ବିଦ୍ୟୁତ ଖୁଂଟରେ ବାଡେଇ ହୋଇ ଦୁଇ ବାଇକ ଆରୋହୀ ଗୁରୁତର ,୧ମୃତ

blank
ପଟ୍ଟାମୁଣ୍ଡାଇ ୯/୮ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମରଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଜଣ ଯୁବକ ପଟ୍ଟାମୁଣ୍ଡାଇରୁ ଫେରୁଥିବା ବେଳେ ତନୁପୁର ନିକଟରେ ଥିବା ଏକ ବିଦ୍ୟୁତ ଖୁଂଟରେ ପିଟି ହୋଇ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ରୁ କେନ୍ଦ୍ରାପଡା ନେବା ବଟରେ ଜଣଙ୍କର ମୁତ୍ୟୁ ହୋଇଥିବା ଖବର ମିଳିଛି । ତନୁପୁର ଗ୍ରାମର ମାନସ ମଲିକ (୨୮) ଏବଂ ଜିତୁଆ ମଲିକ (୨୬)ବାଇକ ଯୋଗେ ପଟ୍ଟାମୁଣ୍ଡାଇ ଆସି ଗ୍ରାମକୁ ବୁଲେଟ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଂଟ ବାଡେଇ ହୋଇଥିଲେ । ଫଳରେ ରାସ୍ତା ପାଶ୍ୱର୍ରେ ଥିବା ବନ୍ୟା ପାଣିରେ ପଡିଯାଇଥବା ବେଳେ ଉଭୟଙ୍କ ଉପରେ ବୁଲେଟ ଗାଡି ପଡିଚାପି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେନ୍ଦ୍ରାପଡ଼ା ନେବା ବାଟରେ ମାନସଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଜିତୁଆ ସୁସ୍ଥ ଅଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Next Post

ମଣ୍ଡୀରେ ଧାନ ବିକ୍ରି ପଞ୍ଜୀକରଣ ପାଇଁ ଏଗ୍ରୀଷ୍ଟାକ୍ ଆଇଡ଼ି ବାଧ୍ୟତାମୂଳକ, ଚିନ୍ତାରେ ଚାଷୀ

Sun Aug 9 , 2026
ପଟ୍ଟାମୁଣ୍ଡାଇ ୯/୮ କଳ୍ପତରୁ ନାୟକ-ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଚଳିତ ବର୍ଷ ଧାନ ପଞ୍ଜୀକରଣ ପାଇଁ ଏଗ୍ରୀଷ୍ଟାକ୍ ଫାର୍ମର ଆଇଡି ବାଧ୍ୟତାମୂଳକ କରାଯାଇଛି। ମାତ୍ର ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ନାହିଁ । ଫଳରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀକୂଳ ଧାନ ପଞ୍ଜୀକରଣ ନେଇ ଗଭୀର ନିରାଶା ଓ ଚିନ୍ତାରେ ପଡ଼ିଛନ୍ତି। ଗ୍ରାମାଂଚଳରେ ଚାଷ କାର୍ଯ୍ୟ କରୁଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading