ରାଜ୍ୟର ପ୍ରଥମ ଏନ.ସି.ସି. ଆଲୁମିନି ପ୍ୟାରେଡ ଗ୍ରୁପ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଇତିହାସ ରଚିଲେ

blank
କେନ୍ଦ୍ରାପଡା ୧୩/୮- କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଏନସିସି କ୍ୟାଡେଟ ମାନଙ୍କୁ ନେଇ ଗଠିତ ଏକ ସମାଜ ସେବାକାରୀ ସଂଘ ଯେଉଁଥିରେ ପ୍ରାୟ ୨୫୦ ରୁ ଅଧିକ ସଦସ୍ୟ ଓ ସଦସ୍ୟା ମିଳିତ ଭାବେ ସମସ୍ତ କାର୍ଯ୍ୟକ୍ରମ ପରସ୍ପରର ସହଯୋଗରେ ସମ୍ପନ୍ନ କରନ୍ତି। ଆସୋସିଏସନର ସଭାପତି ହେଉଛନ୍ତି ପ୍ରଭାସିନୀ ସାହୁ, ଉପସଭାପତି ସୂଚିତ୍ରବୀର୍ଯ୍ୟ ଦାସ, ସମ୍ପାଦକର କାର୍ଯ୍ୟ ନିର୍ବାହ କରନ୍ତି ଚିନ୍ମୟ କୁମାର ବିଶ୍ୱାଳ, ଉପସମ୍ପାଦକ ବିରେନ କୁମାର ସ୍ୱାଇଁ ଓ କୋଷାଧକ୍ଷ ରଂଜିତ କୁମାର ପଲ୍ଲାଇ ନିୟୋଜିତ। ପୂର୍ବରୁ ଏହି ଆସୋସିଏସନ ବହୁତ ଗୁଡିଏ ସମାଜ ହିତକାରୀ କାର୍ଯ୍ୟକ୍ରମ କରି ଆସିଛି ଯେପରି “ହର ଘର ଏକ ପୌଧା’, “ରକ୍ତ ଦାନ ଶିବିର’, “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ’ ଘରପୋଡି ଏବଂ ବନ୍ୟା ରେ ଗରିବ ଅସହାୟଙ୍କୁ ସାହାଯ୍ୟ ଓ ସୁରକ୍ଷା ପ୍ରଦାନ “ଏହି ପରି ବହୁତ ଗୁଡିଏ ମଙ୍ଗଳ କାର୍ଯ୍ୟ କରି ପୁରା ରାଜ୍ୟ ରେ ସୁନାମ ଅର୍ଜନ କରିଛି। ବର୍ତମାନ ସମୟରେ ସଂଘରେ ଥିବା ବିଭିନ୍ନ ବର୍ଗର ବିଭିନ୍ନ କ୍ଷେତ୍ରରେ କାମ କରୁ ଥିବା ସଦସ୍ୟ ଓ ସଦସ୍ୟା ମାନେ ମିଳିତ ହୋଇ ଚଳିତ ବର୍ଷର ଓଡିଶା ଇତିହାସରେ ପ୍ରଥମ ଏନ ସି ସି ଆଲୁମିନୀ ଭାବରେ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରୀୟ ପାରେଡରେ ଅଂଶଗ୍ରହଣ କରୁ ଅଛି । ଏହା କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ସଦସ୍ୟ ଓ ସଦସ୍ୟାମାନଙ୍କର ଏକତା ଓ ମନୋବଳ ଯୋଗୁ ସଂଘ ଏକ ଦୃଢତା ର ପରିଚୟ ପ୍ରାପ୍ତ କରିଛି। କେହି ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ତ କେହି ଅଫିସର ତ କେହି ବ୍ୟବସାୟିକ ଥିବା ବେଳେ ଅନ୍ୟ ଅନାନ୍ୟା କାର୍ଯ୍ୟ ଥିବା ସତ୍ତ୍ୱେ ନିଜ ଆସୋସିଏସନକୁ ପ୍ରଦର୍ଶନ କରିବା ନିମନ୍ତେ ନିଜର ବ୍ୟକ୍ତିଗତ ସମୟରୁ କିଛି ସମୟ ବାହାର କରି ପାରେଡ଼ କରିବାକୁ ଓହ୍ଲେଇଛନ୍ତି । ସବ୍ୟସାଚୀ ମହାରଣା, ନିର୍ମଳା ସାମଲ, ଶୁଭଶ୍ରୀ ବେହେରା, ଋତୁପ୍ରଭା ସାମଲ, ରଂଜିତା ବେହେରା, ମୋନିକା ପାଣିଗ୍ରାହୀ, ବର୍ଷା ପ୍ରିୟଦର୍ଶିନୀ ମିଶ୍ର, ଅସିତ କୁମାର ତରାଇ, ଦେବସ୍ମିତା ଜେନା, ପ୍ରଭାକର ଦାସ, ମହମ୍ମଦ ରିୟାଜଦ୍ଦିନ ଏହମଦ, ମହମ୍ମଦ ନୁରୁଦ୍ଦିନ ଖାନ, ପୂର୍ଣ୍ଣିମା ମହାନ୍ତି, ଉପେନ୍ଦ୍ର କୁମାର ଦାସ, ପ୍ରଭାସିନୀ ସାହୁ, ରାଧେଶ୍ୟାମ ରାଉତ, ମହମ୍ମଦ ସାଜିଦ ଖାନ, ଦିଲ୍ଲୀପ କୁମାର ନାୟକ ଓ ରଞ୍ଜନ କୁମାର ଲେଙ୍କା ଏହି ପାରେଡ଼ ଯୋଗ ଦେଇ ଗର୍ବ ର ବିଷୟ ହୋଇଛନ୍ତି। କିଏ ୨୫ ବର୍ଷ ପରେ, କିଏ ୨୨ ବର୍ଷ ପରେ କିଏ ୧୮ ବର୍ଷ ପରେ, କିଏ ୧୫ ବର୍ଷ ପରେ, କିଏ ୨୦ ବର୍ଷ ପରେ, କିଏ ୬ ବର୍ଷ, କିଏ ୫ ବର୍ଷ, କିଏ ୩ ବର୍ଷ, କିଏ କିଏ ବର୍ଷେ ପରେ ଆଜି ପ୍ୟାରେଡ କୁ ଓଲ୍ଲାହୁଛନ୍ତି । ଦୈନଦିନ ଜୀବନରେ କର୍ମମୟ ଜଂଜାଳ ଭିତରେ ନିଜକୁ ମାଇ ଏନସିସି ଆଲୁମିନି ଆସୋସିଏସନ ପାଇଁ ନିଜକୁ ଉତ୍ସର୍ଗିକୃତ ମନୋଭାବରେ ସମୟ ଦେଇ ଆଜି ପ୍ରଥମ ଥର ପାଇଁ ରାଜ୍ୟ ଓ ଜିଲ୍ଲା ପାଇଁ ଐତିହାସିକ ମୁହୂର୍ତ ରଚନା କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ସମର ଶିକ୍ଷାର୍ଥୀ ବାହିନୀ ମାନଙ୍କର ଦେଶ ପ୍ରତି ପ୍ରେମ, ସମ୍ମାନ ଜଣାଇବା ପାଇଁ ସେମାନଙ୍କର ଆଗ୍ରହ ଓ ଚେଷ୍ଟା ସ୍ମରଣୀୟ ହୋଇ ରହିବ।

Next Post

ଶ୍ରୀ ଜଗନ୍ନାଥ ଏବଂ ବଳଦେବଜୀଉଙ୍କ ଭଜନ ଓ ନୃତ୍ୟରେ ଦର୍ଶକେ ଅଭିଭୂତ

Thu Aug 14 , 2025
ରଥ ପଥ ଜଗନ୍ନାଥ କାର୍ଯ୍ୟକ୍ରମ ଉଦଯାପିତ କେନ୍ଦ୍ରାପଡା ୧୪/୮- କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ “ରଥଯାତ୍ରା ମହୋତ୍ସବ’ କ୍ରମରେ ଅତି ଅଭିନବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ରଥ ପଥ ଜଗନ୍ନାଥ’ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading