ପଟ୍ଟାମୁଣ୍ଡାଇ ୮/୬- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଂଚଳର ଅଳପୁଆ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବହୁଦିନ ଧରି ଦାବୀ କରିଆସୁଥିଲେ । ରାଜ୍ୟ ଭାଜପା ସରକାର ଅଳପୁଆ ବ୍ରାହ୍ମଣୀ ସେତୁ ନିମନ୍ତେ ୧୬୮କୋଟି ଟଙ୍କା ମଂଜୁର କରିଛନ୍ତି । ଏଥିନେଇ ୧୫ନଂ ଜୋନ ଭାଜପା ମଣ୍ଡଳ ପକ୍ଷରୁ ସଭାପତି ଆରୋଶିଷ ରାଉତଙ୍କ ପୌରହିତ୍ୟରେ ଶନିବାର ଅଳପୁଆ ବ୍ରାହ୍ମଣୀ ନଦୀ ଘାଟ ନିକଟରେ ଏକ କୃତଜ୍ଞତା ସଭାରେ […]
ଭାରତ ଭଳି ବୃହତ୍ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରତ୍ୟହ ଘଟୁଥିବା ଘଟଣାବଳୀ, ତଥ୍ୟ ଓ ସମାଚାର ଜନସାଧାରଣଙ୍କ ପାଖରେ ପହଁଚାଇବାରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଗଣମାଧ୍ୟମ ନିରପେକ୍ଷ ଭାବେ ଲୋକଙ୍କ ଆଗରେ ସତ ଘଟଣା ପରିବେଷଣ କରିବା ଅପରିହାର୍ଯ୍ୟ । ନାଗରିକଙ୍କ ଧନଜୀବନର ସୁରକ୍ଷା ଓ ସେମାନଙ୍କ ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ସମ୍ବିଧାନରେ ପର୍ଯ୍ୟାପ୍ତ ବନ୍ଦୋବସ୍ତ କରାଯାଇଛି। ଗଣମାଧ୍ୟମର ସ୍ୱାଧୀନତା ସମ୍ବିଧାନର ଧାରା […]
କେନ୍ଦ୍ରାପଡ଼ା, ୮/୬- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମହାକାଳପଡ଼ା ମାନ୍ୟବର ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର […]
ପଟ୍ଟାମୁଣ୍ଡାଇ୭/୬-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ମୁସଲମାନ ବସ୍ତିରେ ଶନିବାର ଶାନ୍ତି ଶୃଙ୍ଖଳାର ସହ ପବିତ୍ର ଇଦ୍-ଉଲ୍-ଜୁହା ପାଳିତ ହୋଇଯାଇଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବସ୍ତିରେ ଥିବା ବିଭିନ୍ନ ସାହି ଓ ମସଜିଦମାନଙ୍କୁ ରଙ୍ଗିନ ଆଲୋକ ମାଳାରେ ସଜାଯାଇଛି । ଏଥିପାଇଁ ଶନିବାର ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ବସ୍ତ୍ର ପିନ୍ଧି ମସ୍ଜିଦ୍ରେ ପହଁଚିଥିଲେ । ଇଦଘା ଠାରେ ସକାଳ ସାଢେ ୮ ରେ ମୌଲାନା ଇସ୍ରାଫିଲ ଆମଜାଦୀ, ମୌଲାନା ସଲାଉଦିନ […]
କେନ୍ଦ୍ରାପଡ଼ା,୬ା୬: ବାଲେଶ୍ୱରର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦୈନିକି ଖବରକାଗଜ ‘ଅପରାହ୍ନ’ର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତାକୁମ୍ଭ ପୁସ୍ତକ ମହୋତ୍ସବରେ କେନ୍ଦ୍ରାପଡାର ଜଣାଶୁଣା ପ୍ରକୃତିବନ୍ଧୁ କବି ନୃସିଂହ ଚରଣ ତ୍ରିପାଠୀଙ୍କୁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଦ୍ଯାପନୀ ଉତ୍ସବରେ ନୟାଗଡ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଉଦ୍ଘାଟକ ଭାବରେ, ରେବତୀର ସମ୍ପାଦିକା ତଥା ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି […]
କେନ୍ଦ୍ରାପଡା,୬ା୬: କେନ୍ଦ୍ରାପଡା ଜିଲ୍ଲା ଚେସ୍ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ କକ୍ଷରେ ଗ୍ରୀଷ୍ମକାଳୀନ ନିଃଶୁଳ୍କ ଚେସ୍ ପ୍ରଶିକ୍ଷଣ ଶିବିର ଆଜକୁ ୮ ଦିନଧରି ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିରକୁ ବିଧିବଧ ଭାବରେ ନୂତନ ଭାବରେ ଚୟନ ହୋଇଥିବା କେନ୍ଦ୍ରାପଡ଼ା ଚେସ ଆସୋସିଏସନ୍ର ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସମରୋପ ଉତ୍ସବ ସଭାପତି ନିଜର ଅଭିଭାଷଣରେ କେନ୍ଦ୍ରାପଡ଼ା ପିଲାମାନଙ୍କର ଖେଲୁଆଡ ମନବୃତିକୁ […]
ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନଙ୍କୁ ଶିଶୁମିତ୍ର ପୋଲିସ ଅଧିକାରୀ ଭାବେ ସମ୍ବର୍ଦ୍ଧିତ କେନ୍ଦ୍ରାପଡା,୬ା୬: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲଡ ଫଣ୍ଡ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସଭାଗୃହରେ ଶିଶୁ ସୁରକ୍ଷା ଉପରେ ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ ଲିଳିତା ଦାସ […]
ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆନୁକୂଲ୍ୟରେ ଆୟୋଜିତ ୫ ଜୁନ ୨୦୨୫ ଦିନ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ ପଟ୍ଟାମୁଣ୍ଡାଇ ବାଲିପାଟଣା ହରା ଭାରତ ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କାରାଯାଇଛି । ପରିବେଶ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜନ ପ୍ରେରଣା ସୃଷ୍ଠି କରୁଥିବା ହରା ଭାରତ […]
କେନ୍ଦ୍ରାପଡା, ୫ା୬ – ଓଡିଶା ରାଜ୍ୟ ସରକାରର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଚଳିତ ବର୍ଷର ପ୍ରକୃତି ମିତ୍ର ସମ୍ମାନ ସମାରୋହ ଭୂବନେଶ୍ୱରସ୍ଥ ଓୟୁଏଟି ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ କେନ୍ଦ୍ରାପଡା ଜିଲାର ୮ଟି ଅନୁଷ୍ଠାନକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ସେଗୁଡିକ ହେଲେ କେନ୍ଦ୍ରାପଡା ବ୍ଲକ କୋରୋ ପଂଚାୟତ ନୋଡାଲ ସ୍କୁଲ, ଡେରାବିଷ ବ୍ଲକ ଅଳାବାଙ୍କର ଇନଷ୍ଟୁଚୁସନ ଅଫ […]
କେନ୍ଦ୍ରାପଡା, ୫ା୬ – କେନ୍ଦ୍ର ଓ ରାଜ୍ୟ ସରକାରର ସହଯୋଗିତା ଓ ରିହାତି ମାଧ୍ୟମରେ ଚାଲିଥିବା ପିଏମ ସୂର୍ଯ୍ୟ ଘର ବିଦ୍ୟୁତ ଯୋଜାର ଏକ କର୍ମଶାଳା କେନ୍ଦ୍ରାପଡା ସହରର ରିଡିଙ୍ଗ ରୁମ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଡି ଲୋକ କମ୍ପାନୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବ୍ୟବସାୟ ପରିଚାଳନା ଅଧିକାରୀ ଅରନ୍ଦିମ ସାହୁ, ରାଜ୍ୟ ସଂଯୋଜକ ବିଭୁତିଭୂଷଣ ଆଚାର୍ଯ୍ୟ, ଜିଲା ସଂଜୋଜକ ସର୍ବେଶ୍ୱର ସାହୁ ଆଲୋଚକ ଭାବେ […]

