କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସ୍ୱାଧୀନତା ଦିବସ

blank
କେନ୍ଦ୍ରାପଡ଼ା,୧୬ା୮:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ମନକରପୁର ଠାରେ ୭୯ତମ ସ୍ୱାଧୀନତା ଦିବସ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେହୁରା ପତାକା ଉତ୍ତୋଳନ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଏଥିରେ ଜିଲ୍ଲା ସଂଗଠନର କାର୍ଯ୍ୟକାରୀ ସଭାପତି ଗାଲେଖ ଚନ୍ଦ୍ର ପଢିଆରୀ, ଯୁବ ସଂଗଠକ ସୁଧାଂଶୁ ଶେଖର ବେଉରା, ଉପସଭାପତି ଡ. ଚୈତନ୍ୟ ଚରଣ ପରିଡା, କେନ୍ଦ୍ରାପଡ଼ା ବ୍ଲକ ସଭାପତି ପୀତବାସ ବେଉରା, କଳ୍ପନା ପରିଡା, ଆଦ୍ୟସା ପରିଡା, ଚିତ୍ତରଞ୍ଜନ ବଳ, ତରୁଣ ରଞ୍ଜନ ପ୍ରଧାନ, ମଧୁସୂଦନ ରାଉତ, ତ୍ରୈଲୋକ୍ୟ ପରିଡା, ସୁମନୁ ସ୍ୱାଇଁ, ଆକାଶ ପ୍ରଧାନ, ରାଜେନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ କେନ୍ଦ୍ରାପଡ଼ା ଦୃଷ୍ଟିହୀନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।

Next Post

ତୁଳସୀକ୍ଷେତ୍ରରେ ଜନ୍ମାଷ୍ଟମୀ

Sat Aug 16 , 2025
କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଆଜି ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା। ରାତ୍ରଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରୁ ପୂଜାପଣ୍ଡାଙ୍କ ଦ୍ୱାରା ଆଜ୍ଞାମାଳ ଭୋଗ ମଣ୍ଡପକୁ ଅଣାଯାଇ ପୁରାଣ ପଣ୍ଡାଙ୍କୁ ଦିଆଯାଇ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଜନ୍ମ ଇତି ବୃତ୍ତି ଉପରେ ପାଠ କରାଯାଇଥିଲା। ବାଳ ଗୋପାଳଙ୍କୁ ଭୋଗ ମଣ୍ଡପକୁ ବିଜେ କରାଯାଇଥିଲା। ଜନ୍ମ ନୀତି, ଲାଭିସ୍ପର୍ଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading