ଘର ତାଢି ୫ଲକ୍ଷ ଟଙ୍କା ଲୁଟ, ଥାନାରେ ଏତଲା

blank
ପଟ୍ଟାମୁଣ୍ଡାଇ  ୧୮/୧୦- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରୀ ହୋଇଛି । ଚୋରମାନେ   ନଗଦ ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ । ଏ ସମ୍ପର୍କରେ ଗୃହକର୍ତ୍ତା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ କିଛି ଦିନ ଧରି ଗ୍ରାମାଞ୍ଚଳ ଥାନା ଅଂଚଳ ରେ ଚୋରୀ ବୃଦ୍ଧି ପାଇଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ପଂଚାୟତ ଉଦୟପୁର ଗ୍ରାମର ଭଗବତୀ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଚୋରୀ ହୋଇଛି । ପରିବାର ଲୋକମାନେ ଶୋଇ ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଘର ପଛ ପଟ ଝରକା ଗ୍ରିଲ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିଥିଲେ । ଘର ମଧ୍ୟରେ ଥିବା ଗଡ଼ ରେଜ ଭାଙ୍ଗି ନଗଦ ୧୫, ୦୦୦ ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ । ସୁନା ଅଳଙ୍କାର ମଧ୍ୟରେ ଝିଅ ବାହାଘର ପାଇଁ ଥିବା ୩ଟି ମଙ୍ଗଳସୂତ୍ର, ୭ହଳ ସୁନା କାନ ଫୁଲ, ସୁନା ହାର ଓ ସୁନା ଶଙ୍ଖା ଆଦି ଅଳଙ୍କାର ସମେତ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ । ଏ ସମ୍ପର୍କରେ ଗୃହକର୍ତ୍ତା ଭଗବତୀ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ପୋଲିସ ଓ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ପହଂଚି ଚୋରୀ ମାମଲାର ଛାନଭିନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ଲୁଟ ମାମଲା ରୁଜ୍ଜୁ କରି ତନାଘନା ତଦନ୍ତ ଆରମ୍ଭ କରିଛି ।

Next Post

ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ,କଳ୍କୀ ଅବତାରଙ୍କ‌‌ ବ୍ରହ୍ମଏକାକ୍ଷର ମେଳା

Sat Oct 18 , 2025
ପଟ୍ଟାମୁଣ୍ଡାଇ୧୮/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତ  ଧାନେଶ୍ୱରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଗାଦି ଓ କଳ୍କୀ ଅବତାରଙ୍କ ବ୍ରହ୍ମ ଏକାକ୍ଷର ମେଳା ଅନୁଷ୍ଠିତ ହୋଇ ଯାଇଛି । ପିଠାଧୀଶ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ସେବକ ରତିକାନ୍ତ ଧଳ, ଗଗନ ମହାଳିକଙ୍କ ତତ୍ୱାବଧାନରେ ଆୟୋଜିତ ମେଳା ରେ  ମଧୁସୂଦନ ସାହୁ, କବିତା ସାହୁ କର୍ତ୍ତା ଭାବେ ସମସ୍ତ ପୂଜାଵିଧି ସମ୍ପନ୍ନ କରିଥିଲେ I ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ମେଳାରେ ସ୍ଥାନୀୟ ଅଞ୍ଚଳର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading