ଗୀତାଭିନୟ କାଞ୍ଚି କାବେରୀ ପରିବେଷଣରେ ଦର୍ଶକମାନେ ଅଭିଭୂତ

ଗଣକବି ଗୋପାଳ ଦାଶଙ୍କ ଜନ୍ମତିଥିରେ ସ୍ମୃତି ସନ୍ଧ୍ୟା

blank
କେନ୍ଦ୍ରାପଡ଼ା ତା୧୬/୬- ଜ୍ୟେଷ୍ଠ ଶୁଳ୍କ ପଞ୍ଚମୀ ତିଥିରେ ତଥା ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଓଡ଼ିଆ ଗୀତାଭିନୟ ଜଗତର ମୁକୁଟ ବିହୀନ ସମ୍ରାଟ, କିମ୍ବଦନ୍ତୀ କଳାକାର ଗଣକବି ଗୋପାଳ ଦାଶଙ୍କ ୧୪୯ତମ ଜନ୍ମୋତ୍ସବ କବିଙ୍କ ଜନ୍ମ ପୀଠ ପଳସିଂହାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦର ସଭାପତି ଅଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ବକ୍ତା, ସତୀର୍ଥର ସମ୍ପାଦକ କବି ମନ୍ମଥ ନାଥ ବରାଳ ମୁଖ୍ୟ ଅତିଥି, ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା, କବି ଅମର ପ୍ରସାଦ ରାଉତ, ଗଡ୍ ମେକର ସଭାପତି ସୁଶାନ୍ତ କୁମାର ପାଣି, କେଶବ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦାନ ପୂର୍ବକ ଗଣକବିଙ୍କ କାଳଜୟୀ ସୃଷ୍ଟି ସମ୍ଭାର ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ। ପଣ୍ଡିତ ପଦ୍ମନାଭ ଦାଶ ଅତିଥି ପରିଚୟ ଏବଂ ସମ୍ପାଦକ ଭଗବାନ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆରମ୍ଭରେ ଅତିଥିମାନେ ଗଣକବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ବକ୍ତାମାନେ କବିଙ୍କୁ ଏକାଧାରରେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ଗାୟକ, ସଙ୍ଗୀତ ନିର୍ଦ୍ଦେଶକ, ସୁସଂଗଠକ, ମୁରବୀ ଏବଂ ଆଶୁ କବି ଭାବରେ ବର୍ଣ୍ଣନା କରିଥିଲେ। ଜନ୍ମ ଦିବସରେ କବିଙ୍କ ବିରଚିତ ଗୀତାଭିନୟ କାଞ୍ôଚ କାବେରୀ ପରିବେଷଣ କରାଯାଇଥିଲା। ଏଥିରେ ଭକ୍ତ ଚରଣ ଦାଶ, କବିଙ୍କ ଅଣନାତି ରାଧାକାନ୍ତ ଦାଶ, ନିଗମ ଦାଶ, ରୁଦ୍ର ଦାଶ, ତପନ ଦାସ, ଅଭୟ ଦାସ, ଦ୍ୱେ ପ୍ରସାଦ ବିଶ୍ୱାଳ ,ସତ୍ୟପ୍ରିୟ ଦାଶ, କାଦମ୍ବିନୀ ପୁହାଣ, ଗୀତାଞ୍ଜଳି ରାଉତ, ଆନି, ରାଣୀ, ଖୁସି ପ୍ରମୁଖ ଶିଳ୍ପୀମାନେ ଅଭିନୟ କରିଥିଲେ। ଦୋଳ ଗୋବିନ୍ଦ ବେହୁରା, ଶରତ ଥାଟୋଇ, ମନୋଜ ବିଶ୍ୱାଳ, ବିଷ୍ଣୁ ଚରଣ ଦାଶ, ଭ୍ରମରବର, ବିଷ୍ଣୁ ଚରଣ ବିଶ୍ୱାଳ, ଗୋଲକ ବରାଳ, ଭଗବାନ ଘଡେଇ, ଗୈାରାଙ୍ଗ ସାହୁ, ଅଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ପଣ୍ଡିତ ପଦ୍ମନାଭ ଦାଶ ସ୍ମୃତି ସଂସଦ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ରେସୱା ପକ୍ଷରୁ ରଜ ମହୋତ୍ସବ ପାଳିତ

Mon Jun 16 , 2025
କେନ୍ଦ୍ରାପଡ଼ା,୧୬ା୬:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ସ୍ଥିତ ରେସଓ୍‌୍ୱା ଶିଶୁ୍ ଯତ୍ନ ଅନୁଷ୍ଠାନରେ ରଜ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । କିଟ ଓ କିସ୍‌ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ.ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱବଧାନ ଓ ସମାଜ ସେବୀ ଦିଲ୍ଲୀପ ନାୟକଙ୍କ ପ୍ରତିନିଧିତ୍ୱରେ ରେସୱା ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ନୂତନ ବସ୍ତ୍ର ଏବଂ ସମସ୍ତ ପିଲାମାନଙ୍କ ରଜ ଉପକରଣ ମାନ ଯୋଗାଇ ଦିଆଯାଇଛି। ଫଳରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading