ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

 

blank
କେନ୍ଦ୍ରାପଡ଼ା,୯ା୮:ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ କରିଥିଲେ। ନିୟମିତ ଅଧ୍ୟୟନ, ସମୟର ସୁପରିଚାଳନା, ଆତ୍ମବିଶ୍ୱାସ ଓ ନିରନ୍ତର ଅଭ୍ୟାସ ମାଧ୍ୟମରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସଫଳତା ହାସଲ କରାଯାଇପାରିବ ସେନେଇ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ବିଶେଷକରି ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜେଇଇ ଓ ଏନଇଇଟି ପାଇଁ ଅନଲାଇନ୍ କୋଚିଂ ସୁବିଧା ସମ୍ପର୍କରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହିତ ଏକାଡେମିକ ସପୋର୍ଟ ପ୍ରୋଗ୍ରାମ ମାଧ୍ୟମରେ ସାଧାରଣ ଜ୍ଞାନ(ଜିକେ), ଇଂରାଜୀ, ଗଣିତ ଓ ରିଜୋନିଂ ଭଳି ବିଷୟରେ ମିଳୁଥିବା ପ୍ରଶିକ୍ଷଣର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଜେଇଇ ଓ ଏନଇଇଟି ଭଳି ପ୍ରବେଶିକା ପରୀକ୍ଷା ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷା ପାଇଁ ମଧ୍ୟ ଉତ୍ତମ ଭାବେ ପ୍ରସ୍ତୁତ ହେବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଥିଲେ। ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଠିକ୍ ଉପଯୋଗ କରି ନିଜର ଦକ୍ଷତା ବିକାଶ ସହ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ।କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ +୨ ଛାତ୍ରଛାତ୍ରୀ ନିଜ ନିଜ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ/ମୁଖ୍ୟଙ୍କ ସହ ଯୋଗାଯୋଗ କରି ଜେଇଇ ଓ ଏନଇଇଟି ଅନଲାଇନ୍ କୋଚିଂ ଏବଂ ଏକାଡେମିକ ସପୋର୍ଟ ପ୍ରୋଗ୍ରାମର ସୁଯୋଗ ନେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।

Leave a Reply

Next Post

କେନ୍ଦ୍ରାପଡାରେ ଅଗଷ୍ଟ ୯ କ୍ରାନ୍ତୀ ଦିବସ ପାଳିତ

Sun Aug 9 , 2026
କେନ୍ଦ୍ରାପଡ଼ା,୯ା୮:ଅଗଷ୍ଟ ୯ କ୍ରାନ୍ତୀ ଦିବସ ଅବସରରେ ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ତିନିମୁହାଣୀଛକସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ସହ ଥିବା ଅନ୍ୟ ସହିଦ୍‌ମାନଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading