
ପଟ୍ଟାମୁଣ୍ଡାଇ ୧୩/୮ – ଗତ କିଛଦିନ ହେବ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗୋଟିଏ ପରେ ଗୋଟେ ଛତ୍ରୀ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଗତ ୬ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ଆତ୍ମହୁତି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ବୁଧବାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବେକରେ ଓଢଣୀ ଗୁଡ଼ାଇ ଆତ୍ମହତ୍ୟା କରିଛି । ଘଟଣା ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ପୋଲିସ ଶବ ଜବତ କରି ବ୍ୟେବଛେଦ ପାଇଁ ପାଠାଇଥିବା ବେଳେ ସାଇଁଟିଂଫିକ ଟିମ ଘଟଣା ସ୍ଥଳରେ ପହଂଚି ଛାନଭିନ କରିଛି ।
ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପୌରାଂଚଳର ଏକ ଗ୍ରାମର ୧୩ବର୍ଷ ବୟସ୍କା ନାବାଳିକା ଛାତ୍ରୀ ୯ମ ଶ୍ରେଣୀରେ ପଢୁଥିଲେ । ବୁଧବାର ସକାଳେ ସ୍କୁଲ ନଯିବାକୁ ନେଇ ମା ଓ ଝିଅଙ୍କ ଭିତରେ କଥା କଟାକଟି ହୋଇଥିଲା । କିଛି ସମୟ ପରେ ଘରେ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ମା ଦେଖି ସଙ୍ଗେସଙ୍ଗେ ଉପଖଣ୍ଡ ଡାକ୍ତରଖାନା ନେଇଆସିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ୧୭/୧୩-୮-୨୦୨୫ ରୁଜୁ କରି ଅଧିକ ତଦନ୍ତ ଚାଳିଛି। ଛାତ୍ରୀଙ୍କ ମା’ ତାଙ୍କୁ ପଢ଼ିବା ପାଇଁ ତାଗିଦା କରିଥିଲେ । ସେ ଚାପରେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଗ୍ରାମର କେତେକ ଲୋକେଙ୍କ ନିକଟରୁ ଶୁଣିବାକୁ ମିଳିଛି । ଅପରପକ୍ଷେ ମୃତା ଛାତ୍ରୀ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମେଡିକାଲରେ ପହଂଚି ମୃତକଙ୍କ ପରିବାରଙ୍କୁ ଭେଟିବା ସହିତ ଦୁଃଖ ପ୍ରକାଶ କରିଥିଲେ । ପ୍ରତ୍ୟକଦିନ ରାଜ୍ୟରେ କେଉଁଠିନା କେଉଁଠି ଛାତ୍ରୀ ମୃତ୍ୟୁ ଘଟଣା ଘଟୁଥିବା ଗଣମାଧ୍ୟମରୁ ଜଣାପଡୁଛି । ବାରମ୍ବାର ଏଭଳି ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଦମନ କରିବାକୁ ହେଲେ ସଚେତନତା ଆବଶ୍ୟକ ଅଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ମତ ପ୍ରକାଶ କରିଥିଲେ ।
