ଆବର୍ଜନା ବୋଝରେ ନିଆଁ , ଅଳ୍ପକେ ବର୍ତୀଲା ବାଉଁସବାଡି ଘର ; ଧୂଆଁରେ ଅଣନିଃଶ୍ୱାସୀ ପୌରାଂଚଳବାସୀ

blank
ପଟ୍ଟାମୁଣ୍ଡାଇ ୮/୩ – ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ ହୋଇଥିବାବେଳେ ପଟ୍ଟାମୁଣ୍ଡାଇ ପୌରାପାଳିକାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁସିଡି ପଡିଛି । ଜଳ, ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ଆବର୍ଜନା ବୋଝ ନିଆଁ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଛି ପୌରାଂଚଳବାସୀ । ଶନିବାର ମଧ୍ୟହ୍ନରେ ଏମଏନ ହାଇସ୍କୁଲ ପାଖ ଆବର୍ଜନା ଗଦାରେ ପୌରକର୍ମଚାରି ନିଆଁ ଲଗାଇଦେଇଥିଲେ । ଫଳରେ ଶୁଖିଲା ଅଳିଆରେ ଅଗ୍ନିକାଣ୍ଡ ଘଟି ନିଆଁ ତୀବ୍ର ବେଗରେ ବ୍ୟାପି ପୋଖରିଆପଡା ଗ୍ରାମର ନିହାରରଞନ କରଙ୍କ ବାଡିକୁ ବ୍ୟାପି ଯାଇଥିଲା । ସେଠାରେ ବାସବାସକରୁଥିବା ଲୋକେ ନିଆଁ ଧୂଆଁରେ ଅତିଷ୍ଠ ହୋଇ ଡମକଳ ବାହୀନିଙ୍କୁ ଜଣାଇଥିଲେ । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିବାରୁ ପୋଖରିଆପଡାବାସୀ ଏକ ବଡ ଦୁର୍ଘଟଣାରୁ ବର୍ତୀଯାଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଠୀକା କର୍ମଚାରୀଙ୍କ ମନମାନୀରେ ଚାଲିଛି ପୌରପରିଷଦ । ସହରର ବିଭିନ୍ନ ସ୍ଥାନରେରେ ଅଳିଆ ଆବର୍ଜନା ପକାଇବା ସହିତ ସେଥିରେ ନିଆଁ ଲଗାଇ ଜଳାଇ ଦେଉଛନ୍ତି। ଫଳରେ ସେଠାରେ ବସବାସ କରୁଥିବା ଲେକେ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ଗତ ଆଠ ଦିନ ତଳେପୌରକାର୍ଯ୍ୟଳାୟ ୧୦୦ ଫୁଟ ଛାଡି ଏଲଆସି ଅଫିସ ତଳେ ନିଆଁ ଲାଗା ଯାଇଥିବା ବେଳେ ସହର ଧୂଆଁ ମୟ ହୋଇଯାଇଥିଲା । ଏହା ପୌରପରିଷଦ ଅଧିକାରୀ ଅବଗତ ଅଛନ୍ତି । ପୌରପାଳୀକାର ଏପରିି ଆଭିମୁଖ୍ୟ ପାଇଁ ସହରାଂଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ପୌରପାଳିକା କେବଳ ଆପରାଧିକ ଅବହେଳା କରୁନାହିଁ, ବରଂ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦ୍‌କୁ ମଧ୍ୟ ବେଖାତିର କରୁଛି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି ।

ରମେଶ ଦେ, ନିମାଇଁ ସାହୁ, ନିହାର କର ପ୍ରମୁଖ କୁହନ୍ତି ପୌରାଂଚଳରେ ପଡିଥିବା ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ସହରର କାନ୍ଥବାଡରେ ଲେଖା ହୋଇଛି। ମାତ୍ର ପ୍ରତ୍ୟକ ଦିନ ସକାଳେ ସହର ଧୂଆଁମୟ କରାଯାଉଛି। ପଲିଥିନ ପୋଡା ବାସ୍ନା ଓ ଧୂଆଁ ଯୋଗୁଁ ପ୍ରାତଃଭ୍ରମଣରେ ଯାଉଥିବା ଲୋକେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ସଫେଇ କର୍ମଚାରୀମାନେ ପଲିଥିନ ଓ ଅଳିଆରେ ନିଆଁ ଲଗାଇ ଦେଉଥିବାରୁ ସହରରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ଏଥିପ୍ରତି ପୌର କର୍ତୃପକ୍ଷ କିମ୍ବା ଜିଲା ପ୍ରଶାସନର ଦୃଷ୍ଟି ନାହିଁ।
ସାମାଜିକକର୍ମୀ ପ୍ରେମାନନ୍ଦ ପଣ୍ଡା କୁହନ୍ତି ସହରରୁ ସଂଗୃହୀତ ଅଳିଆକୁ ସହର ଉପକଣ୍ଠ ମାଟିଆ ନିକଟରେ ଥିବା ସ୍ୱତନ୍ତ୍ର ଆବଦ୍ଧ ଅଂଚଳରେ ପକାଯିବା ପାଇଁ ଯୋଜନା ହୋଇଛି। ଅଳିଆଗୁଡିକୁ ପ୍ରକ୍ରିୟାକରଣ ପରେ ଖତ ପ୍ରସ୍ତୁତ ହୋଇଥାଏ। ସେହିଭଳି ସଂଗୃହିତ ପ୍ଲାଷ୍ଟିକ୍‌ଗୁଡିକୁ ପ୍ରେସ କରି ପ୍ଲାଂଟକୁ ପଠାଯିବା ନିୟମ ରହିଛି। ମାତ୍ର ସରକାରୀ ନିୟମକୁ ଠିକ୍ ଭାବେ ଅନୁପାଳନ କରାଯାଉନି। ସହରରୁ ସଂଗୃହୀତ ସବୁତକ ପ୍ଲାଷ୍ଟିକ୍ ଓ ଅଳିଆକୁ ଟ୍ରାକ୍ଟରରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରକୁ ନିଆଯାଉନି। ବସ୍‌ଷ୍ଟାଣ୍ଡ, ଇଲେକ୍ଟିକ ଅଫିସ ପାଖ କେନାଲ, ବିଜୁ ପଟ୍ଟନାୟକ ଛକ, ଯଜ୍ଞପଡିଆ ଓ ଏମଏନ ହାଇସ୍କୁଲ ପାଖଗଳିରେ ପଲିଥିନ ଓ ଅଳିଆଗୁଡିକୁ ସକାଳେ ଠୁଳ କରି ନିଆଁ ଲଗାଇ ଦିଆଯାଉଛି । ବାକି ଅଳିଆକୁ ଝାଡୁ ମାରି ରାସ୍ତା ପାର୍ଶ୍ୱ ଡ୍ରେନ୍‌ରେ ପକାଯାଉଥିବା ଲକ୍ଷ୍ୟ କରାଯାଉଛି। ବର୍ଜ୍ୟବସ୍ତୁ ପରିବହନ ଜନିତ ଖର୍ଚ୍ଚ କମ୍ କରିବା ପାଇଁ ଠିକା ସଂସ୍ଥା ପକ୍ଷରୁ ଏଭଳି କରାଯାଉଥିବା ଅଭିଯୋଗ ହେଉଛି।
ସହର ସଫା କରିବାକୁ ପଟ୍ଟାମୁଣ୍ଡାଇ ପୌରପାଳିକା ଯେପରି ଯୋଜନା ହୀନ ହୋଇପଡିଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପୌର କର୍ତୃପକ୍ଷଙ୍କ କୌଣସି ନୀତି କାମ କରୁନାହିଁ। ସହର ସାରା ଏଣେତେଣେ ପଡିଛି ଅଳିଆ। ଦୁର୍ଗନ୍ଧରେ ନାକ ଫାଟୁଛି। ପୌରପାଳିକାର ସଫେଇ କର୍ମଚାରୀ ଅଳିଆ ଆଣି ରାସ୍ତାରେ ଗଦା କରି ନିଆଁ ଲାଗାଇ ଦେଉଛନ୍ତି। ଫଳରେ ସେହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହେଉଛି।
ଯୁବନେତା ସତ୍ୟପ୍ରୀୟ ସାମଲ କୁହନ୍ତି ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ। ଚାରିଆଡ଼େ ଗଦା ଗଦା ଆବର୍ଜନା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ସହରବାସୀ। ଅଭିଯୋଗ ନେଇ ଯାଉଛନ୍ତି ପ୍ରଶାସନ ନିକଟକୁ। ହେଲେ ସମସ୍ୟାର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ନେବା ବଦଳରେ ଠିକା ସଂସ୍ଥାକୁ ଚିଠି କରି ଚୁପ୍ ବସିଯାଉଛନ୍ତି ପୌର କର୍ତୁପକ୍ଷ। କେଉଁ କାରଣରୁ ଠିକା ସଂସ୍ଥା ପ୍ରତି ଏପରି ଅନୁକମ୍ପା ପ୍ରଦର୍ଶନ କରାଯାଉଛି, ତାହା ସହରବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଏପରି କରିବା କଥା ନୁହଁ  । ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।

Next Post

କେନ୍ଦ୍ରାପଡା ବିଜୁ ମହିଳା ଜନତା ଦଳ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ବିଜୁ ଜନତା ଦଳ ମହିଳା ମାନଙ୍କ ବଳ- ବିଜେଡି

Sat Mar 8 , 2025
କେନ୍ଦ୍ରାପଡ଼ା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବିଜୁ ଜନତାଦଳ କେନ୍ଦ୍ରାପଡା ତରଫରୁ ଏକ ବିଶାଳ ମହିଳା ସମାବେଶ କେନ୍ଦ୍ରାପଡା ସହରର ଟାଉନହଲ ଠାରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତବ୍ୟ ରଖି କହିଥିଲେ ଯେ ୧୯୭୭ ଠାରୁ ଜାତିସଂଘ ଦ୍ୱାରା ଘୋସିତ ଏହି ଦିବସ ବିଶ୍ୱରେ ପାଳିତ ହେଉଛି । ଚଳିତ ବର୍ଷ ଏହି ଦିବସର ସ୍ଲଗାନ ହେଉଛି “ସମସ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading