କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୩ା୧୦:କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନନ୍ଦକିଶୋର ପରିଡା ଏବଂ ଡ଼. ବାସୁଦେବ ଦାସ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କରେ ଅଭିଭାଷଣ ରଖିବା ସହିତ ଗାନ୍ଧିଜୀଙ୍କ ଓଡିଶା ଆଗମନ, କେନ୍ଦ୍ରାପଡ଼ାରେ ରହଣି, ଗାନ୍ଧିଜୀଙ୍କ ଦର୍ଶନ ଓ ଆଦର୍ଶକୁ ପାଥେଇ କରିବାକୁ ପରାମର୍ଶ ଦେଇଥିଲେ।ଏହି ମହାପୁରୁଷଙ୍କ ଜୀବନୀ ଓ ବିଚାର ନିରନ୍ତର ପ୍ରେରଣାର ଉତ୍ସ ବୋଲି କହିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଅବଗତ କରାଇ ଥିଲେ। ଜିଲ୍ଲାପାଳ ତାଙ୍କର ଅଭିଭାଷଣରେ ଗାନ୍ଧିଜୀଙ୍କ ଆଦର୍ଶ ଓ ଲକ୍ଷ୍ୟକୁ ପାଥେଇକରି ନିଜ ନିଜ ଜୀବନ ଶୈଳୀ ତଥା ସତ୍ୟ ପଥରେ ଆଗକୁ ବଢିବାକୁ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ଗାନ୍ଧିଜୀଙ୍କ ବିଚାର ଓ ମୂଲ୍ୟବୋଧର ଆଜିବି ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ। ଏହା ସହିତ ଅହିଂସା ପରମଧର୍ମ, ଅହିଂସା ବଳରେ ଦେଶରୁ ବ୍ରିଟିଶ ଶାସନର ମୁଳତ୍ପାଟ ସମ୍ଭବ ହୋଇଥିଲା ବୋଲି ବକ୍ତାମାନେ କହିଥିଲେ। ସର୍ବଧର୍ମ ପ୍ରାର୍ଥନାରେ ଧର୍ମଗୁରୁ ମାଧବ ଚରଣ ନନ୍ଦ, ମହମ୍ମଦ ଇନାୟତୁଲ୍ଲା ଏବଂ ଧ୍ରୁବ ଚରଣ ନାୟକ ଯଥାକ୍ରମେ ଗୀତା ପାଠ, କୋରାନ ଏବଂ ବାଇବେଲ ପାଠ କରିଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କ ସମେତ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ସଭା ପରିଚାଳନା କରିଥିଲେ। ସକାଳେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିମାନଙ୍କରେ ଜିଲ୍ଲାପାଳଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି, ପ୍ରଦୀପ କୁମାର ମହାନ୍ତି, ରାଜେଶ ପଣ୍ଡା ଓ ଦାୟାଦ ସଂଘର ସଦସ୍ୟ ମାନେ ସାମୁହିକ ମାଲ୍ୟାର୍ପଣ କରିଥିଲେ।

Next Post

ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ବିଶାଳ ପଦଯାତ୍ରା ,

Fri Oct 3 , 2025
କେନ୍ଦ୍ରାପଡ଼ା,୩ା୧୦:ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରବେଶ କରି ଦାୟୀତ୍ୱ ଗ୍ରହଣ କରିଛନ୍ତି। ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ପରେ ତିନିମୁହାଣିସ୍ଥିତ ଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ସଭାନେତ୍ରୀ ଡା. ଶର୍ମା ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନକରି କଂଗ୍ରେସ କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading