ରାତି ଅଧରେ ଦୋକନଘର ଭାଙ୍ଗିଲେ ଦୁବର୍ତ: ଥାନାରେ ଅଭିଯୋଗ , ମୋବାଇଲେ ଘୁରିବୁଲୁଛି ଗୁଣ୍ଡାମିର ଦୃଶ୍ୟ

 

blank
କେନ୍ଦ୍ରାପଡ଼ା, ୯/୮: କେନ୍ଦ୍ରାପଡା ଟାଉନରେ କିଛି ଦିନ ହେଲା ଦାଦା ଗିରି ନଥିବା ବେଳେ ଏବେ କେତେକ ଯୁବକଙ୍କ ଗୁଣ୍ଡାମୀ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରାତି ଅଧରେ ଜଣଙ୍କ ଦୋକାନ ଘରକୁ ଶାବଳରେ ତାଡି ଭାଙ୍ଗିବା ସହ ପ୍ରତିବାଦ କରିବାରୁ ଘର ମାଲିକଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । ଏ ନେଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି ।
ଅଭି ଯୋଗରୁ ପ୍ରକାଶ ପ୍ରକାଶ ଯେ, କାକଟର ବ୍ୟବସାୟୀ କ୍ଷିରୋଦ ପ୍ରସାଦ ସିଂହଙ୍କ ପୁତ୍ର ଉମାକାକାନ୍ତଙ୍କର କାକଟ ଛକ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଘରକୁ ଗତ ୭ ତାରିଖ ରାତି ପ୍ରାୟ ସାଢେ ୧୨ଟା ବେଳେ କିଛି ଦୁବୃର୍ଭ ମୁହଁରେ ଗାମୁଛା ବାନ୍ଧି ଶାବଳରେ ଦୋକାନ କାନ୍ଥ ତାଡ଼ୁ ଥିବାର ସିସିଟିଭିରୁ ଦେଖିଥିଲେ। ଏହାଦେଖି ଉମାକାନ୍ତ ଓ ତାଙ୍କ ପରିବାର ସଙ୍ଗେ ସଙ୍ଗେ ଦୋକାନ ନିକଟକୁ ଚାଲି ଆସି ଅଟକାଇବାକୁ ଚେଷ୍ଟା କରିବାରୁ ଦୁବୃର୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କ ପୁଅ ବାପାଙ୍କୁ ସୁରକ୍ଷା ଦେବାକୁ ଗଲାବେଳେ ଦୁର୍ବୁତମାନେ ତାଙ୍କୁ ମଧ୍ୟ ଶାବଳ ଧରି ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ପରିସ୍ଥିତିରେ ନିଜର ପୁଅକୁ ବଂଚାଇବା ପାଇଁ ଉମାକାନ୍ତଙ୍କ ପତ୍ନୀ ବନଜ୍ୟୋତ୍ସ୍ନା ଚେଷ୍ଟା କରିବାରୁ ଦୁବର୍ତ୍ତମାନେ ତାଙ୍କ ହାତକୁ ମୋଡ଼ି ଭାଙ୍ଗି ଦେବା ସହିତ ଅତି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଟାଣା ଓଟରା ଭିତରେ ଦୁବୃର୍ତ୍ତମାନଙ୍କ ମୁହଁରୁ ଗାମୁଚ୍ଛା ଖସି ଯିବାରୁ ସେମାନେ ପାଖ ଦୋକାନୀଙ୍କ ପୁଅ ବୋଲି ଉମାକାନ୍ତ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏହି ଦୁହିଁ ଅଭି ଯୁକ୍ତଙ୍କ ସହିତ ସେମାନଙ୍କ ସାଙ୍ଗରେ କିଛି ଅସାମାଜିକ ଯୁବକ ରାତି ଅଧରେ ଏଭଳି କାଣ୍ଡ ଭିଆଇଥିବା ଅଭୋଯୋଗରେ ଦର୍ଶା ଯାଇଛି । ଉମାକାନ୍ତ ନିଜର ପତ୍ନୀ ଓ ପୁଅଙ୍କୁ ସାଙ୍ଗରେ ଧରି ସେଠାରୁ କୌଣସି ମତେ ଖସି ପଳାଇ ଆସିବା ସହିତ ସେହି ରାତିରେ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଡ଼ାକ୍ତରଖାନାରେ ଆବଶ୍ୟକ ଚିକିତ୍ସା କରାଇଥିଲେ। ଏ ସମସ୍ତ ଦୋକାନ ଭଙ୍ଗାରୁଜା ଓ ମାଡଗୋଳ ଘଟଣାର ଭିଡିଓ ମୋବାଇଲେ ଘୁରିବୁଲୁଥିବା ବେଳେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ । ଘଟଣାର ଲାଇଭ ଭିଡ଼ିଓ ପୋଲିସକୁ ମଧ୍ୟ ଉମାକାନ୍ତ ଦେଖାଇଥିଲେ। ତେବେ ଏହି ଘଟଣା ଆଜି ସହରରେ ପ୍ରଚାରିତ ହେବା ପରେ ଅତୀତରେ କେନ୍ଦ୍ରାପଡ଼ା ଅନେକ ଲୁଚାଚୋରା ଗ୍ୟାଙ୍ଗୱାର ଦେଖୁଛି ହେଲେ ଏପରି ଖୁଲମଖୁଲା ଗୁଣ୍ଡା ଗର୍ଦ୍ଦି କେହି କେବେ ଦେଖୁନଥିଲେ ବୋଲି ସଚେତନ ମହଲରେ ଚର୍ଚ୍ଚା ହେଉଛି।

Leave a Reply

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading