ମେରା ଯୁବ ଭାରତ ପକ୍ଷରୁ ଶହୀଦ ଦିବସ ପାଳନ

blank
କେନ୍ଦ୍ରାପଡ଼ା,୨୩ା୩:ମେରା ଯୁବ ଭାରତ(ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ), କେନ୍ଦ୍ରାପଡା ଓ ବଗଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୋମବାର ସକାଳେ ବଗଡା ହାଇସ୍କୁଲ ପଡିଆରେ ‘ଶହୀଦ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା ୟୁଥ ଅଫିସର ଗୋଲି ତିରୁପତି ରେଡ୍ଡୀ, ସଂଯୋଜକ ଲକ୍ଷ୍ମୀକାନ୍ତ ଜେନା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ,ଶିକ୍ଷାବୀତ ରବିନ୍ଦ୍ର ପ୍ରସାଦ ଜେନା, ଶ୍ରୀଚରଣ ସାମଲ, ଉମାକାନ୍ତ କର, ଦିଲ୍ଲିପ ସାହୁ, ରମେଶ ଦାସ, ସୁଜିତ ଚୈାଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୀର ଶହୀଦମାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅବସରପ୍ରାପ୍ତ ସୈନିକ ଅଭୟ କୁମାର ପାଣିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସଭାଶେଷରେ ସମସ୍ତ ଛାତ୍ରଛାତ୍ରୀ ପଦଯାତ୍ରାରେ ହାଇସ୍କୁଲ ପଡିଆ ନିକଟରୁ ବଗଡା ସ୍ପୋର୍ଟସ ଏକାଡେମୀ ପଡିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି କାର୍ଯ୍ୟକ୍ରମକୁ ଶକ୍ତିସ୍ୱରୂପ ସାହୁ ଓ ତାଙ୍କ ସାଥିମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।

Next Post

ମେଗା ପାନୀୟ ଜଳ ପ୍ରକଳ୍ପର ରାସାୟନୀକ ପାଣି ପସି ବ୍ୟାପକ ଫସଲ ନଷ୍ଟ , ଭାରତୀୟ କୃଷକ ସଂଗଠନ ପକ୍ଷରୁ ଗଣଧାରଣା ଦାବୀ

Tue Mar 24 , 2026
ପଟ୍ଟାମୁଣ୍ଡାଇ ୨୪/୩-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ପୋହଳ ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଯୋଗୁଁ ଚାଷ ଜମିରେ ରାସାୟନୀକ ପାଣି ପସି ବ୍ୟାପକ ଫସଲ ନଷ୍ଟ ହେଉଛି । ଯାହାକୁ ନେଇ କ୍ଷତିପୂରଣ ଦାବିରେ ଭାରତୀୟ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ମଙ୍ଗଳବାର ମେଗାଜଳ ପ୍ରକଳ୍ପ ନିକଟରେ ଗଣଧାରଣା ଦେବା ସହ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading