ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା

blank
କେନ୍ଦ୍ରାପଡ଼ା,୩ା୩: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏସମ୍ପର୍କରେ ଜିଲ୍ଲାର ଜଣାଶୁଣା ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ଠାରୁ ଖବର ପାଇବା ପରେ ଟ୍ରଷ୍ଟ ପକ୍ଷରୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟି ଭୁବନମୋହନ ଦାସ ମହାକାଳପଡା ବ୍ଲକର ବିଜୟନଗର ଗ୍ରାମପଞ୍ଚାୟତର ଅରଡ ଗ୍ରାମର କର୍କଟ ପିଡିତ ୨୫ବର୍ଷୀୟ ଗଣେଶ ବରାଳଙ୍କ ଘରେ ପହଞ୍ଚି ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆର୍ଥିକ ସହାୟତା ପ୍ରଦାନ ସମୟରେ ସ୍ୱୟଂଭୁବ ଦାସ ଓ ରତ୍ନାକର ସାର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସେହି ବ୍ଲକର ମାଳିଅଞ୍ଚ ଗ୍ରାମର ନିଳମଣୀ ରାଉତଙ୍କ ପୁଅ ପ୍ରଣବ ରାଉତ(୩୦)ଙ୍କର କିଡନୀ ଜନିତ ରୋଗରେ ବିୟୋଗ ହୋଇଯିବା ପରେ ସେହି ପରିବାରଟି ଅତ୍ୟନ୍ତ ଅସହାୟ ହୋଇପଡିଛି। ପ୍ରଣବଙ୍କ ବିଧବା ପତ୍ନୀ ସହିତ ଦୁଇଟି ଛୋଟ ଛୋଟ ପିଲା ଅନାଥ ହୋଇପଡିଛନ୍ତି। ତାଙ୍କର ଏଭଳି ଦୁସ୍ଥ ଅବସ୍ଥାରେ ସୁଧକ୍ରୀୟା କରିବା ନିମନ୍ତେ ତାଙ୍କ ପରିବାର ନିକଟରେ ଆର୍ଥିକ ସମ୍ବଳ ନଥିବାରୁ ସେହି ପରିବାରକୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଟ୍ରଷ୍ଟି ଭୁବନମୋହନ ଦାସ।

Next Post

ନାବାଳିକା କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; କଲେଜରେ ତଦନ୍ତକାରୀ ଟିମ୍‌

Mon Mar 3 , 2025
ପଟ୍ଟାମୁଣ୍ଡାଇ ୩/୩ – ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଜଣେ ନାବାଳିକା +୨ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସୋମବାର ପୁର୍ବାହ୍ନରେ ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଟିମ୍ ଉକ୍ତ କଲେଜରେ ପହଂଚିଥିଲେ। ତଦନ୍ତଦଳ କଲେଜ ସିସିଟିଭି ଯାଂଚ କରିବା ସହ ପରିକ୍ଷା ନିରିକ୍ଷକ, ଆଭ୍ୟନ୍ତରିଣ ଦଳର ଜଣ ଜଣଙ୍କୁ ପଚରା ଉଚରା କରିବା ସହ ପରିକ୍ଷା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading