ପୈାର୍ଣ୍ଣମାସୀ ଦୂର୍ଗାଙ୍କ ପବିତ୍ର ମୂର୍ତ୍ତିକା ଉତ୍ତୋଳନ

blank
କେନ୍ଦ୍ରାପଡ଼ା,୧୭ା୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆହାଟସ୍ଥିତ ଦୂର୍ଗାଦେବୀଙ୍କ ପବିତ୍ର ମୂର୍ତ୍ତିକା ଉତ୍ତୋଳନ ପାରମ୍ପାରିକ ରୀତିନୀତି ଅନୁସାରେ କୃଷ୍ଟ ଜନ୍ମାଷ୍ଟମୀ ତିଥି ନିର୍ଦ୍ଧାରିତ ସମୟରେ ବୈଦିକ ପୂଜାପାଠ ପୂର୍ବକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଉଦ୍ୟୋକ୍ତା ବିଶିଷ୍ଟ ସମାଜସେବୀ ବାସ୍ତୁବୀତ ଜ୍ୟୋତିର୍ବିଦ ପଣ୍ଡିତ ଡ. ନାରାୟଣ ପତିଙ୍କ ଉଦ୍ୟମ ଓ ଭାଗବତପୁର ଗ୍ରାମପଞ୍ଚାୟତ (ବାଲିଆ) ଅଞ୍ଚଳର ଭକ୍ତମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ପୁରୋଧା ମାନଗୋବିନ୍ଦ ମିଶ୍ରଙ୍କ ସମେତ ତିନିଜଣ ପୁରୋହିତ ଏବଂ ଦ୍ୱିପକ କୁମାର ସାହୁ, ଅକ୍ଷୟ କୁମାର ରାଉଳ, ମଳୟ କୁମାର ରାଉତ, ନବଉତ୍କଳ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଭେରି,ତୂରୀ ଘଣ୍ଟ,ଘଣ୍ଟା, ବାଦ୍ୟ, ହରିବୋଲ ,ହୁଳହୁଳି ଓ ଶଙ୍ଖ ନାଦର ପଟୁଆର ଶୋଭାଯାତ୍ରାରେ ପବିତ୍ର ମୂର୍ତ୍ତକା ଶ୍ରୀ ଶ୍ରୀ ଲୋକନାଥ ମହାଦେବଙ୍କ ମନ୍ଦିରକୁ ଅଣାଯାଇ ଥିଲା। ସମସ୍ତ କାର୍ଯ୍ୟକୁ ଶ୍ରୀ ଦୂର୍ଗା ପୂଜା କମିଟି ପରିଚାଳନା କରିଥିଲେ।

Next Post

ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି କେନ୍ଦ୍ରାପଡା ବିଜେଡି ପକ୍ଷରୁ ଶ୍ରୀ ବଳଦେବଜୀଉ ମନ୍ଦିରରେ ଦୀପଦାନ

Mon Aug 18 , 2025
କେନ୍ଦ୍ରାପଡା,୧୮ା୮: କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଜନନାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୂର୍ଣ୍ଣ ଆରୋଗ୍ୟ କାମନା କରି ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି । ଏହି ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ବେହେରା କହିଛନ୍ତି ଯେ ନବୀନ ବାବୁ କେବଳ ବିଜେଡିର ନେତା ନୁହନ୍ତି ସେ ଓଡିଶାବାସୀଙ୍କର ଆତ୍ମା ଓ ବିଶ୍ୱାସର ପ୍ରତୀକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading