ଶ୍ରୀ ଜଗନ୍ନାଥ ଏବଂ ବଳଦେବଜୀଉଙ୍କ ଭଜନ ଓ ନୃତ୍ୟରେ ଦର୍ଶକେ ଅଭିଭୂତ

ରଥ ପଥ ଜଗନ୍ନାଥ କାର୍ଯ୍ୟକ୍ରମ ଉଦଯାପିତ

blank
କେନ୍ଦ୍ରାପଡା ୧୪/୮- କେନ୍ଦ୍ରାପଡ଼ା ଜିଲ୍ଲାର ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ “ରଥଯାତ୍ରା ମହୋତ୍ସବ’ କ୍ରମରେ ଅତି ଅଭିନବ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ରଥ ପଥ ଜଗନ୍ନାଥ’ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନର ପ୍ରତିଷ୍ଠାତା ସଂପାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ମହୋତ୍ସବରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି, ପଣ୍ଡିତ ପଦ୍ମନାଭ ଦାଶ ମୁଖ୍ୟ ବକ୍ତା, ବ୍ରାହ୍ମଣୀ ମହା ବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ସାମଲ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, କବି ଗଗନ ବିହାରୀ ଜେନା, କଣ୍ଠଶିଳ୍ପୀ ନିରୁପମା ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ପରମ୍ପରାରେ ରଥ ଯାତ୍ରାର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ରଥ ସତ୍ୟ, ତ୍ରେତୟା, ଦ୍ୱାପର ଏବଂ କଳିଯୁଗରେ ରଥର ମାହାତ୍ମ୍ୟ ବିଷୟରେ ବର୍ଣ୍ଣନା କରିଥିଲେ। ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ସହିତ ରଥ ପଥ ଜଗନ୍ନାଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନିରୁପମା ଜେନା ସ୍ୱାଗତ ସଙ୍ଗୀତ କ୍ରମରେ ରଥ ପଥ ଜଗନ୍ନାଥ ଶୀର୍ଷକ ସଙ୍ଗୀତ ଗାଇ ଏକ ମନୋଜ୍ଞ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ନୃତ୍ୟ ଗୁରୁ ଭାନୁପ୍ରିୟା ଖଟୁଆ, ଲୋପିତା ପଲାଇ, ରୂପାଲି ସୂତାର ଏବଂ ସାଥିମାନେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ପ୍ରମୋଦ କୁମାର ଦାସ,କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ପାଢୀ, ନିରୁପମା ଜେନା, ନୃସିଂହ ଚରଣ ନନ୍ଦ, ବିମଳ ପରିଡା, ରଞ୍ଜନ କୁମାର ବରାଳ, ବଳରାମ ମଲିକ, ଅଜୟ ଜେନା, ଅମର ବିଶ୍ୱାଳ ପ୍ରମୁଖ କଳାକାରମାନେ ରଥଯାତ୍ରା ଉପରେ ଆଧାରିତ ଭକ୍ତି ସଙ୍ଗୀତ ଗାଇଥିଲେ। ଫକୀର ଚରଣ ସିଂହ କଣ୍ଢେଇ ନାଚ କରିଥିଲେ। କବୀ ବିଷ୍ଣୁପ୍ରିୟା ସାମଲ, ଅଶୋକ କୁମାର ସାହୁ, ଶିକ୍ଷାବିତ୍ ନୃସିଂହ ତ୍ରିପାଠୀ ରଥଯାତ୍ରା ମାହାତ୍ମ୍ୟ ଆଧାରିତ କବିତା ପାଠ କରିଥିଲେ। ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ଅର୍ଚ୍ଚନା ପରିଡା, ରେଡ଼ିଓ ଭାବଗ୍ରାହୀର ପ୍ରସାରଣ ସହାୟକ ଗୈ।ରବ ଦାସ, ଉତ୍ତମ ସାହୁ, ବାସନ୍ତୀ ମହାପାତ୍ର, ଅଙ୍କିତା ପରିଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ନାଟ୍ୟକାର ଭୀମସେନ ପ୍ରଧାନ ଏକକ ଅଭିନୟ ପ୍ରସ୍ତୁତ କରିଥିଲେ। ଏହି ପରିପ୍ରେକ୍ଷୀରେ ସ୍କୁଲ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟରେ ଭଜନ, ନୃତ୍ୟ ଏବଂ ଚିତ୍ର ପ୍ରତିଯୋଗିତା କରାଯାଇ କୃତି କଳାକାରଙ୍କୁ ପୁରସ୍କୃତ କରାଯାଇଥିଲା। ବଂଶୀଧର ମହାନ୍ତି, ଭାଗବତ ଷଡ଼ଙ୍ଗୀ, ଅଚ୍ୟୁତାନନ୍ଦ ପରିଡା,ଚୈତନ୍ୟ ରାଉତ, ମାନସ ପରିଡା, ଉତ୍ତମ ସ୍ୱାଇଁ, ବିକ୍ରମ କେଶରୀ ସାମଲ, ଚିତ୍ତରଞ୍ଜନ ପ୍ରଧାନ, ଅଜୟ ସ୍ୱାଇଁ, ଶିବରାଜ ରାଉତ, ସ୍ୱର୍ଣକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଆରମ୍ଭରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଦେବଜୀଉଙ୍କ ଫଟୋଚିତ୍ର ଏବଂ ଲୋକ କବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡା, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭିକାରୀ ବଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ଉପସ୍ଥିତ ସମସ୍ତ କଳାକାର ଏବଂ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଶ୍ରୀ ବଳଦେବଜୀଉଙ୍କ ଫଟୋ ଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଚିତ୍ତାକର୍ଷକ ଭଜନ ଓ ନୃତ୍ୟର ତାଳେ ତାଳେ ଦର୍ଶକମାନେ ବିମୋହିତ ହୋଇଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ଅଜଣା ଗାଡ଼ି ଧକ୍କାରେ ପ୍ରଧାନଶିକ୍ଷକ ମୃତ

Fri Aug 15 , 2025
କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କେନାଲ ବ୍ରିଜ୍ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି।   ପ୍ରଧାନ ଶିକ୍ଷକଙ୍କ ହେଲେ ବିଜୟ କୁମାର ଶାସ୍ତ୍ରୀ। ସେ ମହାକାଳପଡ଼ା ବ୍ଲକ ସାନଗାଁ ବଜ୍ରମହାକାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ଯ୍ୟକରି ଆସୁଥିଲେ। ତାଙ୍କର ଘର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଶ୍ରମ ବାଲିକୁଦା ଗ୍ରାମରେ। ସ୍ୱାଧୀନତା ଦିବସ ପାଇଁ ସକାଳୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading