
କେନ୍ଦ୍ରାପଡା ୧୪/୮: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର-ଗାଦି ଛାଡ ପ୍ରସଙ୍ଗରେ ଏକ ମଶାଲ ଶୋଭାଯାତ୍ରା କଜଳା କଂଗ୍ରେସ କାର୍ଯ୍ୟାଳୟ ଠାରୁ ବାହାରି ତିନିମୁହାଣି ଛକ ଠାରେ ଶେଷ ହୋଇଥିଲା। ନିର୍ବାଚନ ଆୟୋଗ ପରି ଏକ ସମ୍ଭିଧନିକ ଅନୁଷ୍ଠାନକୁ ହାତବାରିଶି କରି ଏ ଦେଶର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାର କଂଗ୍ରେସ ସଂଯୋଜକ ବରିଷ୍ଟ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ ଅଭିଯୋଗ କରିଥିଲେ। ବିଜେପି ସରକାର ଦିବାଲୋକରେ ଗଣତନ୍ତ୍ରର ଅପହରଣ କରିଛି ବୋଲି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ମହାକାଳପଡା ନେତା ବିଭ୍ରଂଶୁ ଲେଙ୍କା, ପାଟକୁରା ନେତା ରତିକାନ୍ତ କାନୁନୁଗୋ, ରାଜନଗର ଯୁବ ନେତା ପ୍ରଶାନ୍ତ କୁମାର ରାଉତ କଂଗ୍ରେସ ଦଳର ନେତା ହଳଧର ସେଠି, ପୂର୍ବତନ ଚେୟାରମ୍ୟାନ ଆକବର ଅଲ୍ଲୀ, ଫକିର ଚରଣ ଖଟୁଆ, ଦଳିତ ନେତା ସର୍ବେଶ୍ୱର୍ ସେଠି, ନିରଞ୍ଜନ ରାଉତ,ଉମେଶ ତ୍ରିପାଠୀ, ସସ୍ମିତା ପଣ୍ଡା,ସ୍ମୃତି ରଞ୍ଜନ ପାଢ଼ୀ, କିଶୋର ସାହୁ, ରବି ନାରାୟଣ ବେହେରା, ଦର୍ପ ସାହୁ, ରଞ୍ଜିତ ସାହୁ, ଯୁବ ନେତା ଉମେଶ ପାଢ଼ୀ, ବିଦୁ ମହାପାତ୍ର, ଦିଲ୍ଲୀପ କୁମାର ପ୍ରଧାନ, ରାଜମୋହନ ସ୍ୱାଇଁ, ଜ୍ଞାନ ରଞ୍ଜନ ରାଉତ, ଶୁଭ ରଞ୍ଜନ ନାୟକ , ହିମାଂଶୁ ନନ୍ଦ, ସୌଭାଗ୍ୟ ରାଉତ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲୋ ।
