ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ମଣ୍ଡଳୀ

blank
କେନ୍ଦ୍ରାପଡ଼ା,୧୫ା୬:କେନ୍ଦ୍ରାପଡା ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସାôାଳୟରେ ଚିକିତ୍ସାଧିନ ଥିବା ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଥିସହିତ ଶ୍ରୀ ମହାନ୍ତି ଘଟଣା ସମ୍ପର୍କରେ ସୁଶ୍ରୀ ଓଝାଙ୍କ ଠାରୁ ସମସ୍ତ ବିଷୟ ଅବଗତ ହେବା ସହ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ହୃଦବୋଧ କରିଥିଲେ। ସୁଶ୍ରୀ ଓଝାଙ୍କୁ ତୁରନ୍ତ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ପୂର୍ବତନ ବିଧାୟକ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ପିଡିତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଲେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କ ସହିତ ବରିଷ୍ଠ ବିଜେଡି ନେତା ଶରତ କୁମାର ବେହୁରା, ହିବ୍‌ଜୁର ରହେମାନ, କାଳି ପ୍ରସାଦ ମିଶ୍ର, ରାଜେଶ କୁମାର ମହାନ୍ତି, ସୁରେଶ କୁମାର ମର୍ଦ୍ଦରାଜ, ସେକ ଚାନ୍ଦ, ସୁଜୟ କୁମାର ଦାସ, ସୈାମେନ୍ଦ୍ର ପୃଷ୍ଟି, ସେକ ଚନ୍ଦନ, ଶଶୀକାନ୍ତ ବଳ, ଆଦିତ୍ୟ କୁମାର ପତି, କାଳୀ ପ୍ରସାଦ ପଣ୍ଡା, ଲୋପାମୁଦ୍ରା ବାରିକ, ରଶ୍ମୀରଞ୍ଜନ ରାଉତ, ହିରଣ୍ୟ ପଣ୍ଡା, ସେକ ନସୁରୁଦ୍ଦିନ, ସେକ ଇମ୍ରାନ, ଆକାଶ ବେହେରା, ସିଦ୍ଧାର୍ଥ ଜେନା, ମନା ସାହୁ, ମିନତୀ ପରିଡା, ଟିକା ଖାଁ, ସେକ କମିର ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Next Post

ବରିଷ୍ଠ ନାଗରିକଙ୍କୁ ସମ୍ମାନର ସହ ବଂଚିବାକୁ ଦିଆଯାଉ

Mon Jun 15 , 2026
ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ବିଶ୍ୱ ବୟସ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସଚେତନତା ଦିବସ ପଟ୍ଟାମୁଣ୍ଡାଇ ୧୫/୬-ବରିଷ୍ଠ ନାଗରିକମାନଙ୍କୁ ଉଭୟ ଘର ଓ ବାହାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନିର୍ଯ୍ୟାତନା ଭୋଗିବାକୁ ପଡ଼ୁଛି। ସେମାନଙ୍କୁ ସମ୍ମାନର ସହିତ ବଂଚିବାକୁ ଦିଆଯାଉ ବୋଲି ସୋମବାର ତାଲୁକ ଆଇନ୍ ସେବା ସମିତି ତରଫରୁ ବିଶ୍ୱ ବରିଷ୍ଠ ନାଗରିକ ମାନସିକ ଓ ଶାରିରୀକ ନିର୍ଯାତନା ସଚେତନତା ଦିବସ ଆଲୋଚନା ଚକ୍ରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading