ବିରୂପା ନଦୀବନ୍ଧ ରାସ୍ତା ଶୋଚନୀୟ, ଦୈନନ୍ଦିନ ଘଟୁଛି ଦୁର୍ଘଟଣା, ବେଫିକର ବିଭାଗୀୟ ଅଧିକାରୀ

blank

ଡେରାବିଶ ୫/୭ବେବର୍ତା ଅଜୟ ଦାଶ-ଡେରାବିଶ ବ୍ଲକ ଅନ୍ତର୍ଗତ ବିରୂପା ନଦୀର ଡାହାଣ ପାର୍ଶ୍ୱ ନଦୀବନ୍ଧ ଶୋଚନୀୟ ହୋଇପଡିଛି। ଫଳରେ ଦୈନଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ନଦୀ ବନ୍ଧ ରାସ୍ତାଟି ଯାଜପୁର ଜିଲ୍ଲା ରତ୍ନଗିରି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ସଂଯୋଗ କରିଛି। ନଦୀ କୂଳିଆ ଗ୍ରାମବାସୀ ମାନେ ପ୍ରାୟତଃ ଏହି ରାସ୍ତା ଉପରେ ଦୈନନ୍ଦିନ ଯାତାୟାତ ପାଇଁ ନିର୍ଭର କରିଥାନ୍ତି। ଏପରିକି ଏହି ରାସ୍ତା ଦେଇ ଯାତ୍ରୀବାହୀ ବସ୍ ଚଳାଚଳ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହଁ। କିଛି ବର୍ଷ ପୂର୍ବେ ଏହି ନଦୀ ବନ୍ଧଟି ପ୍ରସସ୍ଥିକରଣ କରାଯାଇ ଯାତାୟାତ ନିମନ୍ତେ ମେଟାଲିଙ୍ଗ କରାଯାଇଥିଲା। ପରବର୍ତୀ ଅବସ୍ଥାରେ ଏହାପ୍ରତି କେହି ଗୁରୁତ୍ୱ ନ ଦେବାରୁ ଏଭଳି ଅବସ୍ଥା ଉପୁଜିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ନଦୀବନ୍ଧ ପ୍ରଶସ୍ତିକରଣ ସମୟରେ ସମ୍ପୃକ୍ତ ଠିକାଦାର ଧସାବାଲି ବ୍ୟବହାର କରିଥିବାରୁ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଧସି ଯାଇ ବିପଦକୁ ଆମନ୍ତ୍ରଣ କରୁଥିବା ଅଂଚଳବାସୀ କହିଛନ୍ତି। ଏହି ରାସ୍ତା ଦେଇ ବ୍ଲକ ଅଧିନସ୍ଥ ବେଣୀପୁର, ମଙ୍ଗଳପୁର, ଛୋଟି, ନହଙ୍ଗ ପ୍ରଭୁତି ପଂଚାୟତର ଜନସାଧାରଣ ଦୈନନ୍ଦିନ ଯାତାୟାତ କରୁଥିବା ବେଳେ ଯାଜପୁର ଅଂଚଳର ଜନସାଧାରଣ ପଟ୍ଟାମୁଣ୍ଡାଇ ଯିବାପାଇଁ ଏହି ନଦୀବନ୍ଧ ରାସ୍ତା ଉପରେ ନିର୍ଭର କରିଥାନ୍ତି।ଅସରାଏ ବର୍ଷା ହେଲେ ସୃଷ୍ଟି ହୋଇଥିବା ଗାଢ଼ ଗୁଡିକରେ ପାଣି ଜମିରହି ବାଇକ ଆରୋହୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ନଦୀ ବନ୍ଧ ବର୍ଷା ଯୋଗୁ ଖାଇ ଖାଇ ଚାଲିଥିବା ବେଳେ ନଈରେ ପାଣି ଆସିଲେ ନଦୀବନ୍ଧ ଭାଙ୍ଗି ବନ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ମଙ୍ଗଳପୁର ପଂଚାୟତ ହଳଦିଆପାଟଣା ଗ୍ରାମ ନିବାସୀ ତଥା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ମତ ରଖିଛନ୍ତି। ତେବେ ଜଳସମ୍ପଦ ବିଭାଗ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଦୀବନ୍ଧ ମରାମତି କରିବା ସହିତ ରାସ୍ତାକୁ ଯାତାୟାତ ଉପଯୋଗୀ କରିବା ପାଇଁ ସାହୁ ଦାବି କରିଛନ୍ତି।ଏନେଇ ଜଳସଂପଦ ବିଭାଗ ସହକାରି ନର୍ବାହୀ ଯନ୍ତ୍ରି ପ୍ରମୋଦ କୁମାର ରାୟଙ୍କୁ ପଚାରିବାରେ ବେଣିପୁର-ଛୋଟି ୩ କିମି ନଦୀ ବନ୍ଧ ରାସ୍ତା ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ରାସ୍ତାର ଉନ୍ନତି କରଣ ବା ନବୀ କରଣ କାର୍ଯ୍ୟ ଆରଡି ବିଭାଗ କରିବେ ବୋଲି କହିଥିଲେ । ମାତ୍ର ଏନେଇ ଆରଡି ବିଭାଗ ଯନ୍ତ୍ରୀ ଶୌଳେନ୍ଦ୍ର ବିଶ୍ୱଲଙ୍କୁ ପଚାରିବାରେ ଏହି ରାସ୍ତାଟି ଆମ ବିଭାଗକୁ ହସ୍ତାନ୍ତର ଜଳସଂପଦ ବିଭାଗ ପକ୍ଷରୁ ଚିଠି ମଧ୍ୟମରେ ହସ୍ତାନ୍ତର କରାଯାଇଛି । ହେଲେ ଏହି ରାସ୍ତାର ଉନ୍ନତି କରଣ କାର୍ଯ୍ୟ ପାଇଁ କେନ୍ଦ୍ରାପଡା ପୂର୍ତ ବିଭାଗକୁ ଦିଆଯିବ ବୋଲି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସଂପୃକ୍ତ ବିଭାଗ ଅବଗତ କରାଇଥିବା ବିଶ୍ୱାଳ କହିଛନ୍ତି ।ତେବେ ମରଣଯନ୍ତାପାଲଟିଥିବା ଏହି ବ୍ୟସ୍ତ ବହୁଳ ନଦୀବନ୍ଧକାର୍ଯ୍ୟ କେଉଁ ବିଭାଗ କରିବ ତାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗିରହିଥିବା ବେଳେ ଦୌତ୍ୟ ବିଭାଗୀୟ ଅଧିକାରିଙ୍କ କର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ବାଚି ସୃଷ୍ଠି କରିଛି ।

Next Post

ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା , ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତି

Sat Jul 5 , 2025
ପଟ୍ଟାମୁଣ୍ଡାଇ ୫ା୭ – ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଶନିବାର ସମ୍ପନ୍ନ ହୋଇଛି । ମାଉସୀ ମା’ ମନ୍ଦିରରେ ୯ଦିନ ରହଣିପରେ ପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦଶନଙ୍କୁ ସାଙ୍ଗରେ ଧରି ମନ୍ଦିର ପରିସରକୁ ଫେରିଛନ୍ତି । ମନ୍ଦିରର ସେବାୟତମାନେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଛନ୍ତି । ପଟ୍ଟାମୁଣ୍ଡାଇ ବକ୍ତାରପୁର ମାଉସୀମା ମନ୍ଦିରରୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading