ତୁଳସୀକ୍ଷେତ୍ରରେ ଜନ୍ମାଷ୍ଟମୀ

blank
କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଆଜି ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ରାତ୍ରଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରୁ ପୂଜାପଣ୍ଡାଙ୍କ ଦ୍ୱାରା ଆଜ୍ଞାମାଳ ଭୋଗ ମଣ୍ଡପକୁ ଅଣାଯାଇ ପୁରାଣ ପଣ୍ଡାଙ୍କୁ ଦିଆଯାଇ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମ ଇତି ବୃତ୍ତି ଉପରେ ପାଠ କରାଯାଇଥିଲା। ବାଳ ଗୋପାଳଙ୍କୁ ଭୋଗ ମଣ୍ଡପକୁ ବିଜେ କରାଯାଇଥିଲା। ଜନ୍ମ ନୀତି, ଲାଭିସ୍ପର୍ଶ ସ୍ନାନ, ମଙ୍ଗଳାର୍ପଣ କରାଯିବା ପରେ ମାଖନ କ୍ଷୀର ମିଶ୍ରି ଲଡୁ ଭୋଗ ଅର୍ପଣ କରାଯାଇଥିଲା। ଭୋଗ ସମ୍ପନ୍ନ ପରେ ଆଳତି କରାଯାଇ ଅସ୍ଥାୟୀ ଝୁଲଣ କରାଯାଇ ବିଜେ କରାଯାଇଥିଲା। ପରେ ଗୋପାଳକୁ ଯମୁନା ସ୍ନାନ କରାଯାଇ ରତ୍ନ ସିଂହାସନକୁ ବିଜେ କରା ଯାଇଥିଲା। ଏହି ଦିନରେ ଉପାସନା ଧାରିଙ୍କ ଭିଡ଼ ଲାଗିଥିଲା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Next Post

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sat Aug 16 , 2025
କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ଦିବସରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କ ଅଭିଭାଷଣରେ ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବା ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ। ଏହି ଦାୟିତ୍ୱ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading