ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବୃକ୍ଷରୋପଣ

blank
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଥିବା ଗୋବରୀ ନଦୀ କୂଳରେ ବୃକ୍ଷ ରୋପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ନେତୃତ୍ୱରେ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ସଚିନନ୍ଦନ ଦାସ,ଉପସଭାପତି ବିଜୟ ସାହୁ ଓ ରାଜେନ୍ଦ୍ର ବର୍ମା ସମ୍ପାଦକ କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଆଡଭୋକେଟ ଗୋପୀନାଥ ତ୍ରିପାଠୀ, କାଉନସିଲର ଗୋପୀବଲ୍ଲଭ ନାୟକ, ଚିତ୍ରଶିଳ୍ପୀ ରାଜେନ୍ଦ୍ର କୁମାର ଦାଶ ଓ ରମେଶ ଦେ,ଇଂ ତପନ କୁମାର ପାତ୍ର, ଶିଶିର ମଲ୍ଲିକ, କବି ବ୍ରଜ ସୁନ୍ଦର ସାହୁ, ଯୋଗ ଗୁରୁ ନଟବର ସେଠୀ ପ୍ରମୁଖ ଯୋଗ ଦେଇ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଗୋବରୀ ନଦୀ କୂଳରେ ବର,ଅଶ୍ୱସ୍ତ ଆକାଶିଆ ଇତ୍ୟାଦି ଚାରା ରୋପଣ କରିଥିଲେ ।

Next Post

ଗ୍ରୀଷ୍ମ କାଳୀନ ଶାସ୍ତ୍ରୀୟ ସଙ୍ଗୀତ ଆସର ଶାସ୍ତ୍ରୀୟ ରାଗ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ସଭିଏଁ ବିଭୋର

Mon Jun 9 , 2025
କେନ୍ଦ୍ରାପଡା ୯/୬- କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ଥିବା ବାରୁଅ ସ୍ଥିତ ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ସଂଗଠନ ରୁରାଲ ଡେଭଲପମେଣ୍ଟ କଲଚରାଲ ୟୁଥ୍ ଅର୍ଗାନାଇଜେସନ୍ ଆନୁକୁଲ୍ୟରେ ସ୍ଥାନୀୟ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଗ୍ରୀଷ୍ମ କାଳୀନ ଶାସ୍ତ୍ରୀୟ ସଙ୍ଗୀତ ଆସର ବିଶିଷ୍ଟ ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସାରସ୍ୱତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଶାସ୍ତ୍ରୀୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading