
ପଟ୍ଟାମୁଣ୍ଡାଇ ୧୮/୯ -ପଟ୍ଟାମୁଣ୍ଡାଇ ତହସିଲଦାର ଓ ଗ୍ରାମାଂଚଳ ଥାନା ପୋଲିସର ମିଳିତ ଉଦ୍ୟମରେ ବେଆଇନ ବାଲି ଚାଲାଣ ଉପରେ ଏକ ବଡ଼ଧରଣର ଚଢାଉ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପ୍ରଶାସନିକ ଟିମ୍ ଚଢାଉ କରି ଘଟଣାସ୍ଥଳରୁ ୨ଟି ବାଲି ବୋଝେଇ ଟ୍ରକକୁ ଅଟକ ରଖିଛି। ବାଲି ପରିବହନ ପାଇଁ ଉଦ୍ଦିଷ୍ଟ ବୈଧ ପରମିଟ୍ ଓ କାଗଜପତ୍ର ରହିଛି କି ନାହିଁ, ସେ ନେଇ ଖଣି ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯାଉଛି। କାଗଜପତ୍ର ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସତ୍ୟାସତ୍ୟ ଜଣାପଡ଼ିବା ପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମାଂଚଳ ଆଇଆଇସି ପ୍ରଦିପ କାନୁନଗୋ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ପଟ୍ଟାମୁଣ୍ଡାଇ ଅଂଚଳରୁ ରାଜନଗରକୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହି ଆଧାରରେ ତହସିଲଦାର ପଂଚାନନ ନାୟକଙ୍କ ନିର୍ଦ୍ଦେଶରେ ଗ୍ରାମାଂଚଳ ଥାନା ପୋଲିସ ମିଳିତ ଭାବେ ଚଢାଉ କରିବା ସହ ଶୁକ୍ରବାର ସଂନ୍ଧ୍ୟାରେ ୨ଟି ଟ୍ରକକୁ କାବୁ କରିଥିଲେ। ଖବର ପାଇ ଜିଲା ଜୁନିଅର ମାଇନିଙ୍ଗ ଅଫିସର ଦିନେଶ ମହାପାତ୍ର ଘଟଣାସ୍ଥଳରେ ପହଁଚି ଅଟକ ଥିବା ଦୁଇଟି ଟ୍ରକକୁ ଥଅନାର ଜିମା ଦେଇଛନ୍ତି । ଶନିବାର ଟ୍ରକଗୁଡ଼ିକର ରୟାଲଟି ଓ ଆବଶ୍ୟକୀୟ କାଗଜପତ୍ର ଯାଂଚ କରାଯିବ ବୋଲି ଖଣି ଅଧିକାରୀ ସମ୍ବିତ ସାହୁ କହିଛନ୍ତି
