଅନେକ ସ୍ଥାନରେ ଘଳିଆ ପଡ଼ୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ଗୋଖାଦ୍ୟର ଘୋର ଅଭାବ ଯୋଗୁଁ ପ୍ରାଣୀସମ୍ପଦ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।

blank

ସେହିପରି ପୌରାଂଚଳର ୨୦ ହଜାର ୧୬୩ ଲୋକ ବିପନ୍ନ ହୋଇଥିବା ବେଳେ ପାଖାପାଖି ୫ ହଜାର ଭଳି ଗୃହ ପାଳିତ ପଶୁ ଜଳବନ୍ଦୀ ଥିବା ନେଇ ପୌର ନର୍ବାହୀ ଅଧରକାରୀ ରଂଜନ ଦାଶ ସୁଚନା ଦେଇଛନ୍ତିି । ପୌରଇଂଚଳର ବଙ୍ଗାଳୀଦିଆ ଗଡା ବୁଡିଯଅଇଥିବାରୁ ତନୁପୁର ସହ ବିଭିନ୍ନ ୱାର୍ଡକୁ ଯାତାୟତ ଠାପ ହୋଇଯାଇଛି । ବନ୍ୟାପୀଡ଼ିତ ଛାତ, ଉଚ୍ଚ ସ୍ଥାନ ଓ ରାସ୍ତା କଡ଼ରେ ପାଲଟାଣି ଗୃହପାଳିତ ପଶୁଙ୍କ ସହ ଅସହାୟ ଭାବେ ଦିନକାଟୁଛନ୍ତି । ବିପନ୍ନଙ୍କ ଦୁର୍ଦଶା ଚରମସୀମାରେ ପହଁଚିଥିବା ବେଳେ ରାଜନୈତିକ ଦଳର ନେତା ଓ ପ୍ରତିନିଧିମାନଙ୍କ ଗସ୍ତ କେବଳ ପ୍ରହସନରେ ପରିଣତ ହୋଇଛି। ପ୍ରଭାବିତ ଅଂଚଳକୁ ଆସି ଦୁଃଖୀ ଜନସାଧାରଣଙ୍କୁ ବାସ୍ତବ ସମସ୍ୟା ଓ ସହାୟତା ଯୋଗାଇବା ପରିବର୍ତେ ନେତାମାନେ କେବଳ କ୍ୟାମେରା ଆଗରେ ଫୋଟୋସେସନ୍ ଓ ଲୋକଦେଖାଣିଆ ମେଳିରେ ବ୍ୟସ୍ତ ରହୁଛନ୍ତି। ସାସଂଦ ଉପରୁ ଦିଆସିଲ, ମହମ, ବିସକୁଟ ଖସାଇ କାମସାରିଦେଇଥିବା ବେଳେ ଅଉକେତେକ ରାଜନେତା ଶୁଖିଲା ଖାଦ୍ୟ, ପାଣି ପାଉଚ, ତାରପାଲି ଧାରାଇ କାମସାରିଦେଉଛନ୍ତି । ବୁଡ଼ିଯାଇଥିବା ଗାଁ ଓ ଘରଦ୍ୱାର ହରାଇଥିବା ଆସହାୟ ଲୋକଙ୍କ ସମସ୍ୟାକୁ ଗାମ୍ଭୀର୍ଯ୍ୟର ସହ ନନେଇ ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନେତାଙ୍କ ଏହି ଦ୍ୱିପାକ୍ଷିକ ମନୋଭାବ ଓ ନାଟକବାଜିକୁ ନେଇ ବନ୍ୟାପୀଡ଼ିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି।

Leave a Reply

Next Post

କେନ୍ଦ୍ରାପଡ଼ାରେ ବନ୍ୟା ଦୁର୍ଦ୍ଦଶା: ସରକାରୀ ଅବହେଳା ଓ ବିଳମ୍ବିତ ରିଲିଫକୁ ନେଇ ବିଜେଡିର କ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

Fri Aug 21 , 2026
କେନ୍ଦ୍ରାପଡା ଜିଲ୍ଲାକୁ ବନ୍ୟା ପ୍ରପିଡ଼ିତ ଅଂଚଳ ଭାବରେ ଘୋଷଣା କରାଯିବା ଦାବି କେନ୍ଦ୍ରାପଡା ୨୧/୮ : କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବନ୍ୟାବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ସୀମା ଟପିଯାଇଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଚାରିଆଡ଼େ ଜଳପ୍ଲାବନ ହେତୁ ଲୋକେ ଗୃହହୀନ ହୋଇ ସୁରକ୍ଷିତ ସ୍ଥାନ, ନଦୀବନ୍ଧ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading