ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ସାଂସ୍କୃତିକ ସଂନ୍ଧ୍ୟା

  • ଫିଟ ଅଫ ଫାୟାର ଏକାଡେମୀର ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କଲା
  • ଚିତାର୍କଶକ ଥିଲା ନୃତ୍ୟ ମାଧ୍ୟମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

blank
ପଟ୍ଟାମୁଣ୍ଡାଇ ୧୯/୬ -ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ପାଳନ ଅବସରରେ ବିକାଶ ମେଳା-୨୦୨୫ ଉପଲକ୍ଷେ ସୋମବାର ଜିଲ୍ଲାସ୍ତରୀୟ ଉତ୍ସବର ୫ମ ସଂନ୍ଧ୍ୟା କାର୍ଯ୍ୟକ୍ରମ କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ମାଉସୀମା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସଂଧ୍ୟାରେ ପଟ୍ଟାମୁଣ୍ଡାଇର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀର କଳାକାର ମାନେ ପାରଂପରିକ ଓ ସାମାଜିକ ଲୋକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ।

ଏହି ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀର କଳାକାର ମାନେ ପ୍ରଥମ ଅର୍ଘ୍ୟରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ବଳଦେବଜିଉଙ୍କ ‘ତୁଳସି ରସିଆ’ ନୃତ୍ୟ ପରିବେଶଣ କରିଥିଲେ । ଯାହାକୁ ଦେଖି ଦର୍ଶକ ଭାବ ବିହୋଳିତ ହୋଇଥିଲେ । ଦ୍ୱିତୀୟ ଆକର୍ଷଣରେ ପହଲଗ୍ରାମରେ ଆତଙ୍କବାଦ ଆକ୍ରମଣର ସହିଦଙ୍କୁ ନୃତ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ନୃତ୍ୟକୁ କଥା କଥନ ଶୈଳୀରେ ଅତି ସୁନ୍ଦର ଭାବରେ ପରିବେଷଣ କରି ପ୍ରସଙ୍ଗ ସହିତ ଅତି ଚମତ୍କାର ଢଙ୍ଗରେ ନୃତ୍ୟ ମାଧ୍ୟମରେ ବ୍ୟାଖ୍ୟା କରାଇଥିଲେ। ଯାହା ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇଥିଲା । ଶେଷରେ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆତ୍ମୀୟଜନଙ୍କୁ ସ୍ୱାତନାର ଭାବାର୍ଥପୂର୍ଣ୍ଣ ନୃତ୍ୟ ଓ ଚମତ୍କାର ଉପସ୍ଥାପନା ଦର୍ଶକଙ୍କୁ ବିଭୋର କରିଥିଲା। ଏହାକୁ ମଂଚସ୍ଥ କରିଥିଲେ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡ଼େମୀ ଶିଳ୍ପୀମାନେ।  ଗୁରୁ ପ୍ରଶାନ୍ତ ପାତ୍ର  ନୃତ୍ୟ ସଂରଚନା କରିଥିଲେ। ଏକାଡ଼େମୀ ସଭାପତି କୁଂଜ ବିହାରୀ ତ୍ର୍ରିିପାଠୀ ଓ ସମ୍ପାଦକ ପ୍ରଦ୍ୟୁମ୍ନ ଗିରି ଉପସ୍ଥିତି ରହି କଳାକଳମାନଙ୍କ ମନବଳ ବଢାଇଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୂବନ ଜୟସିଂ ଓ ସହକାରୀ ଅଧିକାରୀ ରାଜକିଶୋର ରାଉତ ଏକାଡେମିର ସଭାପତି, ସମ୍ପାଦକ, ନୃତ୍ୟଗୁରୁ ଓ କଳାକାର ମାନଙ୍କୁ ମାନପତ୍ର  ସହ ଟ୍ରଫି ପ୍ରଦାନ କରିଥିଲେ ।

Next Post

ଜିଲ୍ଲା ସ୍ତରୀୟ ବିକାଶ ମେଳାରେ ବାଗଦେବୀ କଳା ମନ୍ଦିର ତରଫରୁ ଭଜନ ସନ୍ଧ୍ୟା

Thu Jun 19 , 2025
କେନ୍ଦ୍ରାପଡ଼ା ୧୯/୬- କେନ୍ଦ୍ରାପଡା ଜିଲ୍ଲାର ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିକାଶ ଓ ପଲ୍ଲିଶ୍ରୀ ମେଳାର ଉଦଯାପନୀ ସନ୍ଧ୍ୟା ରେ ଜିଲ୍ଲାର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ବାଗ ଦେବୀ କଳା ମନ୍ଦିର ତରଫରୁ ମନୋଜ୍ଞ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ପରିଚାଳନା ଓ ସଂଯୋଜନାରେ ଓଡିଶାର ଲୋକ ପ୍ରିୟ ଭଜନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading