ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ


ପଟ୍ଟାମୁଣ୍ଡାଇ ୨/୧୦ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ସଂନ୍ଧ୍ୟାରେ ପାଳିତ ହୋଇଯାଇଛି । ଏହି ଅବଶରରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ନିର୍ବାହୀ ଅଧିକାରୀ ରଂଜନ ଦାଶ, ବିଭିନ୍ନ ଓାର୍ଡ କାଉନସିଲର, ପୌରଯନ୍ତ୍ରୀ, ସ୍ୱଚ୍ଛତା ବିଶେଷଜ୍ଞ, ସ୍ୱଚ୍ଛ ସାଥୀ ଓ ଅନ୍ୟାନ୍ୟ ପୌର କର୍ମଚାରୀଙ୍କ ଉପସ୍ଥିତିରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ପରେ ଆୟୋଜିତ ଏକ ସଭାରେ ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଓ ସୁସ୍ଥ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛତାର ଆବଶ୍ୟକତା ଏବଂ ଏଥିରେ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସମସ୍ତ ନାଗରିକ ଦାୟିତ୍ୱବାନ ହେବାକୁ କର୍ମକର୍ତାମାନେ ଆହ୍ୱାନ ଦେଇଥିଲେ। ଏହା ସହିତ ଏକ ପେଡ୍ ମା’ କେ ନାମ୍ ବୃକ୍ଷରୋପଣ ଅଭିଯାନ ଅଧୀନରେ ପଟ୍ଟାମୁଣ୍ଡାଇର ସ୍ମାର୍ଟ ପାର୍କ ଏବଂ ପୌରପାଳିକା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷ ସାହୁ ନିର୍ବାହୀ ଅଧିକାରୀ, ଦାଶ,ପୌର ଯନ୍ତ୍ରୀ ଓ ସ୍ୱଚ୍ଛ ସାଥୀମାନେ ମିଳିତ ଭାବେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ସନ୍ଦେଶ ଦେଇଥିଲେ।

Next Post

କେନ୍ଦ୍ରାପଡା ରସାବଳୀକୁ ଜି.ଆଇ. ଟ୍ୟାଗ ମାନ୍ୟତାର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମରଣୀକା ଉନ୍ନୋଚିତ

Fri Oct 2 , 2026
କେନ୍ଦ୍ରାପଡ଼ା,୨ା୧୦:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀସିଦ୍ଧ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ତଥା କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଭୈାଗୋଳିକ ମାନ୍ୟତା ପ୍ରାପ୍ତି (ଜିଆଇ ଟ୍ୟାଗ)ର ୩ବର୍ଷ ପୂର୍ତି ଉପଲକ୍ଷେ ବନ୍ଧୁ ମିଳନ ଓ ସ୍ମରଣିକା ଉନ୍ମୋଚନ କାର୍ଯ୍ୟକ୍ରମ ଗୋପଛକ ସ୍ଥିତ କମଳ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ରାପଡା ରସାବଳୀ ମିଷ୍ଠାନ ନିର୍ମାତା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading